ହ୍ୱାଟସଆପ ଉପରେ ହ୍ୟାକର୍ସଙ୍କ ନଜର, ଏମିତି ରଖନ୍ତୁ ନିଜ ଫୋନକୁ ସୁରକ୍ଷିତ
Advertisement
Article Detail0/zeeodisha/odisha592414

ହ୍ୱାଟସଆପ ଉପରେ ହ୍ୟାକର୍ସଙ୍କ ନଜର, ଏମିତି ରଖନ୍ତୁ ନିଜ ଫୋନକୁ ସୁରକ୍ଷିତ

ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ଗୁଇନ୍ଦାଗିରି ଖବର ସାମ୍ନାକୁ ଆସିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଦେଶର ବରିଷ୍ଠ ସାମ୍ପାଦିକଙ୍କ ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନିକ ଅଧିକାରୀ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ଆଇନଜୀବୀଙ୍କ ହ୍ୱାଟସଆପକୁ ଇସ୍ରାଇଲୀ ସ୍ପାଇୱେୟର ପେଗାସୁସ ମାଧ୍ୟମରେ ଗୁଇନ୍ଦାଗିରି କରାଯାଇଛି । ସାରା ଦୁନିଆରୁ ପ୍ରାୟ ୧୪୦୦ ଲୋକଙ୍କ ହ୍ୱାଟସଆପକୁ ହ୍ୟାକ୍ କରାଯାଥିଲା ।

ହ୍ୱାଟସଆପ ଉପରେ ହ୍ୟାକର୍ସଙ୍କ ନଜର, ଏମିତି ରଖନ୍ତୁ ନିଜ ଫୋନକୁ ସୁରକ୍ଷିତ

ନୂଆଦିଲ୍ଲୀ: ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ଗୁଇନ୍ଦାଗିରି ଖବର ସାମ୍ନାକୁ ଆସିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଦେଶର ବରିଷ୍ଠ ସାମ୍ପାଦିକଙ୍କ ଠାରୁ ଆରମ୍ଭ କରି ରାଜନେତା, ପ୍ରଶାସନିକ ଅଧିକାରୀ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ଆଇନଜୀବୀଙ୍କ ହ୍ୱାଟସଆପକୁ ଇସ୍ରାଇଲୀ ସ୍ପାଇୱେୟର ପେଗାସୁସ ମାଧ୍ୟମରେ ଗୁଇନ୍ଦାଗିରି କରାଯାଇଛି । ସାରା ଦୁନିଆରୁ ପ୍ରାୟ ୧୪୦୦ ଲୋକଙ୍କ ହ୍ୱାଟସଆପକୁ ହ୍ୟାକ୍ କରାଯାଥିଲା ।

ଏନେଇ ହ୍ୱାଟସଆପ ଠାରୁ ଜବାବ ମାଗିଛି କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଛି । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ମଧ୍ୟ ସ୍ୱୀକାର କରିଛି । ଇସ୍ରାଇଲୀ ସଫ୍ଟୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି । ଇସ୍ରାଇଲ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗାସୁସ ନାମକ ସ୍ପାଇୱେୟର ମାଧ୍ୟମରେ ସାମ୍ୱାଦିକ ଓ ଏକ୍ଚିଭିଟିସଙ୍କୁ ଉପରେ ଗୁଇନ୍ଦାଗିରି କରିଛି ହ୍ୱାଟସଆପ । ଅନ୍ୟପକ୍ଷେ କମ୍ପାନୀ ଏହା ସ୍ପଷ୍ଟ କରି ନାହିଁ ଯେ ସ୍ପାଇୱେୟର ମାଧ୍ୟମରେ କେତେ ଜଣ ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । 

ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦା ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?   

ଏନଏସଓ ଗ୍ରୁପ ଭାରତ ସମେତ ୨୦ଟି ଦେଶର ପ୍ରାୟ ୧୪ ଶହ ରାଜଦୂତ, ନେତା, ସାମ୍ୱାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏନଏସଓ ଗ୍ରୁପ ଗୁଇନ୍ଦାଗିରି କରିବା ପାଇଁ ପେଗାସୁସ ସଫ୍ଟୱେୟରର ବ୍ୟବହାର କରାଯାଇଛି । ହ୍ୱାଟସଆପ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କୁ ଆଲର୍ଟ କରଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ହ୍ୱାଟସଆପ ଏହି ବ୍ୟକ୍ତିଙ୍କ ନାଁର ଖୁଲାସା କରି ନାହିଁ । 
ସାରା ଦୁନିଆରେ ହ୍ୱାଟସଆପ ବ୍ୟବହାର କରୁଥିବା ୟୁଜର୍ସଙ୍କ ସଂଖ୍ୟା ପ୍ରାୟ ୧.୫ ଆରବ ରହିଛି । ଭାରତରେ ସର୍ବାଧିକ ୪୦ କୋଟି ଲୋକ ହ୍ୱାଟସଆପ ବ୍ୟବହାର କରନ୍ତି । ଏପରି ପରିସ୍ଥିତିରେ ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାର ଦାବି କରୁଥିବା ହ୍ୱାଟସଆପ ଉପରେ କେତେ ଦୂର ବିଶ୍ୱାସ କରି ହେବ, ତାହା ଆପଣ ହିଁ ସ୍ଥିର କରନ୍ତୁ ।

ନିଜ ଫୋନକୁ ଏପରି ସୁରକ୍ଷିତ ରଖିନ୍ତୁ, ଯାହା ଦ୍ୱାରା କେହି ଆପଣଙ୍କ ଗୋପନୀୟତାକୁ କ୍ଷୁର୍ଣ୍ଣ କରିପାରିବେ ନାହିଁ ।
୧. ଫୋନରେ କେବଳ ଆବଶ୍ୟକୀୟ ଆପ ରଖନ୍ତୁ 
୨.ଫୋନରେ କେବେ ମଧ୍ୟ ଅଜଣା ଆପକୁ ଇନଷ୍ଟଲ କରନ୍ତୁ ନାହିଁ 
୩. ବେକାର ଆପକୁ ତୁରନ୍ତ ଫୋନରୁ ହଟାଇ ଦିଅନ୍ତୁ 
୪. ଅଧିକ ବ୍ୟବହାର ହେଉଥିବା ଆପର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ 
୫. ଗେମିଂ, ପୋର୍ନ, ଫଟୋ ଆପ୍ ମାଧ୍ୟମରେ ଅତ୍ୟାଧିକ ସାଇବର ଆଟାକ ହୁଏ
୬. ସର୍ବଦା ସୁରକ୍ଷିତ ପ୍ଲାଟଫୋର୍ମରୁ ହିଁ ଆପ ଡାଉଲଡ କରନ୍ତୁ 
୭. କେବଳ ପ୍ଲେ ଷ୍ଟୋର, iOS ପରି ପ୍ଲାଟଫର୍ମରୁ ଆପ ଇନଷ୍ଟଲ କରନ୍ତୁ 
୮. ମୋବାଇଲରେ ଅଣ୍ଟିଭାଇରାସ ପକାଇବା ଆବଶ୍ୟକ