କୃଷି ଋଣ ଛାଡ଼ ସହ ବିଜେପିକୁ ସମାଲୋଚନା କଲା ଶିବସେନା
Advertisement

କୃଷି ଋଣ ଛାଡ଼ ସହ ବିଜେପିକୁ ସମାଲୋଚନା କଲା ଶିବସେନା

ରାଜ୍ୟରେ କୃଷ୍ଟି ଋଣକୁ ଛାଡ଼ ହେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ବେଶ ଖୁସି ବ୍ୟକ୍ତ କରିଥିବା ଜଣାପଡ଼ିଛି ।

କୃଷି ଋଣ ଛାଡ଼ ସହ ବିଜେପିକୁ ସମାଲୋଚନା କଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ କୃଷିଋଣ ଛାଡ଼ ନେଇ ବିଜେପିକୁ ଟାର୍ଗେଟ କରିଛି ଶିବସେନା । ରାଜ୍ୟରେ କୃଷ୍ଟି ଋଣକୁ ଛାଡ଼ ହେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ବେଶ ଖୁସି ବ୍ୟକ୍ତ କରିଥିବା ଜଣାପଡ଼ିଛି । ଏହା ସହିତ ପୂର୍ବୁର ଏହି ଦାବି କରି ଆସୁଥିବା ବିଜେପିକୁ ସେ କଡ଼ା ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି କି, ଯେତେବେଳେ ବିଜେପି ସରକାରରେ ଥିଲା, ସେତେବେଳେ ଏହାକୁ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ବୋଲି ସେ କହିଛନ୍ତି । 

ଶିବସେନା ତାର ମୁଖପତ୍ରରେ ଦର୍ଶାଇଛି ଯେ, ଯେତେବେଳେ ଦେଶରେ ନାଗରିକତା ସଂଶୋଧନକୁ ନେଇ ଜଳାପୋଡ଼ା ହେଉଛି, ସେଭଳି ସମୟରେ ଠାକରେ ସରକାର କୃଷକଙ୍କ ଋଣ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛି । ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି କରିବାରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କର ଉଦ୍ଦେଶ୍ୟ ରହିଛି । କିଛି ଲୋକ ସାଧାରଣ ଲୋକଙ୍କ ଭାବନାକୁ ନେଇ ରାଜନୀତି କରୁଥିବା ବେଳେ ଏଭଳି ହିଂସା ଘଟାଇବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଉଦ୍ଧବ କହିଛନ୍ତି । 

ଚଳିତ ବର୍ଷ ସେପ୍ଟେମ୍ବର ମାସ 30 ତାରିଖ ମଧ୍ୟରେ ଚାଷୀମାନେ 2 ଲକ୍ଷ ପର୍ଯ୍ୟନ୍ତ ନେଇଥିବା ଋଣକୁ ଛାଡ଼ କରିବା ପାଇଁ ଶିବଶେନା ଶନିବାର ଘୋଷଣା କରିଛି । ଶିବସେନା କହିଛି ଏହି ପଦକ୍ଷେପ ନେବାରେ ରାଜ୍ୟର ନୂଆ ସରକାରର ଏହା ପ୍ରଥମ ପଦକ୍ଷେପ ହେବ । ଏହା ପୂର୍ବରୁ ଦଳ ଦେବେନ୍ଦ୍ର ଫଡନାବିସ ମୂଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ କୃଷିଋଣ ଛାଡ଼ କରିବା ପାଇଁ ଦାବି କରିଆସୁଥିଲା । ଦେବେନ୍ଦ୍ରଙ୍କ ନେତୃତ୍ବାଧିନ ସରକାର ଚାହିଁଥିଲେ ତାହାକୁ ଛାଡ଼ କରିପାରିଥାନ୍ତେ । ମାତ୍ର ତାହା ହୋଇନଥିଲା ବୋଲି ଶିବସେନା କହିଛି । ଶିବସେନା ଆହୁରି ମଧ୍ୟ କହିଛି ଯେ, ମହାରାଷ୍ଟ୍ରର ଅଧିଂକାଶ ଚାଷୀ ହିନ୍ଦୁ ଓ ଚାଷ ସେମାନଙ୍କର ଏକ ମାତ୍ର ରୋଜଗାରର ମାଧ୍ୟମ । ଏଭଳି ସ୍ଥଳେ ସେମାନେ ଦୈନନ୍ଦିନ ଜୀବନରେ ବେଶ ସଂଘର୍ଷ କରୁଛନ୍ତି ବୋଲି ଶିବସେନା କହିଛି ।

ଆମେ ସରକାରକୁ ଆସିବା ପୂର୍ବରୁ ରାଜ୍ୟରେ ଥିବା ସରକାର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ କେବେ ହେଲେ ମଧ୍ୟ ଚିନ୍ତା କରିନାହିଁ । ଆମେ ସରକାରକୁ ଆସିବା ପରେ ସେମାନଙ୍କ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଛୁ । ତାହାକୁ ଲକ୍ଷ୍ୟ କରି ଆମ ସରକାର କୃଷି ଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶିବସେନା କହିଛି । ଏହି ଋଣ ଛାଡ଼ କରିବା ସହିତ ଗରୀବଙ୍କୁ 10 ଟଙ୍କାରେ ଶିବ ଭୋଜନ ଯୋଗାଇ ଜରୁରୀ ହୋଇ ପଡ଼ିଛି । ଯାହାକୁ ବିଜେପି କେବେହେଲେ ଧ୍ୟାନକୁ ନେଇ ନାହିଁ ବୋଲି ସେ ଶିବସେନା କହିଛି ।