ଅତି ଗର୍ବେ ହତ ଲଙ୍କା
Advertisement
Article Detail0/zeeodisha/odisha614537

ଅତି ଗର୍ବେ ହତ ଲଙ୍କା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିଛି।ବୁଥ୍ ବାହୁଡ଼ା ମତର ସର୍ଭେ ସତ ହୋଇଛି ଏବଂ ବିଜେପିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି ଏବଂ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟକୁ ସଫଳତା ମିଳିଛି। ଗତ ୧୯ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ସରକାରକୁ ଲଗାତର ଦ୍ୱିତୀୟ ଥର ପାଇଁ ଶାସନର ସୁଯୋଗ ମିଳିପାରିନଥିବା ବେଳେ ରଘୁବରଙ୍କ ପାଇଁ ଇତିହାସର ପୁନରାବୃତ୍ତି ହୋଇଛି।୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ JMM ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ମେଣ୍ଟର ବିଜୟ ପରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଫିଟିଯାଇଛି।ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ମୋଦି ହାୱା ଆଉ ଦେଶରେ ନାହିଁ କି ? ଅମିତ ଶାହଙ୍କ ଚାଣକ୍ୟ ନୀତି ଆଉ କାମ କରୁନି କି ?

ଅତି ଗର୍ବେ ହତ ଲଙ୍କା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିଛି।ବୁଥ୍ ବାହୁଡ଼ା ମତର ସର୍ଭେ ସତ ହୋଇଛି ଏବଂ ବିଜେପିକୁ ଗାଦିଚ୍ୟୁତ ହେବାକୁ ପଡ଼ିଛି ଏବଂ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟକୁ ସଫଳତା ମିଳିଛି। ଗତ ୧୯ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ସରକାରକୁ ଲଗାତର ଦ୍ୱିତୀୟ ଥର ପାଇଁ ଶାସନର ସୁଯୋଗ ମିଳିପାରିନଥିବା ବେଳେ ରଘୁବରଙ୍କ ପାଇଁ ଇତିହାସର ପୁନରାବୃତ୍ତି ହୋଇଛି।୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ JMM ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ମେଣ୍ଟର ବିଜୟ ପରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଫିଟିଯାଇଛି।ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ମୋଦି ହାୱା ଆଉ ଦେଶରେ ନାହିଁ କି ? ଅମିତ ଶାହଙ୍କ ଚାଣକ୍ୟ ନୀତି ଆଉ କାମ କରୁନି କି ?

କିଛିଦିନ ପୂର୍ବରୁ ମହାରାଷ୍ଟ୍ରରେ ବିଜେପି ସବୁ ପ୍ରକାର କସରତ କରି ଫେଲ୍ ମାରିଥିଲା।ଶରଦ ପାୱାରଙ୍କୁ ନେଇ ଦଳ ଯେଉଁ ଗେମ୍ ଖେଳିବାକୁ ଚେଷ୍ଟା କରିଥିଲା, ତାହା ନିଜ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା।ଏବେ ଗେରୁଆ ଦଳ ପାଇଁ ଝାଡ଼ଖଣ୍ଡ ମହଙ୍ଗା ସାବ୍ୟସ୍ତ ହୋଇଛି। କୁହାଯାଉଛି ତୃଣମୂଳସ୍ତରରେ ଅଣଦେଖା କରିବା ହିଁ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।.ସେହିପରି ପୂର୍ବ ନିର୍ବାଚନରେ AJSU ଠାରୁ ସମ୍ପର୍କ ଭାଙ୍ଗିବା ସହ ରାଜ୍ୟରେ ଅଣଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତି ଯୋଗୁ ରାଜ୍ୟବାସୀ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ମତ ପ୍ରକାଶ ପାଇଛି। ଏହାସହ ଦଳରେ ବିଦ୍ରୋହୀ ନେତାଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଦଳ ବିଜେପି ପାଇଁ ନିର୍ବାଚନ ପୂର୍ବରୁ ସମସ୍ୟା ସୃଷ୍ଚି କରିଥିଲା। ତେଣୁ ଝାଡ଼ଖଣ୍ଡରେ ନିଜର ଭୁଲର ମୂଲ ତ ଦଳକୁ ଚୁକାଇବାକୁ ପଡ଼ିଲା।

୨୦୧୪ ନିର୍ବାଚନ ସମୟରେ ଦେଶରେ ବିଜେପି ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲା, ଏହା ହାର ଧୀରେ ଧୀରେ କମିବାରେ ଲାଗିଛି।.୨୦୧୭ ଡିସେମ୍ୱରରେ ଦେଶର ୭୧ ପ୍ରତିଶତ ରାଜ୍ୟରେ ବିଜେପି ଶାସନ କରିଥିବାବେଳେ ୨୦୧୯ ନଭେମ୍ୱର ସୁଦ୍ଧା ଏହା ୪୧ ପ୍ରତିଶତକୁ କମିଯାଇଛି।ମାତ୍ର ୨ ବର୍ଷ ଭିତରେ ବିଜେପି ନିମ୍ନଗାମୀ ପରିସଂଖ୍ୟନ ମୁହାଁ ହେବାରେ ଲାଗିଛି।ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ପରେ ଦଳର କ୍ଷମତା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହରାଇବାକୁ ପଡ଼ିଲା।ତେଣୁ ଆଗାମୀ ଦିନରେ ଦଳକୁ ଏଥିରୁ ଶିକ୍ଷାଲାଭ କରିବା ଉଚିତ୍।

