Anti-CAA Protest: ପୂର୍ବ ଦିଲ୍ଲୀରେ ଲାଗୁ ହୋଇଛି ଧାରା ୧୪୪
Advertisement
Article Detail0/zeeodisha/odisha611921

Anti-CAA Protest: ପୂର୍ବ ଦିଲ୍ଲୀରେ ଲାଗୁ ହୋଇଛି ଧାରା ୧୪୪

ହିଂସାକାଣ୍ଡକୁ ନଜରରେ ରଖି ପୂର୍ବ ଦିଲ୍ଲୀରେ ଧାରା ୧୪୪ ଜାରି କରାଯାଇଛି 

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ(CAA) ଆଇନରେ ପରିଣତ ହେବା ପରଠୁ ଚାରିଆଡ଼େ ଦେଖିବାକୁ ମିଳିଛି ହିଂସା । ଆଇନକୁ ବିରୋଧ କରି ବିଭିନ୍ନ ପ୍ରକାର ହିଂସାତ୍ମକ କାଣ୍ଡ ଘଟାଇବା ସହିତ ବସ ମଧ୍ୟ ଜାଳିଦେଥିଲେ ବିରୋଧୀ । ଆଉ ଏହି ଭଳି ହିଂସାକାଣ୍ଡକୁ ନଜରରେ ରଖି ପୂର୍ବ ଦିଲ୍ଲୀରେ ଧାରା ୧୪୪ ଜାରି କରାଯାଇଛି ।

 ଧାରା ୧୪୪ ଅନୁସାରେ ଗୋଟିଏ ସ୍ଥାନରେ ୪ ରୁ ୫ ଜଣ ବ୍ୟକ୍ତି ଏକା ସହ ଛିଡ଼ା ହୋଇ କଥାବାର୍ତ୍ତା ହୋଇପାରିବେ ନାହିଁ କି ଛିଡ଼ା ମଧ୍ୟ ହୋଇପାରିବେ ନାହିଁ । ବିଲ ଆଇନରେ ପରିଣତ ହେବାର ଦିନକ ପରେ ସିଲମପୁରରେ ତୀବ୍ର ବିରୋଧ ହୋଇଥିଲା । ଯେଉଁଥିପାଇଁ ଦିଲ୍ଲୀ ପ୍ରଶାସନ ବାଧ୍ୟ ହୋଇ କେତୋଟି ମେଟ୍ରୋ ଷ୍ଟେସନକୁ ବନ୍ଦ ମଧ୍ୟ ରଖିଥିଲା । ତେବେ କେବଳ ମେଟ୍ରୋ ନୁହଁ ସିଲମପୁରକୁ ଯାଉଥିବା ରାସ୍ତା ବନ୍ଦ କରାଯିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଏପରିକି ଆଣ୍ଟି ପ୍ରୋଟେଷ୍ଟ ବିରୋଧ ଏତେ ତୀବ୍ର ହୋଇଥିଲା ଯେ ପୋଲିସ ବାଧ୍ୟ ହୋଇ ଆଖିରୁ ଲୁହ ବାହାରୁଥିବା ଗ୍ୟାସ ପ୍ରୟୋଗ କରିଥିଲା । 

ନାଗରିକତା ସଂଶୋଧନ ବିଲ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ବିନା ବୈଧ ପ୍ରମାଣପତ୍ରରେ ଭାରତ ଆସିଛନ୍ତି, କିମ୍ବା ବୈଧ ପ୍ରମାଣପତ୍ରର ସମୟ ସୀମା ଶେଷ ହୋଇଛି, ସେମାନଙ୍କୁ ଭାରତୀୟ ନାଗରିକତା ପ୍ରମାଣ ପତ୍ର ମିଳିପାରିବ । ଏଥି ସହିତ ସମସ୍ତ ଶରଣାର୍ଥୀଙ୍କୁ ଭାରତରେ ଅବୈଧ ବୋଲି ମଧ୍ୟ କୁହାଯିବ ନାହିଁ । 

ସମସ୍ତ ଶରାଣାର୍ଥୀଙ୍କୁ ଭାରତରେ ନାଗରିକତା ପାଇବା ପାଇଁ ଅତି କମରେ ୬ବର୍ଷ ସମୟ ରହିବାକୁ ହେବ । ୧୯୫୫ ଆକ୍ଟ ଅନୁସାରେ ଭାରତରେ ୧୧ ବର୍ଷ ରହିବା ପରେ ନାଗରିକତା ମିଳୁଥିଲା । ଆଉ ସେତେ ପର୍ଯ୍ୟନ୍ତ ଶରଣାର୍ଥୀମାନଙ୍କୁ ସଂଘର୍ଷ କରିବା ପାଇଁ ପଡୁଥିଲା ।

 

ଅଧିକ ପଢନ୍ତୁ'ଆଇନକୁ ଯେତେ ବିରୋଧ କରୁଛ କର, ଶୁଣାଯିବ ନାହିଁ'