ରେକର୍ଡ ଭାଙ୍ଗୁଛି ଦିଲ୍ଲୀ ଶୀତ
Advertisement

ରେକର୍ଡ ଭାଙ୍ଗୁଛି ଦିଲ୍ଲୀ ଶୀତ

ଏହା ସହିତ ଦିଲ୍ଲୀ ସବୁଠାରୁ ଶୀତଳ ସହର ଭାବେ ପରିଗଣିତ ହୋଇଛି ।  

ରେକର୍ଡ ଭାଙ୍ଗୁଛି ଦିଲ୍ଲୀ ଶୀତ

ନୂଆଦିଲ୍ଲୀ: ରେକର୍ଡ ଭାଙ୍ଗୁଛି ଦିଲ୍ଲୀ ଶୀତ । ଡିସେମ୍ବର ମାସରେ ପାରଦ 10 ଡିଗ୍ରୀ ତଳେ ରହି 119 ବର୍ଷର ରେକର୍ଡ ଭାଙ୍ଗିଛି । 1901 ମସିହାରେ ପାରଦ ଡିସେମ୍ବର ମାସରେ ମଧ୍ୟାହ୍ନ ସମୟରେ ସର୍ବାଧିକ 11. 3 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ଅର୍ଥାତ ସୋମବାର ଏହା 10 ଡିଗ୍ରୀ ତଳକୁ ଖସି ଆସିଛି । ପାରଦ ସୋମବାର ମଧ୍ୟାହ୍ନ ସମୟରେ ସର୍ବାଧିକ 9 । 4 ଡିଗ୍ରୀ ତାପମାତ୍ରା ରହିଥିଲା । ଏହା ସହିତ ଦିଲ୍ଲୀ ସବୁଠାରୁ ଶୀତଳ ସହର ଭାବେ ପରିଗଣିତ ହୋଇଛି ।  

ତେବେ ସ୍ଥାନୀୟ ପାଣିପାଗ ବିଭାଗର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି କି, ଡିସେମ୍ବର ମାସରେ ସ୍ୱାଭାବିକ ତାପମାତ୍ରା ଠାରୁ ମଧ୍ୟ ଢେର କମ ରହିଛି । ସୋମବାର ଚଳିତ ମାସର ସବୁଠାରୁ ଶୀତଳ ଦିନ ଭାବେ ପରିଗଣିତ ହୋଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଦିଲ୍ଲୀର ଆୟା ନଗରରେ ସର୍ବାଧିକ ତାପମାତ୍ରା 7. 8 ରହିଥିବା ବେଳେ ପାଲମରେ 9  ଡିଗ୍ରୀ, ଲୋଧି ରୋଡରେ 9 . 2 ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ ବୈଜ୍ଞାନିକମାନଙ୍କ କହିବା କଥା, ଏହା ସବୁଠାରୁ ମାରାତ୍ମକ ଥଣ୍ଡା । ଯାହା ପୁରା ଦିନ ମଧ୍ୟରେ ସବୁଠାରୁ କମ ତାପମାତ୍ରା ରହିଛି ।  

ଆଗାମୀ ଦୁଇ ଦିନମଧ୍ୟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଯଦି ବର୍ଷା ହେଉଛି, ପାରଦ ବିଯୁକ୍ତକୁ ଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଭୀଷଣ ଥଣ୍ଡା ପାଇଁ ରେଳ ଏବଂ ବିମାନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରବଳ କୁହୁଡ଼ି ପାଇଁ ପ୍ରାୟ 530 ବିମାନ ବିଳମ୍ବରେ ଚଳପ୍ରଚଳ କରିଥିବା ବେଳେ 20ରୁ ଊର୍ଦ୍ଧ୍ୱ ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି ।  

ତେବେ ବିଗତ 5 ଦିନ ମଧ୍ୟରେ ପାରଦ ସର୍ବାଧିକ 15. 8 ଡିଗ୍ରୀ ଛୁଇଁ ଥିବା ବେଳେ ସର୍ବନିମ୍ନ 1.7 ଡିଗ୍ରୀ ଛୁଇଁଛି । ଗତ 26 ତାରିଖରେ ଦିଲ୍ଲୀର ପାଲମ ଅଞ୍ଚଳରେ ସର୍ବାଧିକ ତାପମାତ୍ରା 11.8 ଡିଗ୍ରୀ ରହିଥିବା ସର୍ବନିମ୍ନ 5.6 ଡିଗ୍ରୀ ରହିଥିଲା । ସେହିଦିନ ସଫଦରଜଙ୍ଗ ଅଞ୍ଚଳରେ ସର୍ବନିମ୍ନ 5. 8 ଡିଗ୍ରୀ ଓ ସର୍ବାଧିକ 13 . 4 ଡିଗ୍ରୀ ଏବଂ ଲୋଧି ରୋଡ଼ରେ ସର୍ବନିମ୍ନ 5 .1 ଡିଗ୍ରୀ ଏବଂ ସର୍ବାଧିକ 13 . 8 ଡିଗ୍ରୀ ରହିଥିଲା ।  

ସେହିପରି 27 ତାରିଖରେ ପାଲାମରେ ସର୍ବାଧିକ 12.9 ଓ ସର୍ବନିମ୍ନ 4.2 ଡିଗ୍ରୀ, ସଫଦରଜଙ୍ଗରେ ସର୍ବାଧିକ 13.4 ଏବଂ ସର୍ବନିମ୍ନ 4.2 ଡିଗ୍ରୀ, ଲୋଧି ରୋଡ଼ରେ 13.8 ଏବଂ 5.1 ଡିଗ୍ରୀ ରହିଥିଲା । ଗତ 28 ତାରିଖରେ ଲୋଧି ରୋଡରେ ସର୍ବନିମ୍ନ 1.7 ଡିଗ୍ରୀ ଏବଂ ସର୍ବାଧିକ 13.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।  

ଚଳିତ ବର୍ଷର ଥଣ୍ଡା ସବୁ ରେକର୍ଡ କାଟି ଦେଇଥିବା ବେଳେ ବର୍ତ୍ତମାନ ପାହାଡିଆ ଅଞ୍ଚଳ ଠାରୁ ମଧ୍ୟ ଅଧିକ ଥଣ୍ଡା ସହର ପାଲଟିଛି ଦିଲ୍ଲୀ । ସୋମବାର ଅପରାହ୍ଣରେ ସର୍ବାଧିକ ତାପମାତ୍ରା 9.2 ରେକର୍ଡ କରାଯାଇଥିଲା । ଏଭଳି ସ୍ଥଳେ ପାଣିପାଗକୁ ନେଇ ଏମସ ଡାକ୍ତରମାନେ ମଧ୍ୟ ସତର୍କ ବାର୍ତ୍ତା ଦେଇଛନ୍ତି । ଡାକ୍ତରମାନେ କହିଛନ୍ତି ଏଭଳି ଥଣ୍ଡା ସମୟରେ ଅଧିକରୁ ଅଧିକ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ବିଶେଷ କରି ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବେ ।