କୋରୋନା ଟିକା ଉପରେ ଆସିଲା ଫତୱା
Advertisement
Article Detail0/zeeodisha/odisha813584

କୋରୋନା ଟିକା ଉପରେ ଆସିଲା ଫତୱା

କୋରୋନା ଟିକା ନିର୍ମାଣରେ ଘୁଷୁରୀ ଚର୍ବି ବ୍ୟବହାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି  ୟୁଏଇ ଶୀର୍ଷ ଇସଲାମିକ ସଙ୍ଗଠନ ଫତୱା କାଉନସିଲ। 

କୋରୋନା ଟିକା ଉପରେ ଆସିଲା ଫତୱା

ଦୁବାଇ: ଘୁଷୁରୀ ଚର୍ବିରୁ କୋରୋନା ଟିକା ପ୍ରସ୍ତୁତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ସଂଯୁକ୍ତ ଆରବ ଅମିରାତ-ୟୁଏଇ ଶୀର୍ଷ ଇସଲାମିକ ସଙ୍ଗଠନ। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି କୋଭିଡ୧୯ ଭ୍ୟାକସିନ  ନିର୍ମାଣରେ ଜିଲୋଟିନ ବ୍ୟବହାରସ ଜାୟଜ ଅର୍ଥାତ ନ୍ୟାୟସଙ୍ଗତ।    
 
ଏନେଇ ୟୁଏଇ ଫତୱା କାଉନସିଲ ପକ୍ଷରୁ କୁହାଯାଇଛି (UAE Fatwa Council) ଅଧ୍ୟକ୍ଷ ଶେଖ ଅବଦୁଲ୍ଲା ବିନ ବୟ୍ୟା କହିଛନ୍ତି ଯଦି କୌଣସି ବିକଳ୍ପ ନମିଳେ କୋରୋନା ଟିକାକୁ (Corona Vaccine) ଇସଲାମରେ କାର୍ଯ୍ୟକାରୀ ହେଉଥିବା କଟକଣାରୁ ହଟାଯିବ। କାରଣ ଜୀବନ ବଞ୍ଚାଇବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାଉନସିଲ ଆହୁରି କହିଛି ଘୁଷୁରୀ ଜିଲୋଟିନକୁ ଟିକା ନିର୍ମାଣରେ ପ୍ରୟୋଗ କରାଯାଇଛି। ଏହାକୁ ଖାଇବା ଲାଗି ବ୍ୟବହାର କରାଯାଉନାହିଁ। ବିଭିନ୍ନ ଦେଶରେ ବସବାସ କରୁଥିବା ମୁସଲମାନ ଏହାକୁ ବ୍ୟବହାର କରିପାରିବେ। 

fallback

ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁସାରେ କୋଭିଡ୧୯ ଭ୍ୟାକସିନ ପ୍ରସ୍ତୁତିରେ ସାମାନ୍ୟତମ ଘୁଷୁରୀ ଜିଲୋଟିନ ବ୍ୟବହାର କରାଯାଉଛି। ଯାହାକୁ ନେଇ ମୁସଲମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। କାରଣ ଇସଲାମିକ କାନୁନ ଅନୁସାରେ ଘୁଷୁରୀ ପ୍ରସ୍ତୁତ ହେଉଥିବା ଉତ୍ପାଦର ବ୍ୟବହାର ହରାମ ଅର୍ଥାତ ବେଆଇନ।     

Also Read: ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!

ୟୁଏଇ ଫତୱା କାଉନସିଲ ଘୁଷୁରୀ ଜିଲୋଟିନରୁ ପ୍ରସ୍ତୁତ କୋରୋନା ଭ୍ୟାକସିନ ବ୍ୟବହାରକୁ ନ୍ୟାୟସଙ୍ଗତ ଦର୍ଶାଯାଇଛି। ହେଲେ ଭାରତୀୟ ମୁସଲମାନ ଏହାକୁ ନେଇ ନାରାଜ ହୋଇଉଠିଛନ୍ତି। ମୁମ୍ବାଇସ୍ଥିତ ରାଜା ଏକାଡେମୀ ମୌଲନା ସଇଦ ନୁରୀ କହିଛନ୍ତି କୋରୋନ ଭ୍ୟାକସିନ ନିର୍ମାଣରେ ଘୁଷୁରୀ ଚର୍ବି (Pork Fat) ବ୍ୟବହାର କରାଯାଉଛି। ଯେଉଁ କୋରୋନା ଟିକା ଭାରତ ଆସିବ ତାହକୁ ଆମର ମୁଫତି, ଡାକ୍ତର ନିଜ ହିସାବରେ ପରୀକ୍ଷା କରିବେ। ସେମାନଙ୍କ ଅନୁମତି ମିଳିବା ପରେ ଭାରତୀୟ ମୁସଲମାନ ଏହାର ବ୍ୟବହାର କରିବା ଉପରେ ନିଷ୍ପତ୍ତି ନେବେ।     

