ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ
Advertisement

ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ

ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ପୁଞ୍ଜି ବିନିଯୋଗ ପରେ ଆପଣ ପରବର୍ତ୍ତୀ ବର୍ଷ ବିନିଯୋଗରୁ ୧୦ ହଜାର ଟଙ୍କା ଯାଏ ପେନସନ ଲାଭ ଉଠାଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ମାର୍ଚ୍ଚ ୩୧,  ୨୦୨୦ଯାଏ ସମୟ ଅଛି । ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ ।

 

ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ

ପ୍ରଦ୍ୟୁମ୍ନ ମାଝୀ, ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ଏକ ନିରାପଦ ଭବିଷ୍ୟତ ପାଇଁ ବିନିଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଆପଣମାନେ କିଛି ଏପରି ବିନିଯୋଗ ବ୍ୟବସ୍ଥା କରିବା ଉଚିତ୍, ଯାହା ଦ୍ୱାରା ଆପଣମାନଙ୍କୁ ବୃଦ୍ଧାବସ୍ଥାରେ ଟଙ୍କାର କୌଣସି ଅସୁବିଧା ଯେପରି ହେବନାହିଁ । କିଛି ଲୋକ ବୃଦ୍ଧ ସମୟ ମଧ୍ୟରେ କୌଣସି ବିନିଯୋଗ କରିପାରନ୍ତିନାହିଁ । ଏପରି ଲୋକଙ୍କୁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ପୁଞ୍ଜି ବିନିଯୋଗ ପରେ ଆପଣ ପରବର୍ତ୍ତୀ ବର୍ଷ ବିନିଯୋଗରୁ ୧୦ ହଜାର ଟଙ୍କା ଯାଏ ପେନସନ ଲାଭ ଉଠାଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ମାର୍ଚ୍ଚ ୩୧,  ୨୦୨୦ଯାଏ ସମୟ ଅଛି । ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ ।

fallback

ବାସ୍ତବରେ LIC ଦ୍ୱାରା ସରକାରଙ୍କ 'ପ୍ରଧାନ ମନ୍ତ୍ରୀ ଭନ୍ଦନ ଯୋଜନା' ପରିଚାଳିତ ହେଉଛି । ଏହି ଯୋଜନା ଅଧୀନରେ ବୃଦ୍ଧମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯାଇଛି । ତଥାପି, ଏହି ଯୋଜନାର ସର୍ବନିମ୍ନ ବୟସ ସୀମା ୬୦  ବର୍ଷ ଅଟେ ।  ସହଜ ଭାଷାରେ ବୁଝିଲେ  ୬୦ ବର୍ଷ ବୟସ ପରେ ଏହି ଯୋଜନାର ଲାଭ ଉଠାଇଯାଇପାରିବ । କେବଳ 60 ବର୍ଷ ବୟସ ପରେ ମିଳିପାରିବ ।

ତେବେ ଏହି ଯୋଜନାରେ ୧ ବର୍ଷ ବିନିଯୋଗ ପରେ ପେନସନର ପ୍ରଥମ କିସ୍ତି ମିଳିଥାଏ । ଏଥି ସହିତ, ମାସିକ ଭିତ୍ତିରେ ସର୍ବନିମ୍ନ ପେନସନ ପରିମାଣ ୧ ହଜାର ଟଙ୍କା ହୋଇଥିବାବେଳେ ସର୍ବାଧିକ ୧୦ ହଜାର ଟଙ୍କା ରହିଛି ।  ଏହି ଯୋଜନାରେ ଜଣେ ବ୍ୟକ୍ତି ଅତି କମରେ ୧.୫୦  ଲକ୍ଷ ଏବଂ ସର୍ବାଧିକ ୧୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ।

ପେନ୍‌ସନ୍‌ କିପରି ନିଆଯିବ: 
ପେନ୍‌ସନ୍‌ ପାଇଁ 'ପ୍ରଧାନମନ୍ତ୍ରୀ ବନ୍ଦନ ଯୋଜନା' ଅଧୀନରେ ନିବେଶକଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ, ବ୍ୟାଙ୍କ ଆକାଉଣ୍ଟ ଏବଂ ଅବଧି ବାଛିବାକୁ ପଡିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ପ୍ରତ୍ୟେକ ମାସର ୩୦ ତାରିଖରେ ପେନସନ ଚାହୁଁଛନ୍ତି, ତେବେ ଏହି ତାରିଖ ଚୟନ କରିବାକୁ ପଡିବ । ସେହିଭଳି, ନିବେଶକମାନେ ମାସିକ, ତ୍ରୟମାସିର, ୫ ମାସକୁ ଏବଂ  ବାର୍ଷିକ ବିକଳ୍ପ ସହିତ ପେନସନର କ୍ରେଡିଟ୍ ପାଇଁ ସମୟ ବିକଳ୍ପ ଚୟନ କରିପାରିବେ ।