Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ
Advertisement

Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ଚଳିତ ବର୍ଷ ବିଭିନ୍ନ ରାଜ୍ୟର ବିଧାନସଭା ସହ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।   

 Bye Election 2021 Result: ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ରଶାସିତ ଅଞ୍ଚଳ ପୁଦୁଚେରୀ ସମେତ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଆଦି ୪ ରାଜ୍ୟରେ ଅନୁଷ୍ଠିତ ହୋଇଯାଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଭୋଟଗଣତି। ଏହି ନିର୍ବାଚନ ବିଭିନ୍ନ ରାଜ୍ୟର ବିଧାନସଭା ସହ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ପାଇଁ ଭୋଟଗଣତି ପ୍ରାୟତଃ ଶେଷ ହୋଇଯାଇଛି। 

ଚଳିତ ବର୍ଷ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ସମେତ ଗୁଜୁରାଟ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଆଦି ରାଜ୍ୟର ବିଧାନସଭା ସହ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।   

ଆନ୍ଧ୍ର ପ୍ରଦେଶର (Andhra Pradesh) ତିରୁପତି ଲୋକସଭା ଆସନରେ (Tirupati Loksabha) ରାଜ୍ୟରେ କ୍ଷମତସୀନ ଶାସକ ଯୁବାଜନ ଶ୍ରମିକ ରିଥ୍ୟୁ କଂଗ୍ରେସ ପାର୍ଟି-ୱାଏସଆରସିପି (Yuvajana Sramika Rythu Congress Party-YSRCP), କେରଳର (Kerala) ମାଲାପ୍ପୁରମ୍ ଲୋକସଭା ଆସନରୁ (Malappuram Loksabha) ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ-ଆଇୟୁଏମଏଲ୍ (Indian Union Muslim League-IUML), କର୍ଣ୍ଣାଟକର (Karnataka) ବେଲଗାମ ଲୋକସଭା ଆସନରୁ (Belgaum Loksabha) ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି। 

Also Read: 2021 Assembly Election Result: ଜାରି ରହିଛି ଭୋଟଗଣତି, ଖାତା ଖୋଲିଲେ BJP-TMC

ତାମିଲନାଡୁର (Tamilnadu) କନ୍ୟାକୁମାରୀ ଲୋକସଭା ଆସନରୁ (Kanniyakumari Loksabha) କଂଗ୍ରେସ (Congress) ପ୍ରାର୍ଥୀ  ପ୍ରତିଦ୍ୱନ୍ଦ୍ୱୀ ବିଜେପି ଠାରୁ ଆଗୁଆ ଅଛନ୍ତି। ଏହି ଆସନରେ ଆସନରେ ଭୋଟଗଣତି ଶେଷ ହୋଇନାହିଁ।    

ଉଭୟ ଗୁଜୁରାଟ (Gujarat), ଉତ୍ତରାଖଣ୍ଡ(Uttarakhand), ଗୋଟିଏ ଲେଖାଁଏ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଏହି ଦୁଇ ରାଜ୍ୟରେ କ୍ଷମତାସୀନ ବିଜେପି ବାଜମାତ କରିଛି। ମହାରାଷ୍ଟ୍ର (Maharastra) ଏବଂ ରାଜସ୍ଥାନରେ (Rajasthan) ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଗୋଟିଏ ଲେଖାଁଏ ବିଧାନସଭା ଆସନ ଅକ୍ତିଆର କରିଛି ବିଜେପି (BJP)। 

ଝାଡଖଣ୍ଡ (Jharkhand), ନାଗାଲାଣ୍ଡ (Nagaland), ତେଲେଙ୍ଗାନା (Telangana) ଆଦି ରାଜ୍ୟର ଗୋଟିଏ ଲେଖାଁଏ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଏଠାରେ ଶାସନ କରୁଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ-ଜେଏମଏମ (Jharkhand Mukti Morcha-JMM), ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-ଏନଡିପିପି (Nationalist Democratic Progressive Party-NDPP), ତେଲଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ (Telangana Rashtra Samithi) ପ୍ରାର୍ଥୀ ବିଜୟବାନା ଉଡାଇଛନ୍ତି। 

Also Read: Loksabha Bye Poll 2021: ଗାଦି ହାତେଇବାକୁ ସବୁ ଦଳର ପ୍ରୟାସ

 

ମିଜୋରାମରେ (Mizoram) ହୋଇଥିବା ଉପନିର୍ବାଚନରେ ରାଜ୍ୟର ଏକମାତ୍ର ଆସନକୁ ହାତେଇଛି ଜୋରାମ ପିପୁଲ୍ସ ମୁଭମେଣ୍ଟ (Zoram Peoples Movement)। ମଧ୍ୟ ପ୍ରଦେଶର (Madhya Pradesh) ଗୋଟିଏ ଆସନରେ ହୋଇଥିବା ଉପନିର୍ବାଚନରେ ଉଭୟ କଂଗ୍ରେସ ପ୍ରାର୍ଥୀ ବିଜେପି ଠାରୁ  ଆଗୁଆ ଅଛନ୍ତି। ଅନ୍ୟପଟେ କଂଗ୍ରେସ ରାଜସ୍ଥାନରେ ୨ ବିଧାନସଭା ଆସନରେ ବାଜିମାଚ କରିଛି।