ଏଆଇଏମଆଇଏମ୍ ନବାବ ମଲିକଙ୍କ ସମର୍ଥନରେ ଛିଡା ହୋଇଛି।
Trending Photos
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରଖିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକଙ୍କ ସମର୍ଥନରେ ଆସିଛନ୍ତି ରାଜ୍ୟର ଔରଙ୍ଗାବାଦ ଲୋକସଭା ଆସନର ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଏନସିପି ନେତା ନବାବ ମଲ୍ଲିକଙ୍କ (NCP Leader Nawab Malik) ସମର୍ଥନରେ ଆସି ଔରଙ୍ଗାବାଦ ଲୋକସଭା ସାଂସଦ (Aurangabad Lok Sabha Seat) ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ (AIMIM MP Imtiyaz Jaleel) କହିଛନ୍ତି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ। ହେଲେ ମୁସଲମାନଙ୍କୁ ଆତଙ୍କବାଦ ସହ ଯୋଡି଼ବା ଉଚିତ ନୁହେଁ।
ଏଆଇଏମଆଇଏମ୍ ନବାବ ମଲିକଙ୍କ ସମର୍ଥନରେ ଛିଡା ହୋଇଛି। ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରରଙ୍କ ଅନ୍ୟାନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ହେଲେ ସେମାନଙ୍କୁ ଗିରଫ କରାଯାଇନାହିଁ।
ଏଆଇଏମଆଇଏମ୍ ସାଂସଦ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଏନସିପି ମୁଖ୍ୟ ଶରଦ ପାୱାର ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଠାରେ ହାଜର ହୋଇଥିଲେ, ସେତେବେଳେ ବହୁ ସଂଖ୍ୟକ ଦଳୀୟ କର୍ମୀ ଇଡି କାର୍ଯ୍ୟାଳୟ (ED Office) ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ହେଲେ ଦଳୀୟ ନେତା ନବାବ ମଲିକଙ୍କ ଗିରଫଦାରୀ ପରେ ଏନସିପି ସମର୍ଥକଙ୍କ ମଧ୍ୟରେ ସେପରି କୌଣସି ପ୍ରତିକ୍ରିୟା ମିଳିନଥିଲା।
Also Read: ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'
ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ ଦାବି କରିଛନ୍ତି ତାଙ୍କ ଦଳ ନବାବ ମଲିକଙ୍କ ସହ ଛିଡା ହୋଇଛି। ମୁସଲମାନଙ୍କୁ ଆତଙ୍କବାଦ ସହ ଯୋଡି଼ବା ଠିକ ନୁହେଁ। ସେ ଅଭିଯୋଗ କରିଛନ୍ତି ଯେ ମହାବିକାଶ ଅଘାଡ଼ି ସରକାରର ସମର୍ଥନ କେବଳ ଲୋକଦେଖାଣିଆ ଯଦି ଆବଶ୍ୟକ ହୁଏ ତାହେଲେ ବହୁ ସଂଖ୍ୟାରେ ଏଆଇଏମଆଇଏମ୍ କର୍ମକର୍ତ୍ତା ନବାବ ମଲ୍ଲିକଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇବେ।