2021 By Poll Final Result: କାହାକୁ ମିଳିଲା କେତେ ଆସନ?
Advertisement

2021 By Poll Final Result: କାହାକୁ ମିଳିଲା କେତେ ଆସନ?

ପ୍ରକାଶ ପାଇଛି ୩ ଲୋକସଭା ଏବଂ ୩୦ ବିଧାନସଭା ଆସନ ଲାଗି ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଫଳାଫଳ। ଏହି ନିର୍ବାଚନର ଫଳାଫଳ ଚକିତ କରିବା ଭଳି ରହିଛି। 

2021 By Poll Final Result: କାହାକୁ ମିଳିଲା କେତେ ଆସନ?

ନୂଆଦିଲ୍ଲୀ: ପ୍ରକାଶ ପାଇଛି  ଦେଶର ୩ ଲୋକସଭା ଏବଂ ୧୪ ରାଜ୍ୟର ୩୦ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ। ଏହି ନିର୍ବାଚନ ଲାଗି ଅକ୍ଟୋବର ୩୦ ତାରିଖ ଶନିବାର ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବା ବେଳେ ନଭେମ୍ବର ୨ ତାରିଖ ମଙ୍ଗଳବାର ପ୍ରକାଶ ପାଇଛି ନିର୍ବାଚନୀ ଫଳାଫଳ।

ଖାଲିପଡିଥିବା ୩ ଲୋକସଭା ଆସନ ଲାଗି ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଆସିଯାଇଛି। ଏହି ନିର୍ବାଚନର ଫଳାଫଳ ଚକିତ କରିବା ଭଳି ରହିଛି। ଦାଦ୍ରା ଓ ନଗର ହାଭେଳୀ- ଡାମନ ଓ ଡିଉ (Dadra & Nagar Haveli-Daman & Diu) ଲୋକସଭା ଆସନରେ ଶିବସେନା (Shivsena), ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ (Mandi Lok Sabha) କଂଗ୍ରେସ (Congress) ଏବଂ ମଧ୍ୟ ପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ (Khandwa Lok Sabha) ବିଜେପି (BJP) ବାଜିମାତ କରିଛି।   

ଅନ୍ୟପଟେ ୧୪ ରାଜ୍ୟର ୩୦ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଚକିତ କରିଦେବା ଭଳି ରହିଛି। କେଉଁଠି ଶାସକ ଦଳକୁ ଝଟକା ଲାଗିଥିବା ବେଳେ କେଉଁଠି ବାଜିମାତ କରିଛନ୍ତି ବିରୋଧି। ଆଉ କେଉଁଠି ଶାସକ ଦଳ ବିରୋଧିକୁ ମାତ ଦେବାରେ ସକ୍ଷମ ହୋଇଛନ୍ତି। 

Also Read: Election Commission: ୩୦ ଅକ୍ଟୋବରରେ ୩୦ ବିଧାନସଭା, ୩ ଲୋକସଭା ପାଇଁ ହେବ ଉପନିର୍ବାଚନ

ଗତ ଅକ୍ଟୋବର ୩୦ ତାରିଖରେ ୧୪ ରାଜ୍ୟର ୩୦ ବିଧାନସଭା ଆସନରେ (Assembly Constituecny) ହେବାକୁ ଉପନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏହି ଦିନ ୨୯ ଆସନରେ ମତାଦନ ଅନୁଷ୍ଠିତ ହୋଇଥିଲା। ଏହାର କାରଣ ହେଉଛି ନାଗାଲାଣ୍ଡର (Nagaland) ଶାମାଟୋର-ଚେସୋର ବିଧାନସଭା ଆସନ (Shamator Chessore (Seat) ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (Nationalist Democratic Progressive Party) ଏନଡିପିପି (NDPP) ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଭାବେ ଘୋଷଣା କରାଯାଇଥିଲା।

 ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଶାସକ ଦଳକୁ ମିଳିଛି ଜବରଦସ୍ତ ସଫଲତା। ଆନ୍ଧ୍ର ପ୍ରଦେଶର ୧ ଆସନରେ ୱାଏସଆର କଂଗ୍ରେସ (YSR Congress), ଆସାମର ୫ ଆସନ ମଧ୍ୟରୁ ବିଜେପି ୩ ଏବଂ ଏହାର ସହଯୋଗୀ ୟୁପିପିଏଲ (UPPL), ବିହାରର ୨ ଆସନରେ ଜେଡିୟୁ (JDU), ମହାରାଷ୍ଟ୍ରର ୧ ଏବଂ ରାଜସ୍ଥାନର ୨ ଆସନରେ କଂଗ୍ରେସ, ପଶ୍ଚିମବଙ୍ଗର ୪ ଆସନରେ ଟିଏମସି (TMC) ବାଜିମାତ କରିଛି।

ସେହିପରି ପୂର୍ବୋତ୍ତର ରାଜ୍ୟ ମିଜୋରାମର ୧ ଆସନରେ ଶାସକ ଏମଏନଏଫ (MNF), ମେଘାଳୟର ୩ ଆସନରୁ ୨ ସିଟରେ ଶାସକ ଏନପିପି (NPP) ଏବଂ ୧ ସିଟରେ ସହଯୋଗୀ ୟୁଡିପି (UDP) ବାଜିମାତ କରିଛି। ହେଲେ ହରିୟାଣା, ହିମାଚଳ ପ୍ରଦେଶ, ତେଲେଙ୍ଗାନା ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଶାସକ ଦଳକୁ ମିଳିଛି ଜବରଦସ୍ତ ଝଟକା। ହରିୟାଣାର ୧ ଆସନରେ ଆଇଏନଏଲଡି (INLD), ହିମାଚଳ ପ୍ରଦେଶର ୩ ଆସନରେ କଂଗ୍ରେସ, ତେଲେଙ୍ଗାନାର ୧ ଆସନରେ ବିଜେପି ବିଜୟବାନା ଉଡାଇଛି।

Also Read: Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ଅନ୍ୟପଟେ ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଭୟ ଶାସକ-ବିରୋଧି ପକ୍ଷକୁ ମିଳିଛି ମିଶ୍ରିତ ସଫଳତା। ମଧ୍ୟ ପ୍ରଦେଶର ୩ ଆସନ ମଧ୍ୟରୁ ୨ ସିଟ ବିଜେପି ଏବଂ ଗୋଟିଏ ସିଟ କଂଗ୍ରେସ ଖାତାକୁ ଯାଇଛି। ସେହିପରି କର୍ଣ୍ଣାଟକର ୨ ଆସନ ମଧ୍ୟରୁ ୧-୧ ଆସନରେ ଉଭୟ ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ବାଜିମାତ କରିଛନ୍ତି।