ଆଇସିୟୁରେ ଅର୍ଥ ବ୍ୟବସ୍ଥା ! ସୁବ୍ରମଣ୍ୟମ କହିଥିଲେ ଯାଇପାରେ, ଚିଦାମ୍ବରମ କହିଲେ ଗଲାଣି
Advertisement
Article Detail0/zeeodisha/odisha610569

ଆଇସିୟୁରେ ଅର୍ଥ ବ୍ୟବସ୍ଥା ! ସୁବ୍ରମଣ୍ୟମ କହିଥିଲେ ଯାଇପାରେ, ଚିଦାମ୍ବରମ କହିଲେ ଗଲାଣି

ଘଡିସନ୍ଧି ମୁହୂର୍ତ୍ତ ହେଇ ଗତିକରୁଛି ଦେଶର ଅର୍ଥ ବ୍ୟବସ୍ଥା । ଏହାକୁ ନିୟନ୍ତ୍ରଣକୁ ଆଣିବା ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଆଉ ଏହାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି। ଚିଦାମ୍ବରମ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଘଡିସନ୍ଧି ମୁହୂର୍ତ୍ତ ହେଇ ଗତିକରୁଛି ଦେଶର ଅର୍ଥ ବ୍ୟବସ୍ଥା । ଏହାକୁ ନିୟନ୍ତ୍ରଣକୁ ଆଣିବା ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଆଉ ଏହାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି। ଚିଦାମ୍ବରମ । 

ଟ୍ୱିଟ କରି ଚିଦାମ୍ବରମ କହିଛନ୍ତି, ''ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲେଖକଙ୍କ ନିଷ୍କର୍ଷ ନୈରାଶ୍ୟଜନକ । ଏହା ଏକ ସାମାନ୍ୟ ମାନ୍ଦାବସ୍ଥା ନାହିଁ । ଏହା ମହା ମନ୍ଦାବସ୍ଥା । ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ଆଇସିୟୁକୁ ଚାଲିଯାଇଛି । ''

ବର୍ତ୍ତମାନର ଅର୍ଥ ବ୍ୟବସ୍ଥାକୁ ନେଇ ତୁହାକୁ ତୁହା ମୋଦି ସରକାର ଉପରେ ବର୍ଷି ଆସୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ । ବିରୋଧୀ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଆନ୍ଦୋଳନ କରୁଛି । ମୋଦି ସରକାରଙ୍କ ନୀତି ବିରୋଧରେ ପ୍ରଶ୍ନ ଉଠାଇଛି । ରାଜରାସ୍ତାରେ ସରକାରଙ୍କୁ ହିସାବ ମାଗୁଛି ଦଳ । 

ମାନ୍ଦାବସ୍ଥାକୁ ନେଇ ପୂର୍ବତନ ସିଇଏ ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ବିଗତ ଦିନରେ ଚେତାଇ ଦେଇଥିଲେ । ସେ କହିଥିଲେ, ଦେଶର ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁ ଆଡକୁ ଅଗ୍ରସର ହେଉଛି । ଆମଦାନୀ, ରପ୍ତାନୀ ଏବଂ ରାଜସ୍ୱ ହିଁ କହୁଛି, କେତେ ଭୟାବହ ସ୍ଥିତିରେ ରହିଛି ଦେଶର ଅର୍ଥ ବ୍ୟବସ୍ଥା । 

ସୂଚନାଯୋଗ୍ୟ, ଲଗାତାର ସପ୍ତମ କ୍ୱାର୍ଟର ପାଇଁ ଜିଡିପିରେ ହ୍ରାସ ହେବାରେ ଲାଗିଛି। ୨୦୧୯-୨୦୨୦ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ଜିଡିପି ୪.୫%ରେ ପହଞ୍ଚିଛି । ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ସେହିପରି ଗତ ଆର୍ଥିକ ବର୍ଷ (୨୦୧୮-୧୯)ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିଲା 

ଆହୁରି ପଢନ୍ତୁ; କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମହାରାଷ୍ଟ୍ରରେ ହେବ 'ଭୂକମ୍ପ'