fallback   

ଅନ୍ୟପଟେ ଲକ୍ଷ୍ନୌର ମୌଲନା ଖାଲିଦ ରଶୀଦ ଫିରଙ୍ଗୀ ମହଲି ରାଜା ଏକାଡେମୀ ମୌଲନାଙ୍କ ସହ ଏକମତ ହୋଇନାହାଁନ୍ତି। ଏନେଇ ସେ କହିଛନ୍ତି ଜୀବନ ରକ୍ଷା କରିବା ସବୁଠୁ ବଡ କାମ। କୌଣସି ଗୁଜବ ଭିତରକୁ ଯିବା ପରିବର୍ତ୍ତେ ମୁସଲମାନ ଆରାମରେ କରୋନା ଭ୍ୟାକସିନ୍ ବ୍ୟବହାର କରିବା ଦରକାର।  
 
ଇସଲାମିକ ବିଦ୍ୱାନ ଅତିକୁର୍ରହମାନ ରହମାନ କହିଛନ୍ତି,"ଆଲ୍ଲା ତାଲ୍ଲା ଜୀବନ ବଞ୍ଚାଇବା ପାଇଁ ହାରାମ ଘୋଷିତ ଜିନିଷକୁ ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରିଛି। ମୁସଲିମ ଧର୍ମ ଗୁରୁଙ୍କ କାମ ହେଉଛି ସମାଜକୁ ଜାଗ୍ରତ କରିବା। ଏହି କାମରେ କୌଣସି ପ୍ରତିବନ୍ଧକ ନଆସିବା ଦରକାର।   

Also Read: ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ

 

କୋରୋନା ଟିକାକୁ ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରକାର ଗୁଜବ ପ୍ରଚାର କରାଯାଉଛି। ଯେଉଁଥିରେ କୁହାଯାଉଛି ଏହାର ନିର୍ମାଣ କାର୍ଯ୍ୟରେ ଘୁଷୁରୀ ମାଂସ ବ୍ୟବହାର କରାଯାଉଛି। ହେଲେ ଏନେଇ ଚିକିତ୍ସା ବିଜ୍ଞାନ ସମ୍ପର୍କିତ କୌଣସି ପ୍ରମାଣ ରଖାଯାଇନାହିଁ କିମ୍ବା ଓଷଧ ନିର୍ମାତା କମ୍ପାନୀ ଏନେଇ କୌଣସି ସ୍ପଷ୍ଟ ମତାମତ ରଖିନାହାଁନ୍ତି।

fallback
 

Also Read: ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେତେବେଳେ କୌଣସି ପଶୁ ଆଣ୍ଟିବଡି (Animal Antibody) ବ୍ୟବହାର କରି କୌଣସି ଟିକା ପ୍ରସ୍ତୁତ କରାଯାଏ ତାହେଲେ ତାହାକୁ ଭେକ୍ଚଟ ଭ୍ୟାକସିନ (Vector Vaccine) କୁହାଯାଏ। ହେଲେ କୋରୋନା ମାମଲାରେ ଏପରି କିଛି ହୋଇନାହିଁ। 

fallback

ସ୍ୱଦେଶୀ କୋରୋନା ଟିକା ଭାରତ ବାୟୋଟେକ୍ ସହିତ କୋଭିଡ୧୯ ଟିକା ଉପରେ ଅନୁସନ୍ଧାନ କରୁଥିବା ଅନୁସନ୍ଧାନକାରୀ ଡକ୍ଟର ଚନ୍ଦ୍ରଶେଖର ଗିଲୁରକର କହିଛନ୍ତି ଘୁଷୁରି ଏବଂ କରୋନା ଟିକା ସହିତ କୌଣସି ସମ୍ପର୍କ ନାହିଁ। ସରକାର ଆଶଙ୍କା କରୁଛନ୍ତି ଯଦି ଏହି ଗୁଜବ ଉଠେ ତାହେଲେ ଦେଶର ଜନସଂଖ୍ୟାର ଏକ ସିଂହଭାଗ କୋରୋନା ଟିକା ନେବାକୁ ମନା କରିପାରନ୍ତି। ଯାହା ଦେଶରେ କୋରୋନା ବିରୋଧି ସଂଗ୍ରାମକୁ ପ୍ରଭାିବିତ କରିପାରନ୍ତି।