ଘଟଣାର ଏକମାତ୍ର ସାକ୍ଷୀ ରହିଥିଲେ ଅଭନୀନ୍ଦ୍ର ପାଣ୍ଡେ। ଅଭନୀନ୍ଦ୍ରଙ୍କ ଯୋଗୁଁ ନ୍ୟାୟ ପାଇଲେ ନିର୍ଭୟା।
Trending Photos
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି। ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଆସନ୍ତ ୨୨ ତାରିଖ ସକାଳ ୭ଟାରେ ପାଇବେ ଫାଶି। ସେପଟେ ଏହି ରାୟକୁ ତମାମ ଦେଶରେ ସ୍ୱାଗତ କରାଯାଇଛି। ସେପଟେ ଦେଶର ଝିଅ ନ୍ୟାୟ ପାଇଲା ବୋଲି କହିଛନ୍ତି ନିର୍ଭୟାଙ୍କ ବାପା ଓ ମା।
ତେବେ ସେଦିନର ସେହି କାଳରାତ୍ରୀର ଏକ ମାତ୍ର ସାକ୍ଷୀ ରହିଥିବା ନିର୍ଭୟାଙ୍କ ପୁରୁଷ ବନ୍ଧୁ ଅଭନୀନ୍ଦ୍ର ପାଣ୍ଡେଙ୍କୁ ନେଇ ଛିଡ଼ା ହୋଇଛି ପ୍ରଶ୍ନ। ସେ ଏବେ କେଉଁଠାରେ ଓ କଣ କରୁଛନ୍ତି। ଏହି ରାୟରେ ତାଙ୍କର ପ୍ରତିକ୍ରିୟା କଣ ରହିଛି। ଏଭଳି ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ଘଟଣା ସମୟରେ ସେ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ପାଇଁ ଦାବି କରୁଥିବା ବେଳେ ଏବେ ତାଙ୍କର ପ୍ରତିକ୍ରିୟା ପାଇଁ ପୁରା ଦେଶ ଅପେକ୍ଷା କରିଛି।
ଅଧିକ ପଢନ୍ତୁ:ଡେଥ ଓ୍ୱାରେଣ୍ଟ କଣ, ପଢନ୍ତୁ ଏହି ରିପୋର୍ଟରେ...
ଘଟଣାଦିନ ଅଭନୀନ୍ଦ୍ର ଏବଂ ନିର୍ଭୟା ଫିଲ୍ମ ଦେଖି ଫେରୁଥିବା ବେଳେ ଏହି କାଳରାତ୍ରୀର ସମ୍ମୁଖିନ ହୋଇଥିଲେ ଦୁଇଜଣ। ବସ ଡ୍ରାଇଭରଙ୍କ ସହିତ ବସର ଅନ୍ୟ ୫ ଜଣ କର୍ମଚାରୀ ନିର୍ଭୟାଙ୍କ ଦୁଷ୍କର୍ମ କରିଥିବା ବେଳେ ଅଭନୀନ୍ଦ୍ରଙ୍କୁ ପ୍ରବଳ ମାଡ଼ ମାରି ଗୁରୁତର କରିଥିଲେ। ଦୁହିଁଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତା ଉପରେ ଫିଙ୍ଗି ଦେଇ ପଲାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ୨୦୧୨ ମସିହା ଡିସେମ୍ବର ୨୯ ତାରିଖରେ ସିଙ୍ଗାପୁରରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା।
ତେବେ ସେହି କାଳରାତ୍ରୀର ଘଟଣାରେ ସମ୍ପୂର୍ଣ୍ଣ ଭାବେ ମାନସିକ ଓ ଶାରିରୀକ ଭାବେ ଦୁର୍ବଳ ହୋଇ ପଡ଼ିଥିଲେ ଅଭନୀନ୍ଦ୍ର। ସ୍ୱାଭାବିକ ହେବାକୁ ତାଙ୍କୁ ପ୍ରାୟ ୪ ବର୍ଷ ସମୟ ଲାଗିଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସେ ବର୍ତ୍ତମାନ ବିଦେଶରେ ରହୁଛନ୍ତି ଏବଂ ଏକ ବେସରକାରୀ କମ୍ପାନୀରେ ଚାକିରି କରୁଛନ୍ତି। ତେବେ ଅଭନୀନ୍ଦ୍ରଙ୍କ ବାପା ଏହି ଘଟଣାକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି।