ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା
Advertisement

ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା

ଆଫ୍ରିକା, ପଶ୍ଚିମ ଏସିଆ ଏବଂ ଦକ୍ଷିଣ ଏସିଆରେ ଝିଣ୍ଟିକା ଦଳ ସମସ୍ୟା ସୃଷ୍ଟି କରିଛନ୍ତି । ଏହି ଝିଣ୍ଟିକାଙ୍କ ସଂଖ୍ୟା ଏତେ ବଡ଼ ଯେ, ଏହା ଅନ୍ତରାଷ୍ଟ୍ରୀୟ ସମୁଦାୟର ଚିନ୍ତା ବଢ଼ାଇ ଦେଇଛି ।

 

ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା

ବେଜିଂ: ଆଫ୍ରିକା, ପଶ୍ଚିମ ଏସିଆରେ ଝିଣ୍ଟିକାଙ୍କ ପାଦ୍ରୁଭାବ ଦେଖିବାକୁ ମିଳିଛି  । ଏହି ସମସ୍ୟା ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଚିନ୍ତା ବଢ଼ାଇ ଦେଇଛି । ଚୀନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଝିଣ୍ଟିକାମାନଙ୍କ ଠାରୁ ରହିଥିବା ବିପଦ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ମଜଭୂତ କରିବା ଅବଶ୍ୟକ ରହିଛି । ଏହା କୁହାଯାଇଛି ୧ ବର୍ଗ କିଲୋମିଟର ଅଞ୍ଚଳ ବ୍ୟାପୀ ରହିଥିବା ଏକ ଝିଣ୍ଟିକାଙ୍କ ଦଳ ୩୦ ହଜାର ଲୋକଙ୍କ ଖାଦ୍ୟକୁ ଖାଇଦେଇପାରନ୍ତି । ଏହା ଆପଣଙ୍କୁ କହିଦେଉଛୁକି ବର୍ତ୍ତମାନ ସମୟରେ ଅନେକ ଦେଶ ଏହି ଝିଣ୍ଟିକାଙ୍କ ପ୍ରକୋପର ଶୀକାର ହୋଇଛନ୍ତି ।

ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଝିଣ୍ଟିକା ସଙ୍କଟ ପଶ୍ଚିମ ଆଫ୍ରିକାରୁ ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆରୁ ଦକ୍ଷିଣ ଏସିଆ ଯାଏ ୨୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି । ୧.୬ କୋଟି ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ଝିଣ୍ଟିକାମାନେ ଆତଙ୍କ ଖେଳାଇଛନ୍ତି । ମରୁଭୂମୀ ଝିଣ୍ଟିକା ସୀମା ପାର କରି ପ୍ରଭାବ ବିସ୍ତାର କରିଚାଲିଛନ୍ତି । ସେମାନଙ୍କ ରୋକା ନଗଲେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ର ଖାଦ୍ୟାଭାବ ଦେଖାଦେଇପାରେ । ଆନ୍ତରାଷ୍ଟ୍ରୀୟ ସୀମା ପାର କରି ଲକ୍ଷ ଲକ୍ଷ ହେକ୍ଟର ଅଞ୍ଚଳରେ ବ୍ୟାପି ଗଲେଣି ଝିଣ୍ଟିକା । ଯେଉଁ କ୍ଷେତ୍ରରେ ଆଗରୁ ଅସୁରକ୍ଷିତ ଖାଦ୍ୟ ସୁରକ୍ଷା ସ୍ଥିତି ଲାଗି ରହିଆସିଛ, ସେଠାରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି ।  

fallback

ଜୁନ୍ ଯାଏ ୫୦୦ ଗୁଣ ବଢ଼ିଯାଇ ପାରନ୍ତି ଏହି ମରୁଭୂମୀ ଝିଣ୍ଟିକା:  ବିଶେଷଜ୍ଞଙ୍କ କହିବା କଥା ହେଲା, ଯଦି ଝିଣ୍ଟିକା ମାନଙ୍କୁ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାନଯାଏ, ତା ହେଲେ ଚଳିତ ବର୍ଷ ଜୁନ ଯାଏ ଏହି ମରୁଭୂମୀ ଝିଣ୍ଟିକାଙ୍କ ସଂଖ୍ୟା ବଢ଼ି ୫୦୦ ଗୁଣା ହୋଇଯିବ । ଏବଂ ଏହା ଆଫ୍ରିକା ଏବଂ ଏସିଆର ୩୦ ଦେଶରେ ବ୍ୟାପିଯିବାରେ ଆଶଙ୍କା ଦେଖାଦେଇଛି । ଏହି ଝିଣ୍ଟିକାଙ୍କ ପ୍ରାଦୁର୍ଭାବ ଏତେ ଯେ, ଚୀନ୍ କୃଷି ବିଶେଷଜ୍ଞ ଏକାଡେମୀର ଗବେଷକ ଚାଙ୍ଗ୍ ଜ୍ୟେହବାଙ୍କ କହିବା ଅନୁଯାୟୀ ୨୦୧୮ରୁ ୨୦୧୯ ଯାଏ ଏହି କ୍ଷେତ୍ରରେ ହେଉଥିବା ବର୍ଷା ସହ ସଂପର୍କ ରହିଛି । ପର୍ଯ୍ୟାପ୍ତ ପାଣି ମରୁଭୂମୀ ଝିଣ୍ଟିକାଙ୍କ ପ୍ରଜନନ ଏବଂ ସଂଖ୍ୟା ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ ।

