Advertisement
photoDetails0hindi

Naveen Patnaik New Look: ଗ୍ରୀନ ଟି-ସାର୍ଟରେ ଦେଖାଦେଲେ ନବୀନ, ପାଣ୍ଡିଆନ ସେୟାର କଲେ ଫଟୋ !

Naveen Patnaik New Look: ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡି଼ଆ ମାଟିର ବରପୁତ୍ରମାନଙ୍କ ମଧ୍ୟରେ ଅନ୍ୟତମ ପ୍ରବାଦ ପୁରୁଷ ମହାନ ବିଜୁବାବୁଙ୍କ ଦେହାନ୍ତ ପରେ ବାଧ୍ୟବାଧକତାରେ ରାଜ୍ୟ ରାଜନୀତିରେ ପାଦ ଥାପିଥିଲେ ନବୀନ । ବାପା ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଗଢିଥିଲେ ବିଜୁ ଜନତା ଦଳ । ଏହି ଦଳ ଜରିଆରେ ଏକ ନୂଆ, ସମୃଦ୍ଧ ଓ ସଶକ୍ତ ଓଡି଼ଶା ଗଠନ ପାଇଁ ସଂକଳ୍ପ ନେଇଥିଲେ ନବୀନ । ନବୀନ ପାଇଛନ୍ତି ଅଶେଷ ଲୋକପ୍ରିୟତା । ନବୀନଙ୍କ ଲୋକପ୍ରିୟତାର ପ୍ରମାଣ ଦିଏ କେବଳ କଥା କମ୍ ଓ କାମରେ ବିଶ୍ୱାସ। ତେବେ ଅନେକ ସମୟରେ ପିନ୍ଧୁଥିବା ଧଳାକୂର୍ତ୍ତା ନବୀନ ବେଳେ ବେଳେ ନିଜର ଅଲଗା ଗେଟଅପକୁ ନେଇ ଚର୍ଚ୍ଚାରେ ଥାଆନ୍ତି । 

1/5

ଲୋକଙ୍କ ସେବାରେ ନବୀନଙ୍କ ଉତ୍ସର୍ଗୀକୃତ ସରକାର । ତେବେ 5T ସଚିବ ଭିକେ ପାଣ୍ଡିଆନ ଫ୍ୟାନ କ୍ଲବ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ଗ୍ରୀନ ଟି-ସାର୍ଟରେ ନଜର ଆସିଛନ୍ତି। ଆଉ ଏହି କ୍ୟାପସନରେ ଲେଖା ହୋଇଛି #Odisha is in his heart.

2/5

ସେହିପରି ଏହି ଫଟୋରେ ଦେଖାଯାଇଛି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂଜା କରୁଥିବା ନଜର ଆସିଛନ୍ତି।

3/5

କିଛିବର୍ଷ ତଳେ ଭାଇରାଲ ହୋଇଥିଲା ନବୀନ ପଟ୍ଟନାୟକଙ୍କ ବ୍ଲାକ-ଟି ସାର୍ଟ ସହ ଟ୍ରାକ ପ୍ୟାଣ୍ଟର ଫଟୋ । ଏହି ଫଟୋ ଜିମ୍ ଲୁକର ଥିଲା। 

4/5

ନବୀନ ପଟ୍ଟନାୟକ ଫିଟ୍ ସହ ସକାଳୁ ସକାଳୁ ଦୌଡିବା ଠାରୁ ଆରମ୍ଭ କରି ଯୋଗ ମଧ୍ୟ କରନ୍ତି । ଆଉ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

5/5

ସେହିପରି ହକି ଖେଳକୁ ନୂଆ ଜୀବନ ଦେଇଛନ୍ତି ନବୀନ ପଟ୍ଟନାୟକ। ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ FIH ସଭାପତି ପୁରସ୍କାର ପ୍ରଦାନ ବି କରାଯଇଛି ।