ନୂଆ ଧର୍ମକୁ ନେଇ ଆରବ ଜଗତରେ ତେଜିଲା ବିବାଦ
Advertisement
Article Detail0/zeeodisha/odisha1029727

ନୂଆ ଧର୍ମକୁ ନେଇ ଆରବ ଜଗତରେ ତେଜିଲା ବିବାଦ

କୌତୁହଳର ବିଷୟ ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅବ୍ରହାମ ଧର୍ମର କୌଣସି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ନାହିଁ କିମ୍ବା ଏହାର କୌଣସି ଅନୁଗାମୀ ନାହାଁନ୍ତି। 

ନୂଆ ଧର୍ମକୁ ନେଇ ଆରବ ଜଗତରେ ତେଜିଲା ବିବାଦ

ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ଆରବ ଦେଶରେ ଏକ ନୂତନ ଧର୍ମକୁ ନେଇ ଜୋରସୋରରେ ହେଉଛି ଚର୍ଚ୍ଚା। ଏହି ନୂତନ ଧର୍ମ ହେଉଛି 'ଅବ୍ରହମୀ ଧର୍ମ'। ଯଦିଓ ଏପର୍ଯ୍ୟନ୍ତ ଏହି ଧର୍ମକୁ ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। ହେଲେ ଇଜିପ୍ଟରେ ଧାର୍ମିକ ଏକତା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ଇଜିପ୍ଟ ଫ୍ୟାମିଲି ହାଉସର ଦଶମ ବାର୍ଷିକୀ ଅବସରରେ ଅଲ-ଅଜହରର ସର୍ବୋଚ୍ଚ ଇମାମ ଅହମ୍ମଦ ଅଲ ତୈୟବଙ୍କ ଏହି ଧର୍ମ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅନେକ ସମାଲୋଚନା କରାଯାଇଛି।

କୌତୁହଳର ବିଷୟ ହେଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅବ୍ରହାମ ଧର୍ମର କୌଣସି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ନାହିଁ କିମ୍ବା ଏହାର କୌଣସି ଅନୁଗାମୀ ନାହାଁନ୍ତି। କେବଳ ଏତିକି ନୁହେଁ, ଏହି ଧର୍ମର କୌଣସି ଧାର୍ମିକ ଗ୍ରନ୍ଥ (Scripture of Abraham Religion) ମଧ୍ୟ ନାହିଁ। ପ୍ରଶ୍ନ ଉଠୁଛି, ଅବ୍ରହାମ ଧର୍ମ ବାବଦରେ ହେଉଥିବା ଆଲୋଚନା କାହିଁକି ତୀବ୍ର ହୋଇଛି ଏବଂ ଏହାର ଅର୍ଥ ଏବଂ ମହତ୍ତ୍ୱ କ’ଣ?

Also Read: ହଜାର ହଜାର ମସଜିଦ ଭାଙ୍ଗିଦେଲେ ଏଠାକାର ସରକାର; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବିଶେଷଜ୍ଞ କହିଛନ୍ତି ଯେ ଆବ୍ରାହମ ଧର୍ମକୁ (Abraham Religion) ଏହି ସମୟରେ ଏକ ଧାର୍ମିକ ପ୍ରକଳ୍ପ (Religious Project) ଭାବେ ବିବେଚନା କରାଯାଇପାରେ। ଏହି ପ୍ରକଳ୍ପ ଅଧିନରେ ଇସଲାମ (Islam), ଖ୍ରୀଷ୍ଟିଆନ (Christian) ଏବଂ ଇହୁଦୀ (Jewish) ଧର୍ମ ମଧ୍ୟରେ ସମାନତାକୁ ଧ୍ୟାନରେ ରଖି ଭବିଷ୍ୟ‌ଦ୍‌ବକ୍ତା ଅବ୍ରହାମଙ୍କ ନାମରେ ଏକ ନୂତନ ଧର୍ମ ସୃଷ୍ଟି କରିବା ନେଇ ଆଲୋଚନା ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଏହି ତିନୋଟି ଧର୍ମ ମଧ୍ୟରେ ଥିବା ପାର୍ଥକ୍ୟକୁ ହଟାଇବା। ପ୍ରାୟ ଏକ ବର୍ଷ ଧରି ଆରବ ଜଗତରେ (Arab World) ଅବ୍ରହାମ ଧର୍ମ ଉପରେ ଆଲୋଚନା ହେଉଛି ଏବଂ ଏହାକୁ ନେଇ ବିବାଦ ଲାଗି ରହିଛି। ହେଲେ ଏହି ସମୟରେ ଆରବ ଦେଶର ଅନେକ ଲୋକ ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି।