୩ ମାସ ଯାଏ ଜୀବିତ ରହିପାରିବେ ମରୁଭୂମୀ ଝିଣ୍ଟିକା: ମରୁଭୂମୀ ଝିଣ୍ଟିକା ବିଶ୍ୱର ସବୁଠାରୁ ବିନାଶକାରୀ ପ୍ରବାସୀ କୀଟ ମଧ୍ୟରୁ ଏକ ପ୍ରଜାତି ଅଟନ୍ତି । ଏହି ଝିଣ୍ଟିକା ପ୍ରତ୍ୟେକ ଦିନ ଆକାଶରେ ୧୫୦ କିଲୋମିଟର ଯାଏ ଉଡ଼ିପାରନ୍ତି । ଏବଂ ପ୍ରାୟ ୩ ମାସ ଯାଏ ଜୀବିତ ରହିପାରନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚୀନର ଐତିହାସିକ ତଥ୍ୟରେ ମରୁଭୂମୀ ଝିଣ୍ଟିକାଙ୍କ କ୍ଷୟକ୍ଷତିର କୌଣସି ଆକଳନ ନାହିଁ । ସୀମାବର୍ତ୍ତୀ କ୍ଷେତ୍ରରେ ସ୍ଥଳକୃତୀ, ଜଳବାୟୁ ବାତାବରଣ ଏବଂ ଝିଣ୍ଟିକାକୁ ପ୍ରବାସୀ ରାକ୍ଷାସ ଭାବେ ଗଣାଯାଇଥାଏ । ମରୁଭୂମୀ ଝିଣ୍ଟିକା ଯୋଗୁଁ ହେଉଥିବା କ୍ଷୟକ୍ଷତି ଆକଳନ କରିବାର କ୍ଷମତା  ଚୀନ ପାଖରେ ନାହିଁ ।

fallback

ଝିଣ୍ଟିକା ଯୋଗୁଁ ବିପଦର ମୁକାବିଲା ପାଇଁ ଚୀନ ପ୍ରସ୍ତୁତ: ଚାଙ୍ଗ୍ ଜ୍ୟେହବାଙ୍କ କହିବା ଅନୁଯାୟୀ, ଯଦି ମରୁଭୂମୀ ଝିଣ୍ଟିକା ଚୀନରେ ପ୍ରବେଶ କଲେ, ଚୀନ ସେମାନଙ୍କ ମୁକାବିଲା କରି, କ୍ଷତିକୁ କମ କରିବାକୁ ସକ୍ଷମ ଅଟେ । ଝିଣ୍ଟିକା ଦ୍ୱାରା ସୃଷ୍ଟି ବିପତ୍ତି କେବଳ ପ୍ରଭାବିତ କ୍ଷେତ୍ରର ସମସ୍ୟା ନୁହେଁ । ଏହି ସମସ୍ୟା ସାରା ବିଶ୍ୱ ପାଇଁ ସମସ୍ୟା । ବିପତ୍ତିର ଚେତାବନୀ ଏବଂ ପ୍ରତିକ୍ରିୟା ନେବା ସହ ଆନ୍ତରାଷ୍ଟ୍ରୀୟ ସହଯୋଗକୁ ମଜଭୂତ କରିବା ମଧ୍ୟ ଆବଶ୍ୟକ ରହିଛି । ଚଳିତବର୍ଷରେ ଚୀନରେ ଝିଣ୍ଟିକା ଦଳ ଉପରେ ନଜର ଏବଂ ପ୍ରାରମ୍ଭିକ ଚେତାବନୀ କ୍ଷମତାରେ ଲଗାତାର ଭାବେ ସୁଧାର ହୋଇଛି । ଝିଣ୍ଟିକା ଦଳର ଦମନ ପାଇଁ ଅନେକ ଔଷଧ ମଧ୍ୟ ପ୍ରୟୋଗ କରାଯାଇଛି ।