AAP: ହଙ୍ଗମା କରି ଗୃହରୁ ତଡାଖାଇଲେ ୩ ରାଜ୍ୟସଭା ସାଂସଦ
Advertisement
Article Detail0/zeeodisha/odisha841213

AAP: ହଙ୍ଗମା କରି ଗୃହରୁ ତଡାଖାଇଲେ ୩ ରାଜ୍ୟସଭା ସାଂସଦ

ହେଲେ ଏହା ସତ୍ତ୍ୱେ ଆପ ରାଜ୍ୟସଭା ସାଂସଦ ଗୃହରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ।

AAP: ହଙ୍ଗମା କରି ଗୃହରୁ ତଡାଖାଇଲେ ୩ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ବଜେଟ ଅଧିବେଶନରେ କୃଷି ଆଇନ ବିରୁଦ୍ଧରେ ଗୃହରେ ହଙ୍ଗାମା କରିବା ଅଭିଯୋଗରେ ୩ ଆପ୍ ରାଜ୍ୟସଭା ସାଂସଦକୁ ଦିନକ ପାଇଁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧକ୍ଷ  ଭେଙ୍କେୟା ନାଇଡୁ ଏହି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।         

ରାଜ୍ୟସଭାରେ ଶୂନ୍ୟକାଳ ଶେଷ ହେବା ପରେ ଆମ ଆଦମୀ ପାର୍ଟି-ଆପ (Aam Adami Party-AAP) ରାଜ୍ୟସଭା ସାଂସଦ (Rajyashabha MP) ସଞ୍ଜୟ ସିଂହ (Sanjay Singh) ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲେ। ହେଲେ ଅଧକ୍ଷ ଭେଙ୍କେୟା ନାଇଡୁ ତାଙ୍କୁ ଏହା କରିବାକୁ ଅନୁମତି ଦେଇନଥିଲେ। ଏନେଇ ସେ କହିଥିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେବାକୁ ଥିବା ଆଲୋଚନା ସମୟରେ  ଗୃହର ନିଜର ପ୍ରସଙ୍ଗ ଉଠାଇପାରିବେ।   

Also Read: ଓଡ଼ିଶା ଗସ୍ତରେ ଆପ ସାଂସଦ ସଞ୍ଜୟ ସିଂହ

ହେଲେ ଏହା ସତ୍ତ୍ୱେ ଆପ ରାଜ୍ୟସଭା ସାଂସଦ ଗୃହରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପ୍ରଥମେ ସେ ୫ ମିନିଟ ପାଇଁ ଗୃହ କାର୍ଯ୍ୟ ବନ୍ଦ ରଖିଥିଲେ। ତଥାପି ଆପ ସାଂସଦ ଗୃହରେ ନାରାବାଜି କରିବାରୁ ସେମାନଙ୍କୁ ଗୃହରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।  ରାଜ୍ୟସଭା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ମିଳିବା ପରେ ମାର୍ଶଲ ସେମାନଙ୍କୁ ଗୃହରୁ ବାହାର କରିଥିଲେ। 

Also Read: ରାଜସ୍ଥାନରେ ରାଜନୈତିକ ଅସ୍ଥିରତା: ସଞ୍ଜୟଙ୍କ କଟାକ୍ଷ, କହିଲେ 'ମଧୁର ସମସ୍ୟା'   

ଗୃହରୁ ନିଲମ୍ବିତ ହେବା ପରେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଆମ ୩ ଜଣଙ୍କୁ ଗୃହରୁ ଦିନକ ପାଇଁ ବାହାର କରାଯାଇଛି। ହେଲେ ଏହାର କୌଣସି ପ୍ରଭାବ ଆମ ଉପରେ ପଡିବ ନାହିଁ। ଆମେ କୃଷକଙ୍କ ସ୍ୱାର୍ଥ ଲାଗି ଲଢେଇ କରିବୁ। ଆନ୍ଦୋଳନ କରୁଥିବା କୃଷକ ଶତ୍ରୁ ଦେଶର ନାଗରିକ ନୁହଁନ୍ତି। ସରକାର ଦିଲ୍ଲୀ ସୀମାରେ ଏପରି କଣ୍ଟାବାଡ ଲଗାଇଛନ୍ତି ଯେପରି ଚୀନ୍-ପାକିସ୍ଥାନ ସହ ଲାଗିଥିବା ସୀମାର ସୁରକ୍ଷା ପାଇଁ ଲଗାଯାଇଥାଏ। ସରକାର ସେହି ଆନ୍ଦୋଳନରତ କୃଷକଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି।