ଶିବସେନା ରୋକିବ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ!
Advertisement

ଶିବସେନା ରୋକିବ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ!

କୋମନ ମିନିମମ ପ୍ରୋଗ୍ରାମକୁ ନେଇ ୩ ଦଳ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି । ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ, ବୁଲେଟ ଟ୍ରେନ ପାଇଁ ମହାରାଷ୍ଟ୍ର ସରକାରକୁ ମଧ୍ୟ ଟଙ୍କା ଦେବାକୁ ପଡ଼ିବ ।  ବୁଲେଟ ଟ୍ରେନର ପ୍ରାୟ ୨୫ ପ୍ରତିଶତ ଟଙ୍କା ମହାରାଷ୍ଟ୍ର ସରକାରକୁ ଦେବାକୁ ପଡ଼ିବ । ତେଣୁ ୩ ଦଳ ଏହି ଫଣ୍ଡିଂକୁ ରୋକିବା ପାଇଁ ଚିନ୍ତା କରୁଛନ୍ତି ।  

ଶିବସେନା ରୋକିବ ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ!

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ଜାରି ରହିଛି ଚର୍ଚ୍ଚା । କୋମନ ମିନିମମ ପ୍ରୋଗ୍ରାମ(CMP)କୁ ନେଇ ୩ ଦଳର ନେତାଙ୍କ ମଧ୍ୟରେ ଚାଲିଛି ମାନସ ମନ୍ଥନ । ବିବାଦୀୟ ବିଷୟକୁ ଛାଡି ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଏକମତ ହେବାକୁ ପ୍ରୟାସ କରୁଛି ୩ ଦଳ । ଏହି ସିଏମପିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରାଯାଇ ପାରେ । ମହାରାଷ୍ଟ୍ର ସରକାର ତରଫରୁ ବୁଲେଟ ଟ୍ରେନକୁ ନେଇ ଦିଆ ଯାଇଥିବା ରାଶିର ଉପଯୋଗ ଚାଷୀଙ୍କ ଋଣ ମାଫ୍ କରିବାରେ ବ୍ୟବହାର କରାଯାଇ ପାରେ । 

ମିଳିତ ସୂଚନା ମୁତାବକ, ଏହି କୋମନ ମିନିମମ ପ୍ରୋଗ୍ରାମକୁ ନେଇ ୩ ଦଳ ନେତାଙ୍କ ମଧ୍ୟରେ ବୈଠକ ଚାଲିଛି । ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ, ବୁଲେଟ ଟ୍ରେନ ପାଇଁ ମହାରାଷ୍ଟ୍ର ସରକାରକୁ ମଧ୍ୟ ଟଙ୍କା ଦେବାକୁ ପଡ଼ିବ ।  ବୁଲେଟ ଟ୍ରେନର ପ୍ରାୟ ୨୫ ପ୍ରତିଶତ ଟଙ୍କା ମହାରାଷ୍ଟ୍ର ସରକାରକୁ ଦେବାକୁ ପଡ଼ିବ । ତେଣୁ ୩ ଦଳ ଏହି ଫଣ୍ଡିଂକୁ ରୋକିବା ପାଇଁ ଚିନ୍ତା କରୁଛନ୍ତି ।  ଏହି ଟଙ୍କାକୁ ଚାଷୀଙ୍କ ପାଇଁ ବ୍ୟବହାର କରିବାର ଯୋଜନା କରାଯାଉଛି । 
ଅନ୍ୟପକ୍ଷେ ଏହି ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।  ଦେଶର ପ୍ରଥମ ବୁଲେଟ ଟ୍ରେନ ଅହମଦାବାଦରୁ ମୁମ୍ୱାଇ ମଧ୍ୟରେ ଚଳାଇବାର ଯୋଜନା ରଖା ଯାଇଛି । ଏହି ଟ୍ରେନ ଜାପାନ ସାହାଯ୍ୟରେ ନିର୍ମାଣ କରାଯାଉଛି ।  ଲୋକସଭା ନିର୍ବାଚନ ପୂର୍ବରୁ ପିଏମ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ଶିଂଜେ ଆବେ ଏହି ପ୍ରୋଜେକ୍ଟର ଆଧାର ଶୀଳା ରଖିଥିଲେ । 

ଶିବସେନା ତରଫରୁ ସିଏମପି ଉପରେ ବିସ୍ତାରିତ ଭାବେ ଚର୍ଚ୍ଚା କରାଯାଉଛି ।  ଶିବସେନା ଏହି ମେଣ୍ଟକୁ ମ୍ୟୁନିସିପାଲ କୋରପରେଶନ ସ୍ତର ଯାଏ ନେବାର ପ୍ରୟାସ କରୁଛି ।  ମୁମ୍ୱାଇ, ଠାଣେ, ନାସିକ ଓ କଲ୍ୟାଣ-ଡୋମ୍ୱିବଲିରେ ବିଜେପି ଓ ଶିବସେନାର ମେଣ୍ଟ ଦଖଲରେ ରହିଛି ।  ଯାହା ଉପରେ ବର୍ତ୍ତମାନର ରାଜନୈତିକ ସ୍ଥିତିର ପ୍ରଭାବ ପଡି ପାରେ ।  ଏବେ ଶିବସେନା କଲ୍ୟାଣ-ଡୋମ୍ୱିବଲୀର ମେୟର ପଦ ଛାଡିବାକୁ ନାରାଜ ବୋଲି ଜଣାପଡିଛି ।  ପ୍ରଥମରୁ ଏହା ସ୍ଥିର ହୋଇଥିଲା ଯେ ପ୍ରଥମ ୪ ବର୍ଷ ଏହି ପଦରେ ଶବିସେନାର ନେତା ବସିବ ଓ ଗୋଟିଏ ବର୍ଷ ପାଇଁ ଏହି ପଦକୁ ବିଜେପିକୁ ମିଳିବ ।