ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
Advertisement
Article Detail0/zeeodisha/odisha847556

ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରଲ । 

ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରଲ । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ହୋଇଛି ଦୁଇଟି ଫୋଟୋ ଭାଇରଲ । ଇଣ୍ଡିଆନ ଟେମ୍ପ୍ଲସ ଓ ସାଳିନୀ ପାଶି ଦୁଇଟି ଆଇଡିରେ ହୋଇଛି ଭାଇରଲ ।ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ପଟ ମନ୍ଦିରର ଭିତର ଫୋଟୋ ଭାଇରଲ ହୋଇଛି। ଭକ୍ତମାନେ ମାସ୍କ ପିନ୍ଧିଥିବା ନଜରକୁ ଆସିଥିବାରୁ ଏହା ଏବେକାର ଫଟୋ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

 କୋଭିଡ୍ କଟକଣା ଯୋଗୁଁ ନଅମାସ ହେଲା ବନ୍ଦ ରହିଥିଲା ସାଧାରଣ ଦର୍ଶନ। କରୋନା ପ୍ରକୋପ କମିବା ପରେ କଡା କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ଦର୍ଶନ। ପ୍ରଥମେ ଏସଓପି ଅନୁସାରେ କିଓସ୍କରେ କଡା ଯାଞ୍ଚରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଥିଲେ। ସିଂହଦ୍ଵାର ଆଗରେ ସବୁବେଳେ ଡୋରମେଟାଲ ଡିଟେକ୍ଟର ମାଧ୍ୟମରେ ଭକ୍ତଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଶ୍ରୀମନ୍ଦିରକୁ କିଭଳି ମୋବାଇଲ କିମ୍ବା କ୍ଯାମେରା ପ୍ରବେଶ କଲା ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଭଳି ଫଟୋ ଉଠାଇବା ସମ୍ଭବ ହେଲା ତାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।