ଟ୍ୱିଟ ଲାଗି ତେଜିଲା ବିବାଦ; ଜବାବ ରଖିଲେ ଅଧିର ରଞ୍ଜନ ଚୌଧୁରୀ
Advertisement

ଟ୍ୱିଟ ଲାଗି ତେଜିଲା ବିବାଦ; ଜବାବ ରଖିଲେ ଅଧିର ରଞ୍ଜନ ଚୌଧୁରୀ

ହି ବୟାନକୁ ନେଇ  ଆଜି ମଧ୍ୟ କଂଗ୍ରେସ ଦଳ ସମାଲୋଚିତ ହୋଇଥାଏ। 

ଟ୍ୱିଟ ଲାଗି ତେଜିଲା ବିବାଦ; ଜବାବ ରଖିଲେ ଅଧିର ରଞ୍ଜନ ଚୌଧୁରୀ

Adhir Ranjan Chowdhury: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କରିଥିବା ଟ୍ୱିଟ ଲାଗି  ସୃଷ୍ଟି ହୋଇଛି ବିବାଦ। ନିଜେ କରିଥିବା ଟ୍ୱିଟ ଲାଗି ବିବାଦ ତେଜିବା ପରେ ତାହାକୁ ହଟାଇ ଦେଇଛନ୍ତି ସେ। ଏହି ଟ୍ୱିଟ ୧୯୮୪ ମସିହାରେ ହୋଇଥିବ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ  ହୋଇଥିବା ଶିଖ ବିରୋଧି  ଦଙ୍ଗା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିବୃତ୍ତି ବାବଦରେ ଉଲ୍ଲେଖ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେତେବେଳେ ଏକ ବଡ଼ ଗଛ ପଡ଼େ ସେତେବେଳେ ପୃଥିବୀ କମ୍ପିତ ହୁଏ।

ମାଆ ଇନ୍ଦିରା ଗାନ୍ଧୀଙ୍କ (Indira Gandhi) ହତ୍ୟା ଘଟଣାରେ ପୁଅ ରାଜୀବ ଗାନ୍ଧୀ (Rajiv Gandhi) ରଖିଥିବା ଏହି ବୟାନକୁ ନେଇ  ଆଜି ମଧ୍ୟ କଂଗ୍ରେସ (Congress) ଦଳ ସମାଲୋଚିତ ହୋଇଥାଏ। ଏଭଳି ପରିସ୍ଥିତିରେ ଅଧିର ରଞ୍ଜନ ଚୌଧୁରୀଙ୍କ (Adhir Ranjan Chowdhury) ଟ୍ୱିଟ ସୋସିଆଲ ମିଡିଆ ମାଧ୍ୟମରେ ତୁରନ୍ତ ଭାଇରାଲ ହୋଇଥିଲା। କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ (Rajiv Gandhi Death Anniverasy) ତାଙ୍କ ଫଟୋ ସହିତ ସେ ରଖିଥିବା ବୟାନକୁ ନେଇ ଟ୍ୱିଟ କରିଥଲେ କଂଗ୍ରେସ ସଂସଦୀୟ ଦଳ ନେତା (Congress Parliamentarian Leader)। ଯେଉଁଥିରେ ଲେଖାଯାଇଥିଲା, "ଯେତେବେଳେ ଏକ ବଡ଼ ଗଛ ପଡ଼େ, ସେତେବେଳେ ପୃଥିବୀ କମ୍ପିତ ହୁଏ " (when a big tree falls the earth shakes)।

Also Read: କଂଗ୍ରେସରେ ତେଜିଲା ଅନ୍ତଃକନ୍ଦଳ; ଦଳୀୟ ସଙ୍ଗଠନକୁ ନେଇ ମୁହାଁମୁହିଁ ଅଧିର ରଞ୍ଜନ-କପିଲ ଶିବଲ

ଲୋକେ ଏହି ଟ୍ୱିଟ ଦେଖିବା ମାତ୍ରେ ତାଙ୍କୁ ଟ୍ରୋଲ କରିଥିଲେ। ନିଜେ କରିଥିବା ଟ୍ୱିଟ ଲାଗି ସୃଷ୍ଟି ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କହିଥିଲେ ଏହି ଟ୍ୱିଟ ତାଙ୍କର କୌଣସି ସମ୍ପର୍କ ନାହିଁ। ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା। ଏହି ମାମଲାରେ ସେ ପୋଲିସ ପଖରେ ଅଭିଯୋଗ କରିବେ ବୋଲି କହିଛନ୍ତି।