ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍
Advertisement

ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ସେହିଭଳି ଜୁଜୁମୁରା ବ୍ଲକର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରା ଅଞ୍ଚଳର ଡଙ୍ଗାପାଳ ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରିଛି ପ୍ରଶାସନ ।

ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର: ସମ୍ବଲପୁରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ । ଜିଲ୍ଲାର ହୀରାକୁଦ ଓ ଜୁଜୁମୁରା ଅଞ୍ଚଳରେ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି । ବର୍ତ୍ତମାନ ଜିଲ୍ଲାର ହୀରାକୁଦ ଓ ଜୁଜୁମୁରା ଅଞ୍ଚଳରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଅଞ୍ଚଳକୁ ବଫର ଓ ଆଉ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ସହର E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । 

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ବିଶେଷ ଭତ୍ତା, ଦେଖନ୍ତୁ କେତେ ହେବ ଲାଭ

ସେହିଭଳି ଜୁଜୁମୁରା ବ୍ଲକର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରା ଅଞ୍ଚଳର ଡଙ୍ଗାପାଳ ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରିଛି ପ୍ରଶାସନ ।

ଅଧିକ ପଢ଼ନ୍ତୁ:-ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ବୋଲେରୋ ଲୁଟେରା ଗ୍ୟାଙ୍ଗ

ସମ୍ବଲପୁର ଜିଲ୍ଲାପାଳ ସମସ୍ତ ସ୍ଥିତିକୁ ପରଖିଲା ପରେ ଏଭଳି ଘୋଷଣା କରିଛନ୍ତି । ଜୁଜୁମୁରା ଓ ହୀରାକୁଦ ଅଞ୍ଚଳରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢିଚାଲି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଦିନ ଏହି ଅଞ୍ଚଳରୁ ଅଧିକ ମାତ୍ରାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ପ୍ରତ୍ୟେକ ଦିନ କୋଭିଡ ସଂକ୍ରମଣ 300 ପାଖାପାଖି ରହୁଥିବାରୁ ଆଗକୁ ଆହୁରି କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଅଥବା ବଫର ଜୋନ ଘୋଷଣା ହୋଇପାରେ ।