Also Read: ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର

ଇଜିପ୍ଟରେ ଧାର୍ମିକ ଏକତା (Religious Unity in Egypt) ପାଇଁ ଇଜିପ୍ଟ ଫ୍ୟାମିଲି ହାଉସ୍ (Egyptian Family House) ପ୍ରଥାର ଦଶମ ବାର୍ଷିକୀ ଅବସରରେ ଅଲ-ଅଜହର (Al Azhar) ସଂସ୍ଥାର ସର୍ବୋଚ୍ଚ ଇମାମ ଅହମ୍ମଦ ଅଲ ତୈୟବ (Grand Imam Ahmed el-Tayeb) ଧର୍ମର ସମାଲୋଚନା କରି କହିଛନ୍ତି ଯେଉଁମାନେ ଖ୍ରୀଷ୍ଟିଆନ, ଇହୁଦୀ ଇସଲାମ ଆଦି ଧର୍ମର ଏକୀକରଣ ପାଇଁ ଆହ୍ୱାନ କରିବେ ସେମାନେ ଆସିବେ ଆଉ କହିବେ ଯେ ସେମାନଙ୍କୁ ସମସ୍ତ ବିପଦରୁ ମୁକ୍ତି ମିଳିଯିବ। ଅନ୍ୟ ଧର୍ମକୁ ସମ୍ମାନ ଏବଂ ଅନୁସରଣ କରିବା ଦୁଇଟି ଭିନ୍ନ କଥା। ତାଙ୍କ କହିବା ଅନୁଯାୟୀ ସମସ୍ତ ଧର୍ମର ଲୋକଙ୍କୁ ଏକାଠି କରିବା ଅସମ୍ଭବ। କପ୍ଟିକ୍ ଧର୍ମଯାଜକ (Coptic Priest) ମଧ୍ୟ ଆବ୍ରହାମ ଧର୍ମର ଅସ୍ତିତ୍ୱକୁ ବିରୋଧ କରିଥିଲେ। ଏପରିକି କୁହାଯାଉଛି ଯେ ଅବ୍ରହାମ ଧର୍ମ ଏକ ପ୍ରତାରଣା ଏବଂ ଶୋଷଣ ନାମରେ ଏକ ରାଜନୈତିକ ଆହ୍ୱାନ।

Also Read: ବର୍ଷକ ମଧ୍ୟରେ ବନ୍ଦ ହୋଇଗଲା ୩୦ ମସଜିଦ; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସଂଯୁକ୍ତ ଆରବ ଏମିରେଟ୍ସ (United Arab Emirates) ୟୁଏଇ (UAE) ଇସ୍ରାଏଲ (Israel) ସହିତ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ବୁଝାମଣ କରିଛି ଯାହାକୁ ଅବ୍ରହାମ ଚୁକ୍ତି (UAE-Israel Abraham Accords) କୁହାଯାଏ। ସେଥିପାଇଁ ୟୁଏଇ ବିରୋଧରେ ଏହି ଧର୍ମ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏବେ ଇସ୍ରାଏଲ୍ ସହ ସ୍ଥିତି ସାମାନ୍ୟ ହେବା ପରେ ଆବ୍ରହାମ ଧର୍ମ ପ୍ରକଳ୍ପକୁ ବିରୋଧ କରିବା ପାଇଁ ଏହାର ସମାଲୋଚକଙ୍କୁ ଏକ ସୁଯୋଗ ମିଳିଯାଇଛି। ସେମାନେ ମଧ୍ୟ ନୂତନ ଧର୍ମକୁ ବିରୋଧ କରିବା ବାହାନାରେ ୟୁଏଇ ଠାରେ ସ୍ଥିତି ସ୍ୱାଭାବିକତାକୁ ବିରୋଧ କରିବାକୁ ଲାଗିଛନ୍ତି।