ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
Advertisement
Article Detail0/zeeodisha/odisha930398

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

କୋଭିଡ୧୯ ସଂକ୍ରମଣ କାରଣରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାରିନଥିଲା। 

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ସମ୍ବଲପୁର ସିଦ୍ଧେଶ୍ୱର ବେର୍ଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ। ମାଟ୍ରିକ ଫଳକୁ ନେଇ ଅସନ୍ତୁଷ୍ଟ ରହିଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ ପରିସରରେ ଧାରଣା ଦେଇଛନ୍ତି। କେବଳ ନବମ ଶ୍ରେଣୀର ମାର୍କକୁ ନେଇ ମାର୍କିଂ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। 

ଯାହା ଫଳରେ ଆଗକୁ ଭବିଷ୍ଯତ ଅନ୍ଧାର ହୋଇଯିବ ବୋଲି ଅଭିଯୋଗ ଆଣି ମାର୍କ ବଢାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। କୋଭିଡ୧୯ ସଂକ୍ରମଣ କାରଣରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାରିନଥିଲା। ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା।  ଦେଶ ତଥା ରାଜ୍ୟରେ କୋରୋନା ମହାମାରୀର ପ୍ରଭାବ ଅନୁଭୂତ ହେବା ପରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟରେ ପାଠପଢା ବାଧାପ୍ରାପ୍ତ ହୋଇଛି।