ନୂଆଦିଲ୍ଲୀ: ବିଦାୟ ନେଇଥିବା ୨୦୨୦ ବର୍ଷକୁ କବଳିତ କରି ରଖିଥିବା କୋରୋନା ମହାମାରୀକୁ ସମୂଳେ ନାଶ କରିବାକୁ ନୂଆ ବର୍ଷ ୨୦୨୧ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି ସଂଗ୍ରାମ। ଏହି ମର୍ମରେ କୋରାନା ସହ ଲଢିବା ପାଇଁ ଆବଶ୍ୟକୀୟ ଟିକା ପ୍ରଦାନ କରିବାକୁ ନେଇ ଡ୍ରାଏ ରନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଲାଣି। 


COMMERCIAL BREAK
SCROLL TO CONTINUE READING

ହେଲେ କୋରୋନା ଟିକାକୁ ନେଇ ଗତବର୍ଷ ଚାଲିଥିବା ରାଜନୀତିର ପୁନରାବୃତ୍ତି ଏବେ ନୂଆବର୍ଷରେ ଦେଖିବାକୁ ମିଳିଛି। ଆଉ ଏହାର ଆରମ୍ଭ କରିଛନ୍ତି ସମାଜବାଦ (Samajwadi Party) ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। କୋଭିଡ ଭ୍ୟାକସିନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, " ବିଜେପି ଭ୍ୟାକସିନ ଉପରେ ଭରସା ନାହିଁ। ଭାରତରେ ନିର୍ମିତ ହେଉଥିବା କୋରୋନା ଭ୍ୟାକସିନକୁ ମୁଁ ବ୍ୟବହାର କରିବି ନାହିଁ।"       


କୋରୋନା ଟିକା ବାବଦରେ ଅଖିଲେଶ ଯାଦବ (Akhilesh Yadav) ଏପରି ପ୍ରତିକ୍ରିୟା ରଖିବା ପରେ ଏହାକୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏପରିକି ତାଙ୍କୁ କଂଗ୍ରେସ, ବିଜେପି ଆଦି ଦଳ ପରାମର୍ଶ ଦେବା ଆରମ୍ଭ କରି ଦେଇଛନ୍ତି। ସେ ପାକିସ୍ତାନର ଭାଷା କହୁଥିବା ନେଇ କେହି କେହି କହିବାରେ ଲାଗିଲେଣି। 


Also Read: ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ


ସମାଜବାଦ ପାର୍ଟି ମୁଖ୍ୟଙ୍କୁ ଜବାବ ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ କରି କହିଛନ୍ତି, "ହେ ପ୍ରଭୁ ତାଙ୍କର ଅବସ୍ଥା କ'ଣ ହେଲାଣି। ଏବେ ଟିକାରେ ତାଙ୍କୁ ବିଜେପି ଦୃଶ୍ୟମାନ ହେଲାଣି। ତାଙ୍କର ଏପରି ମନ୍ତବ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱହୀନ। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ବିସ୍ତାର କରିବାର ଏହା ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ମୋଦୀ କୋରୋନା ବିରୋଧରେ ଜୋରଦାର ଲଢେଇ କରିଛନ୍ତି। ଭ୍ୟାକସିନକୁ ବିଜେପି ଟିକା ବୋଲି କହି ଅଖିଲେଶ ଯାଦବ ବୈଜ୍ଞାନିକଙ୍କୁ ଅପମାନିତ କରିଛନ୍ତି। ସେ ତାଙ୍କର ବୟାନ ଫେରାଇନେବା ଆବଶ୍ୟକ। "


 




ସେହିପରି ବିଜେପି ନେତା କପିଲ ମିଶ୍ର  ଟ୍ୱିଟ କରି କହିଛନ୍ତି, " ଅଖିଲେଶ ଯାଦବଙ୍କୁ ଯେଉଁ ରୋଗ ହୋଇଛି ତାହାର କୌଣସି ଟିକା ନିର୍ମାଣ ହୋଇଛି ନା ହୋଇପାରିବ। ଏହା ହେଉଛି ମୁସଲିମ ତୁଷ୍ଟିକରଣ ଭଳି ଭୟଙ୍କର ରୋଗ। ଏହି ବେମାରୀ ମୁସଲିମଙ୍କୁ ପୋଲିସ ଟିକା ନେବାରୁ ବଞ୍ଚିତ କରିଥିଲା। ଆଉ କଣ୍ଡୋମ ଯାହା ଜନସଂଖ୍ୟା ନିୟନ୍ତ୍ରଣର ମାଧ୍ୟମ ତାହକୁ ବ୍ୟବହାର କରିବାରୁ ସେମାନଙ୍କୁ ଅଟ୍ଟକାଇଥିଲା। ଆଉ ଏବେ ଏହା କୋରାନା ଟିକା ନେବାରୁ ବଞ୍ଚିତ କରୁଛି। "   



ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସେ ନିଜର ବୟାନ ପାଇଁ କ୍ଷମା ମାଗିବା ଆବଶ୍ୟକ। ଟିକା ବାବଦରେ ସର୍ବସାଧାରଣରେ ବିବୃତ୍ତି ଦେଇ ସେ ସମସ୍ତଙ୍କୁ ଅପମାନିତ କରିଛନ୍ତି। ଆୁଣ କ୍ଷମା ମାଗିବା ଦରକାର। ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିବା କୌଣସି ଲୋକ ଏପରି ବିବୃତ୍ତି ଦେବା ଠିକ ନୁହେଁ।


ଏହା ସହ ଯୋଗୀ ସରକାରରେ ମନ୍ତ୍ରୀଥିବା  ଅନୀଲ ରାଜଭାର ଅଖିଳେଶ ଯାଦବଙ୍କୁ ଦାୟିତ୍ୱହୀନ ବୋଲି କହିଛନ୍ତି। ଏବେ କୋରୋନା ବିପଦ ଶେଷ ହେବାକୁ ଯାଉଛି। ଏଭଳି ସମୟରେ  ସମାଜବାଦ ପାର୍ଟି ମୁଖ୍ୟ   ଏଭଳି କଥା କହୁଛନ୍ତି। ଏପରି ସ୍ଥିତିରେ ତାଙ୍କ ଠାରୁ ଏହା ଆଶା କରାଯାଇ ନପାରେ। ଏମାନେ ହେଉଛନ୍ତି ଦାୟିତ୍ୱହୀନ ବ୍ୟକ୍ତି। ସେମାନେ ପାକିସ୍ତାନ ଭାଷା କହିବାକୁ ପସନ୍ଦ କରନ୍ତି। ଯେତେବେଳେ ଜନସଂଖ୍ୟା ଗଣନା କରିବା କଥା ଉଠିଲା ସେ କହିଥିଲେ ସେମାନେ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଯେଉଁଠାରେ ଜନସାଧାରଣ ସେମାନଙ୍କୁ ବସାଇଛନ୍ତି, ସେମାନେ ସେଠାରେ ବସିବା ଯୋଗ୍ୟ।


Also Read: କୋରୋନା ଟିକା ଉପରେ ଆସିଲା ଫତୱା


 


ଅନ୍ୟପଟେ ସମାଜବାଦ ପାର୍ଟି ନେତା ତଥା ଏମଏଲସି ଦଳର ମୁଖିଆଙ୍କ ସମର୍ଥନରେ ଆସି କହିଛନ୍ତି ରାଜ୍ୟର ସମସ୍ତ ଲୋକଙ୍କୁ ଟୀକାକରଣ କରାଯିବା ଠିକ ନୁହେଁ। ଯଦି ଅଖିଳେଶ ଯାଦବ କହିଛନ୍ତି କେବଳ ସମାଜବାଦୀ ପାର୍ଟି ନୁହେଁ, ସମସ୍ତଙ୍କୁ ଟୀକାକରଣ କରାଯିବା ଉଚିତ ନୁହେଁ। ଆମେ ଅନୁଭବ କରୁଛୁ ଆମେ ଏହି ସରକାରୀ ବ୍ୟବସ୍ଥା ଉପରେ ଅଧିକ ବିଶ୍ୱାସ କରିପାରିବୁ ନାହିଁ। ସେ ନିଶ୍ଚିତ ଭାବେ ତଥ୍ୟ ଆଧାରରେ କହିଥିବେ। ଆମେ ଅନୁଭବ କରୁଛୁ ସେହି ଟିକାରେ ଏପରି ଜିନିଷ ଆସିବ ଯାହାଦ୍ୱାରା କ୍ଷତି ହେବ। ଜନସଂଖ୍ୟା ହ୍ରାସ କରିବାକୁ କିମ୍ବା ନପୁଂସକ କରିବା ପାଇଁ ଟିକା ରହିଛି। ଜନସଂଖ୍ୟା ହ୍ରାସ କିମ୍ବା ନଂପୁସକ କରିବାକୁ ଚେଷ୍ଟା କରିବା ପାଇଁ କୋରୋନା ଟୀକାରେ କିଛି ଥାଇପାରେ। 


ଅନ୍ୟପଟେ କଂଗ୍ରେସ ନେତା ସଲିମ ଅହମ୍ମଦ କହିଛନ୍ତି ସମସ୍ତେ ସୁସ୍ଥ ରହିବେ ଏହା ସରକାରଙ୍କ ଦାୟିତ୍ୱ। ସମସ୍ତଙ୍କ ପାଇଁ ଟିକା ମୁକ୍ତ ହେବା ଉଚିତ। ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ରହିଛନ୍ତି ସେ ଏପରି ବୟାନବାଜି କରିବା ଠିକ ନୁହେଁ।