ମାର୍ଚ୍ଚ ୩୦ ପରେ ଡେବିଟ୍-କ୍ରେଡିଟ୍ କାର୍ଡରେ ପାଇବେନି ଏହି ସୁବିଧା
Advertisement

ମାର୍ଚ୍ଚ ୩୦ ପରେ ଡେବିଟ୍-କ୍ରେଡିଟ୍ କାର୍ଡରେ ପାଇବେନି ଏହି ସୁବିଧା

ଗତ କିଛିଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନୋଟିଫିକେସନ ଜାରି କରିଥିଲେ । ନୋଟିଫିକେସନ୍ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୬ ତାରିଖ, ୨୦୨୦ ଯାଏ ଯେଉଁ କାର୍ଡ ଧାରୀ ନିଜ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ଅନଲାଇନ୍ କିମ୍ୱା କଣ୍ଟାକ୍ଟ ଲେନ୍ସ ଟ୍ରାଞ୍ଜାକସନ୍ କରିନାହାନ୍ତି ତ ଏହି ସୁବିଧା ଆପଣଙ୍କ କାର୍ଡରେ ବନ୍ଦ ହୋଇଯାଇପାରେ ।

ମାର୍ଚ୍ଚ ୩୦ ପରେ ଡେବିଟ୍-କ୍ରେଡିଟ୍ କାର୍ଡରେ ପାଇବେନି ଏହି ସୁବିଧା

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନରେ କିଣାକିଣି ଏତେ ବଢ଼ିଯାଇଛି ଯେ, କେହିବି ଘରେ ବସି ପୋଷାକ ଠାରୁ ମୋବାଇଲ୍, ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ନୀତ୍ୟ ବ୍ୟବହାର୍ଯ୍ୟ ଜିନିଷ ଘରେ ବସି ଅନଲାଇନରେ କିଣିପାରୁଛନ୍ତି । ଯେଉଁ ଗ୍ରାହକମାନେ ଅନଲାଇନରେ ଡେବିଟ୍ କିମ୍ୱା କ୍ରେଡିକ୍ କାର୍ଡରେ ସପିଂ କରୁଥିଲେ ସେମାନଙ୍କ ପାଁଇ ଟିକେ ଖରାପ ଖବର ଆସିଛି । ଏହି ଖବର ସମସ୍ତ କାର୍ଡଧାରୀଙ୍କ ପାଇଁ ପ୍ରଯୁଯ୍ୟ ନୁହେଁ । ଏହି ଆଇନ୍ କିଛି ନିର୍ଦ୍ଦିଷ୍ଟ କାର୍ଡ ଧାରୀଙ୍କ ପାଇଁ ।

ଯଦି ଆପଣ ଡେବିଟ୍ କିମ୍ୱା କ୍ରେଡିଟ୍ କାର୍ଡକୁ ଅନଲାଇନ ଟ୍ରାଞ୍ଜାକସନ ପାଇଁ ବ୍ୟବହାର କରୁଛନ୍ତି ତ, ଆପଣଙ୍କ ପାଇଁ ଏକ ଜରୁରୀ ଖବର ରହିଛି । ଆସନ୍ତା ମାର୍ଚ୍ଚ ୧୬ ତାରିଖରେ କିଛି ନିର୍ଦ୍ଦିଷ୍ଟ ଡେବିଟ୍ କାର୍ଡର ଅନଲାଇନ୍ ଟ୍ରାଞ୍ଜାକସନ୍ ସୁବିଧା ବନ୍ଦ ହୋଇଯାଇପାରେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

ଗତ କିଛିଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନୋଟିଫିକେସନ ଜାରି କରିଥିଲେ । ନୋଟିଫିକେସନ୍ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୬ ତାରିଖ, ୨୦୨୦ ଯାଏ ଯେଉଁ କାର୍ଡ ଧାରୀ ନିଜ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ଅନଲାଇନ୍ କିମ୍ୱା କଣ୍ଟାକ୍ଟ ଲେନ୍ସ ଟ୍ରାଞ୍ଜାକସନ୍ କରିନାହାନ୍ତି ତ ଏହି ସୁବିଧା ଆପଣଙ୍କ କାର୍ଡରେ ବନ୍ଦ ହୋଇଯାଇପାରେ ।

ଏମିତିରେ ବି ଯଦି ଆପଣ ଚାହୁଁଛନ୍ତି କି ଏହି ସୁବିଧା ଆପଣଙ୍କ କାର୍ଡରେ ଜାରି ରହୁ ବୋଲି ତ ଆପଣ ମାର୍ଚ୍ଚ ୧୬ ପୂର୍ବରୁ ଅତିକମରେ ଥରେ ଅନଲାଇନ୍ ଏବଂ ସ୍ୱାପ୍ ମେସିନରେ ଟ୍ରାଞ୍ଜାକସନ୍ କରିନିଅନ୍ତୁ ।  

ଆପଣଙ୍କୁ କହିଦେଉଛୁ କି, କଣ୍ଟାକ୍ଟଲେନ୍ସ ଟେକ୍ନୋଲୋଜି ସାହାଯ୍ୟରେ କାର୍ଡ ଧାରୀଙ୍କୁ ଟ୍ରାଞ୍ଜାକସନ୍ ପାଇଁ ସ୍ୱାପ୍ କରିବା ଜରୁରୀ ପଡ଼ିନଥାଏ । ଏହାଛଡ଼ା ମାର୍ଚ୍ଚ ୧୬ ତାରିଖରୁ ଘରୋଇ, ଅନ୍ତର୍ଜାତୀୟ, ପିଓଏସ୍ ଟ୍ରାଞ୍ଜାକ୍ସନ୍ ଲିମିଟ୍, ଅନ୍/ଅଫ୍ କରିବା ପାଇଁ ସୁବିଧା ମିଳିବ ।

ଆରବିଆଇ ଏହି ସୁବିଧା ଅନଲାଇନ୍ କାର୍ଡରୁ ସୁବିଧା ବଞ୍ଚିତ ପାଇଁ ପଦକ୍ଷେପ ଆରମ୍ଭ କରିଛି । ଏହାର ଆବଶ୍ୟକ ଥିବା ଗ୍ରାହକ, ନିଜେ ନିଜର କାର୍ଡକୁ ବନ୍ଦ କିମ୍ୱା ଆକ୍ଟିଭ୍ କରିପାରିବେ । ଏହାଛଡ଼ା କାର୍ଡର କୌଣସି ସୁବିଧା ପରିବର୍ତ୍ତ କିମ୍ୱା ବଦଳା ଗଲେ କାର୍ଡ ହୋଲ୍ଡରଙ୍କୁ ମୋବାଇଲରେ ଆଲର୍ଟ ଯିବ ।  

ଆପଣଙ୍କୁ କହି ରଖୁଛୁ କି, ଆରବିଆଇ ଠକେଇକୁ ରୋକିବା ପାଇଁ କିଛି ପରିବର୍ତ୍ତନ ମଧ୍ୟ କରିଛି । ଏହାଛଡ଼ା ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ସୁବିଧା ଥିବା କାର୍ଡକୁ ଇଏମବି ଚିପ୍ ସୁବିଧା ଥିବା କାର୍ଡକୁ ବଦଳାଇବାକୁ କୁହାଯାଇଥିଲା ।  ଏହାଛଡ଼ା ବ୍ୟାଙ୍କ ନିଜ ଗ୍ରାହକଙ୍କ କାର୍ଡ ବଦଳାଇବା ଆରମ୍ଭ କରିଦେଇଥିଲେ ।