୨୦୧୭ରେ ଜମ୍ମୁ କାଶ୍ମୀରରେ ବିଜେପି-ପିଡିପି ସହ ମିଶି ସରକାର ଗଠନ କରିଥିଲା । କିନ୍ତୁ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ୨୦୧୭ ମସିହାରେ ବିଜେପି ସରକାର ଥିବାବେଳେ ଏହି ତିନିଟି ରାଜ୍ୟରେ ଏବେ କଂଗ୍ରେସ ସରକାର ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ୨୦୧୭ ମସିହାରେ ବିଜେପି ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ୍ ପାର୍ଟି ସହ ମିଶି ସରକାର ଗଠନ କରିଥିଲା । କିନ୍ତୁ ଏବେ ସେଠାରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର୍ କଂଗ୍ରେସ ସରକାର ରହିଛି । ସେହିପରି ହରିୟାଣାରେ ୨୦୧୭ ମସିହାରେ ବିଜେପି ସରକାର ଥିଲା । କିନ୍ତୁ ଚଳିତବର୍ଷ ସେଠାରେ ଗେରୁଆ ଦଳକୁ ସରକାର ଗଠନ କରିବାରେ ଆଣ୍ଠେଇବାକୁ ପଡ଼ିଲା । ଶେଷରେ ବାଧ୍ୟ ହୋଇ ଜନନାୟକ ଜନତା ପାର୍ଟି ସହ ସୁଲାସତରା କରି ସରକାର ଗଠନ କରିଛି । ଦୁଷ୍ମନ୍ତ ଚୌଟାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦଳ ଯେଭଳି କାର୍ଡ ଖେଳିଥିଲା, ତାହା କାହାକୁ ଅଛପା ନାହିଁ । ୨୦୨୦ ମସିହାରେ ଦିଲ୍ଲୀ ଓ ବିହାରରେ ନିର୍ବାଚନ ହେବାକୁ ଥିବାବେଳେ ୨୦୨୧ରେ ଆସାମ, କେରଳ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ । ଏସବୁ ରାଜ୍ୟ ମଧ୍ୟରୁ କେବଳ ଆସାମକୁ ଛାଡ଼ିଦେଲେ ବିଜେପି କେଉଁଠି ବି କ୍ଷମତାରେ ନାହିଁ । କେବଳ ବିହାରରେ ବିଜେପି, ଜେଡିୟୁ ସହ ମେଣ୍ଟ କରି ସରକାର ଗଠନ କରିଛି । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି କ୍ଷମତାରେ ଥିବାବେଳେ କେରଳରେ ବାମ ଦଳ ଶାସନ କରୁଛି । ସେହିପରି ତାମିଲନାଡ଼ୁରେ ଏଆଇଏଡିଏମକେ ସରକାର ଅଛି । ତେଣୁ, ଏସବୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିବ । 

ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକର ମଧ୍ୟ ଗୁରୁତ୍ୱ ବଢ଼ୁଛି।ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସ୍ୱଚ୍ଛ ଶାସନ ଯୋଗୁ ଦଳ ୧୯ ବର୍ଷ ହେଲା ଶାସନ ଗାଦିରେ ଅଛି।.ତେଲଙ୍ଗାନାରେ ଗତବର୍ଷ ଯେଭଳି ଭାବେ କେସିଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାହା ସାରା ଦେଶ ପାଇଁ ଏକ ଶିଖିବାର ବିଷୟ ଥିଲା।ନିକଟରେ ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ଭଳି ଆଞ୍ଚଳିକ ଦଳ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ତେଣୁ, ଏଠାରେ ମଧ୍ୟ ଆଞ୍ଚଳିକ ଦଳ ଉପରେ ମହାରାଷ୍ଟ୍ରବାସୀ ନିର୍ଭର କରିଛନ୍ତି ଏବଂ ସେମାନଙ୍କ ନେତା ବାଛିଛନ୍ତି।ଝାଡ଼ଖଣ୍ଡ କଥା ବିଚାରକୁ ନେଲେ, ସେଠାରେ ଜେଏମ୍ଏମ୍ ଓ ଆରଜେଡି ମଧ୍ୟ ଆଞ୍ଚଳିକ ଦଳ।ବିଜେପି ବିରୋଧରେ ଏମାନେ ଲଢ଼େଇ କରି ଶେଷରେ ବିଜୟ ହୋଇଛନ୍ତି।ତେଣୁ, ଏଠାରେ ମଧ୍ୟ ଜନତା ଆଞ୍ଚଳିକ ଦଳ ଉପରେ ଭରସା କରି ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି।.

ରାମାୟଣରେ ରାବଣର ଗର୍ବ ଯୋଗୁ ଲଙ୍କା ଛାରଖାର ହୋଇଯାଇଥିଲା।.ଗଣତନ୍ତ୍ର ରାଷ୍ଟ୍ରରେ ଗର୍ବ ଓ ଅହଂକାର ବ୍ୟତୀତ ଲୋକଙ୍କ ବିକାଶ ହିଁ ମୂଳମନ୍ତ୍ର।.ତେଣୁ, ବିଜେପି ପାଇଁ ଏହା ହିଁ ହେଉଛି ପ୍ରକୃତ ସମୟ।ନିଜର ଗର୍ବ ଭଙ୍ଗ କରିବା ସହ ଆତ୍ମସମୀକ୍ଷା କରିବା ନିହାତି ଜରୁରୀ।ନହେଲେ ବେଳ ଥାଉ ବନ୍ଧ ନବାନ୍ଧିଲେ, ଦଳକୁ ଏହାର ମୂଲ ମଧ୍ୟ ଚୁକାଇବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ।