ନିଜେ ଏହି ଫଟୋ ଉଠାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha616066

ନିଜେ ଏହି ଫଟୋ ଉଠାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଲୋକେ କହିଲେ, ଆମ ମୁଖ୍ୟମନ୍ତ୍ରୀ ଟ୍ୟାଲେଣ୍ଟେଡ୍

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କେବଳ ରାଜନୀତିରେ ନୁହେଁ, ଫଟୋଗ୍ରାଫିରେ ବି ନମ୍ବର ୱାନ ଉଦ୍ଧବ ଠାକରେ । ଉଦ୍ଧବଙ୍କ ଆଇଫୋନରେ ଅତି ଚମତ୍କାର ଫଟୋଗ୍ରାଫି । ନିଜ ଇଷ୍ଟାଗ୍ରାମରେ ଅତି ସୁନ୍ଦର ସୁନ୍ଦର ଫଟୋ ଅପଲୋଡ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବେଶ ପ୍ରଭାବିତ ତାଙ୍କ ପ୍ରଂଶସକ । କିଏ କହୁଛି, ଆମ ମୁଖ୍ୟମନ୍ତ୍ରୀ ବହୁତ ଟ୍ୟାଲେଣ୍ଟେଡ । ଆଉ କିଏ କହୁଛି, ଶାନଦାର ଫ୍ରେମ । 

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଆରମ୍ଭରୁ ହିଁ ଫଟୋଗ୍ରାଫି ପ୍ରତି ଦୁର୍ବଳତା ରହିଛି । ୫୯ ବର୍ଷୀୟ ଉଦ୍ଧବ ଫଟୋଗ୍ରାଫି କରିବାକୁ ବହୁତ ଭଲ ପାଆନ୍ତି । ତେବେ ସେ ନିଜ ଇଷ୍ଟାଗ୍ରାମ ଫିଡରେ ସେ କିଛି ଫଟୋ ଅପଲୋଡ କରିଛନ୍ତି । ଶ୍ରୀଲଙ୍କାର ମତ୍ସଜୀବୀ ଓ କାନାଡାର ପୋଲର ବିୟର ତାଙ୍କ ଫଟୋଗ୍ରାଫିରେ ସ୍ଥାନ ପାଇଛି । ଏ ସମସ୍ତ ଫଟୋକୁ ଇଷ୍ଟାଗ୍ରାମରେ ଅପଲୋଡ କରି ଉଦ୍ଧବ ଠାକରେ ଲେଖିଛନ୍ତି, ଆଇଫୋନ ସର୍ଟ । ଯାହାକୁ ତାଙ୍କ ଫଲୋୟର୍ସ ବହୁତ ପସନ୍ଦ କରୁଛନ୍ତି । 

 
 
 
 
 
 
 
 

 
 
 
 
 
 
 
 
 
 
 

A post shared by @uddhavthackeray on


 
 
 
 
 
 
 
 
 

iPhone shot

A post shared by @ uddhavthackeray on

ଏହି ଫଟୋକୁ ଏପର୍ଯ୍ୟନ୍ତ ୧୫ ହଜାରରୁ ଉର୍ଦ୍ଧ୍ୱ ଲାଇକ ମିଳିସାରିଲାଣି । ବହୁ ଲୋକ ଏହାକୁ ତାରିଫ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ବହୁତ ପ୍ରତିଭାବାନ । ସେହିପରି ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ସୂର୍ଯ୍ୟଦୟର ସବୁଠୁ ସୁନ୍ଦର ଫଟୋ । 

ଉଦ୍ଧବ ଠାକରେଙ୍କ ଇଷ୍ଟାଗ୍ରାମରେ ବହୁ ଫଟୋ ରହିଛି, ଯାହା ସେ ନିଜେ ଉଠାଇଛନ୍ତି । 'ମହା' ମୁଖ୍ୟମନ୍ତ୍ରୀ ଯେ କେବଳ ରାଜନୀତିରେ ନୁହେଁ, ଫଟୋଗ୍ରାଫିରେ ବି ପୋଖତ । ତାଙ୍କ ଇଷ୍ଟାଗ୍ରାମରେ ୭୦ ହଜାର ଫଲୋୟର୍ସ ଅଛନ୍ତି । 

ଆହୁରି ପଢନ୍ତୁ; ସିଏଏ ସମର୍ଥନରେ ସଭା କରିବାକୁ ବିଜେପି ବିଧାୟକଙ୍କୁ ମନା କଲା ପୋଲିସ