ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ
Advertisement

ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

ନିଜେ ଏସପି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି। 

ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

ସମ୍ବଲପୁର: ସହରରେ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ୧୪ ଦିନିଆ ଲକ ଡାଉନ। ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିଛି ପନିପରିବା ବଜାର। ସାଧାରଣ ଲୋକେ ଚାଲିଚାଲି ଯାଇ ପରିବାପତ୍ର କିଣାକିଣି କରୁଛନ୍ତି। ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଏନେଇ କଡା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ଛକରେ ପୋଲିସ କଡା ଯାଞ୍ଚ କରୁଥିବାର ଦେଖାଯାଇଛି। 

ନିଜେ ଏସପି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି। ହେଲେ ବୁଧବାର ସକାଳୁ ବୁର୍ଲା ପରିବା ବଜାରରେ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା। କେହି ମଧ୍ୟ ସାମାଜିକ ଦୂରତା ମାନୁନଥିବା ବେଳେ ଲୋକେ ପନିପରିବା କିଣାକିଣି ପାଇଁ ଗହଳି କରୁଥିବାର ଦେଖିବାକୁ ମିଳିଥିଲା। ଯେହେତୁ ଆଜି ଠାରୁ ଆରମ୍ଭ ହୋଇଛି ୧୪ ଦିନିଆ ଲକ ଡାଉନ ସେଥିପାଇଁ ଲୋକେ ଆସି ଦୈନିକ ବଜାର ଠାରେ ରୁଣ୍ଡ ହେଉଥିବାର ଦେଖାଯାଇଥିଲା। 

Also Read: ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ନିୟମ ଖିଲାପକାରୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଥିଲେ ସମ୍ବଲପୁର ଏସପି। ବାତୁଲା ଗଙ୍ଗାଧର। କିଛି କିଛି ସ୍ଥାନରେ ଓଡ଼ିଶା ପୋଲିସ ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଥିବାର ଦେଖାଯାଇଥିଲା।