ନିଜ ଗଡରୁ ସିନ୍ଧିଆ ଗାଏବ!
Advertisement

ନିଜ ଗଡରୁ ସିନ୍ଧିଆ ଗାଏବ!

ଦଳୀୟ ପୋଷ୍ଟରରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗାଏବ ହେବା ପରେ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | 

ନିଜ ଗଡରୁ ସିନ୍ଧିଆ ଗାଏବ!

ଗ୍ୱାଲିୟର: ନାଟକୀୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଚର୍ଚ୍ଚାରେ ରହିଥିଲେ ମଧ୍ୟ ପ୍ରଦେଶ ଗୁନା ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ | ମାତ୍ର ସାମ୍ପ୍ରତିକ ସ୍ଥିତିରେ ରାଜ୍ୟରେ ଚାଲିଥିବା ରାଜନୈତକି ଯୁଦ୍ଧରୁ ବାଦ ପଡିଛନ୍ତି ସେ | ଗତ ମାର୍ଚ୍ଚ ଶେଷ ସପ୍ତାହରେ ମଧ୍ୟ ପ୍ରଦେଶରେ କମଲନାଥଙ୍କ ନେତୃତ୍ୱାଧନ କଂଗ୍ରେସ ସରକାରର ପତ୍ତନ ହେବା ସହ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା | 

ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ | ଏପରିକି ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ଶିବରାଜଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ ସିନ୍ଧିଆ ଗୋଷ୍ଠୀର ୨ ବିଧାୟକ |  ଏହା ପରେ ବଦଳି ଯାଇଥିଲା ସ୍ଥିତି | ଧିରେ ଧିରେ ସକ୍ରିୟ ରାଜନୀତିରୁ ଦୂରରେ ରହିଯାଇଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ |

ସଦ୍ୟ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ମଧ୍ୟପ୍ରଦେଶ ମୁରୈନା ଲୋକସଭା ଲୋକସଭା ଆସନର ସାଂସଦ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଗ୍ୱାଲିୟର ସାଂସଦ ବିବେକ ନାରାୟଣ ସେଜୱାଲକରଙ୍କ ଜନ୍ମଦିନ ଉପଲକ୍ଷେ ପୋଷ୍ଟର ଲଗାଯାଇ ଥିଲା | ଯେଉଁଥିରେ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତାଙ୍କ ଫଟୋଥିବାର ଦେଖିବାକୁ ମିଳିଥିବା ବେଳେ ଏଥିରୁ ଗାଏବ ପଡିଯାଇଥିଲେ ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ |    

ଏଭଳି ସ୍ଥିତି ପ୍ରଥମ ଥର ଦେଖିବାକୁ ମିଳିନାହିଁ, ପୂର୍ବରୁ ଅନେକ ଦଳୀୟ ପୋଷ୍ଟରରୁ ବାଦ ପଡିଛନ୍ତି ସେ | ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଦଳୀୟ ପୋଷ୍ଟର ଲଗାଯାଉଛି | ଲଗାତାର ଭାବେ ୩ ଦିନ ଧରି ଏଥିରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାଦ ପଡୁଥିବାର ନଜର ଆସୁଛନ୍ତି | ବାରମ୍ବାର ଏପରି ଭୁଲ କାହିଁକି ହେଉଛି ନା ସିନ୍ଧିଆଙ୍କୁ ଦଳରେ ଗ୍ରହଣ କରିବା ପାଇଁ ବିଜେପି ନେତା ଚାହୁଁନାହାଁନ୍ତି ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା |