UP Elections 2022: ୨ ଦଳ ସହ ମେଣ୍ଟ କଲେ Asaduddin Owaisi, ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଲା AIMIM
Advertisement

UP Elections 2022: ୨ ଦଳ ସହ ମେଣ୍ଟ କଲେ Asaduddin Owaisi, ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଲା AIMIM

ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ୨ ଦଳ ମେଣ୍ଟ କରିଛି ଏଆଇଏମଆଇଏମ। 

UP Elections 2022: ୨ ଦଳ ସହ ମେଣ୍ଟ କଲେ Asaduddin Owaisi, ହିନ୍ଦୁ ପ୍ରାର୍ଥୀଙ୍କୁ ଟିକେଟ ଦେଲା AIMIM

ନୂଆଦିଲ୍ଲୀ: ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ୨ ଦଳ ମେଣ୍ଟ କରିଛି ଏଆଇଏମଆଇଏମ। ଏନେଇ ଘୋଷଣା କରି ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଦଳ ବାବୁ ସିଂହ କୁଶୱାହା ଜନ ଅଧିକାର ପାର୍ଟି ଏବଂ ଭାରତ ମୁକ୍ତି ମୋର୍ଚ୍ଚା ସହ ଗଠବନ୍ଧନ କରିଛି। 

ଯଦି ଆମ ଗଠବନ୍ଧନ କ୍ଷମତାକୁ ଆସେ ତାହେଲେ ୨ ଜଣ ମୁଖ୍ୟମନ୍ତ୍ରୀ ହେବେ। ସେମାନଙ୍କ ମଧ୍ୟରୁ ଜଣେ ପଛୁଆ ବର୍ଗ ଓବିସି ଏବଂ ଅନ୍ୟ ଜଣେ ଅନୁସୂଚିତ ଜାତି ବର୍ଗରୁ ମୁଖ୍ୟମନ୍ତ୍ରୀ ହେବେ। ଏହା ସହିତ ମୁସଲମାନ ସମ୍ପ୍ରଦାୟକୁ ମିଶାଇ ୩ ଜଣ ଉପମୁଖ୍ୟମନ୍ତ୍ରୀ ହେବେ।   

ଏଆଇଏମଆଇଏମ ସହ ମେଣ୍ଟ ହେବା ପରେ ଜନ ଅଧିକାର ପାର୍ଟି ମୁଖ୍ୟ ବାବୁ ସିଂହ କୁଶୱାହା କହିଛନ୍ତି ଆମ ଗଠବନ୍ଧନରେ ଅନ୍ୟ ଦଳ ମଧ୍ୟ ସାମିଲ ହୋଇପାରନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଲଢେଇ ବିଜେପି-ସମାଜବାଦୀ ପାର୍ଟି ନୁହେଁ ବରଂ ବିଜେପି ବନାମ ଆମ ଗଠବନ୍ଧନ ମଧ୍ୟରେ ହେବ।

Also Read: UP Election 2022: ନଜରରେ ପୂର୍ବାଞ୍ଚଳ, ବାହୁବଳୀ ନେତାଙ୍କ ପତ୍ନୀଙ୍କୁ ଟିକେଟ ଦେଲା AIMIM!

ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ଏଆଇଏମଆଇଏମ ପ୍ରାର୍ଥୀ ମନମୋହନ ଝା (Manmohan Jha) କହିଛନ୍ତି ସମାଜବାଦୀ ଏବେ ପୁଞ୍ଜିବାଦୀଙ୍କ କୋଳରେ ବସିଯାଇଛନ୍ତି। ଯଦି ରାଜନୀତିରେ ପୁଞ୍ଜିବାଦ ଆସେ ତାହାଲେ ଗରିବ, କୃଷକ, ଶ୍ରମିକଙ୍କ ଅଧିକାର ଉଲ୍ଲଂଘନ ହେବ।

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ସାହିବାବାଦ ବିଧାନସଭା ଆସନରୁ (Sahibabad Assembly Constituency) ଜଣେ ହିନ୍ଦୁ ପ୍ରାର୍ଥୀ ଅର୍ଥାତ (AIMIM Hindu Candidate) ବ୍ରାହ୍ମଣ ସମ୍ପ୍ରଦାୟର (AIMIM Brahman Face) ନେତାଙ୍କୁ ଟିକେଟ ଦେଇ ଚର୍ଚ୍ଚାକୁ ଆସିଛି ଏଆଇଏମଆଇଏମ। ପ୍ରାୟ ୨୨ ବର୍ଷ କାଳ ଧରି ସମାଜବାଦୀ ପାର୍ଟିରେ ରହିବା ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡି଼ ଏଆଇଏମଆଇଏମ ହାତ ଧରିଥିଲେ ଝା। ଯିଏକି ମୂଳତଃ ବିହାରର ବାସିନ୍ଦା। 

ସମାଜବାଦୀ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଝା ସାହିବାବାଦ ବିଧାନସଭା ଆସନ ଲାଗି ଦଳୀୟ ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଦଳୀୟ ସଙ୍ଗଠନ ଲାଗି କାମ କରୁଥିବା ସମୟରେ ସେ ଦଳ ଛାଡି଼ଥିଲେ। ଏଆଇଏମଆଇଏମ ଭଳି ଏକ ଦଳ ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପ୍ରସଙ୍ଗରେ ମତ ରଖି ଝା ଏହା ସେହି ଲୋକଙ୍କ ଲାଗି ଏକ ଦୃଢ ଜବାବ ଯିଏ ହିନ୍ଦୁ-ମୁସଲମାନ ନାମରେ ସମାଜରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆମ ଦଳର ଓୱେସିଙ୍କ ବିରୋଧରେ ଆସୁଥିବା ଅଭିଯୋଗର ଏହା ହେଉଛି ଉତ୍ତର। ସେ ସମ୍ବିଧାନ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ଦଳର ନୀତି ଅନୁଯାୟୀ ଶୋଷିତ, ବଞ୍ଚିତ, ପୀଡିତ ଲୋକଙ୍କ ଲାଗି ସେ କରୁଛନ୍ତି। 

ଏଆଇଏମଆଇଏମ ଯେ କେବଳ ମୁସଲମାନଙ୍କ ଦଳ ତାହା ନୁହେଁ। ବର୍ତ୍ତମାନ ଜଣେ ବ୍ରାହ୍ମଣ ଦଳରେ ଯୋଗ ଦେଇଛନ୍ତି। ଭବିଷ୍ୟତରେ ଆଉ କେହି ବ୍ରାହ୍ମଣ ଦଳରେ ଯୋଗ ଦେଇ ପାରନ୍ତି। ଆମେ କ୍ଷମତା ପାଇବାକ କିମ୍ବା କାହାକୁ ଦମନ କରିବା ପାଇଁ ରାଜନୀତି କରୁ ନାହୁଁ। ଆମର କାମ ରାଜନୀତିର ଶେଷ ଆସନରେ ବସିଥିବା ବ୍ୟକ୍ତିଙ୍କ ମୁହଁରେ ହସ ଆଣିବା। 

Also Read: UP Election 2022: ପ୍ରାର୍ଥୀ ତାଲିକା ଜାରି କଲା Asaduddin Owaisi ଙ୍କ AIMIM

ନିର୍ବାଚନ ଲଢିବା ଦଳୀୟ ଟିକେଟ ନ ମିଳିବା ପରେ ଆପଣ ଦଳ ଛାଡିଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଝା କହିଛନ୍ତି ମୁଁ ୨୨ ବର୍ଷ ଧରି ସାହିବାବାଦରେ ରହିଆସୁଛି।  ନିର୍ବାଚନ ଲଢିବା ଲାଗି ମୋତେ ଟିକେଟ ମିଳିଲା ନାହିଁ ବୋଲି ମୁଁ ଦଳ ଛାଡିଲି ତାହା ଠିକ ନୁହେଁ। କଥା ହେଉଛି ମୁଁ ଯେତେବେଳେ ସମାଜବାଦୀ ପାର୍ଟି ଛାଡି ଏଆଇଏମଆଇଏମ ହାତ ଧରିଲି ସେତେବେଳେ ମୁଁ ଟିକେଟ ମାଗନଥିଲି। ମୋର ଆସ୍ଥା କୌଣସି ଦଳର ବିଚାର ଧାରା ଉପରେ ରହିଛି। ଲୋକଙ୍କ ଲାଗି ମୁଁ ସ୍ୱର ଉତ୍ତୋଳନ କରୁଥିବାରୁ ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ ମୋତେ ତାଙ୍କ ପକ୍ଷରୁ ଦଳୀୟ ପ୍ରାର୍ଥୀ କରିଥିଲେ। ଯଦି ମୁଁ ଟିକେଟ ପାଇଁ ଲାଳାୟିତ ହୋଇଥାନ୍ତି ତାହେଲେ ଯେ କୌଣସି ଦଳକୁ ଯାଇପାରିଥାନ୍ତି। ବର୍ତ୍ତମାନ ଗରିବ ବନାମ ଧନୀ ଲଢେଇ ହେବାକୁ ଯାଉଛି। ଶ୍ରମିକ ବର୍ଗର ଲୋକ ଆମର ଭାଗ୍ୟ ନିର୍ଦ୍ଦାରଣ କରିବେ।  

ଏଆଇଏମଆଇଏମ କେବଳ ଭୋଟ୍ କାଟିବା ଉପରେ କାମ କରୁଛି କି? ଏହାର ଉତ୍ତର ରଖି ଝା କହିଛନ୍ତି ଯେ ଯେଉଁ ଦଳ ବିରୁଦ୍ଧରେ ଭୋଟ୍ କାଟୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଆମେ ସେମାନଙ୍କୁ ପଚାରିବାକୁ ଚାହୁଁଛୁ ଗତ ନିର୍ବାଚନରେ ​​ବିଏସପି ଏବଂ ସମାଜବାଦୀ ପାର୍ଟି କେତେ ଭୋଟ୍ ପାଇଛନ୍ତି? ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ଦଳ ରାଜ୍ୟର ପ୍ରାୟ ୧୮ ବିଧାନସଭା ଆସନରେ ନିର୍ବାଚନ ଲଢିଥିଲା ଏଥର ୧୦୦ ଆସନରେ ଲଢୁଛି। ଆଗାମୀ ନିର୍ବାଚନରେ ରାଜ୍ୟରେ ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢିବ ଦଳ ଏବଂ କ୍ଷମତାକୁ ଫେରିବ।

Also Read: ବ୍ରାହ୍ମଣ ଭୋଟ ପାଇଁ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଉନାହିଁ ବିଜେପି: ଅସାଦୁଦ୍ଦିନ ଓୱେସ

ଗାଜିଆବାଦ ଜିଲ୍ଲାର ସାହିବାବାଦ ବିଧାନସଭା ଆସନର ମୋଟ ୧୦ ଲକ୍ଷ ମତଦାତାଙ୍କ ମଧ୍ୟରେ ୫ ହେଉଛନ୍ତି ପୂର୍ବାଞ୍ଚଳର ଏବଂ ବିହାରର। ଏହି ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୬୨ ମତଦାତା ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ଏପରି ଅଭିଯୋଗ ସେହି ଦଳ ଆଣୁଛନ୍ତି ଯାହାର ରାଜନୈତିକ ପୃଷ୍ଠଭୂମି ଦୁର୍ବଳ ହେବାରେ ଲାଗିଛନ୍ତି। ବିଧାନସଭା ଏହି ନିର୍ବାଚନମଣ୍ଡଳୀର ସମସ୍ୟା ଉଠାଉଥିବାର ଆପଣ ମୋତେ ଦେଖିଥିବେ।