UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ
Advertisement

UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ

Akhilesh Yadav targets Election Commission: ନିର୍ବାଚନ ଆୟୋଗ ବିରୋଧରେ ଗୁରୁତର ଅଭିଯୋଗ ଆଣି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ନିର୍ବାଚନ ଆୟୋଗର ଅସାଧୁତା କାରଣରୁ ଦଳ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ ରାମପୁର ଏବଂ ଆଜମଗଡ଼ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପରାସ୍ତ ହୋଇଛି।

 

UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ

SP in UP Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଏହା ପରେ ରାଜ୍ୟର ରାମପୁର ଏବଂ ଆଜମଗଡ଼ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଦଳ କାହିଁକି ପରାସ୍ତ ହେଲା ତାହାର କାରଣ କହିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଏହି ନିର୍ବାଚନରେ ଦଳୀୟ ପରାଜୟ ​ପାଇଁ ସେ ନିର୍ବାଚନ ଆୟୋଗକୁ ଦାୟୀ କରିଛନ୍ତି। ଏନେଇ ଅଖିଲେଶ ଯାଦବ କହିଛନ୍ତି ଯେ ଯଦି ଆୟୋଗ ସଚ୍ଚୋଟତାର ସହ କାର୍ଯ୍ୟ କରିଥାନ୍ତେ ତାହେଲେ ଫଳାଫଳ ଭିନ୍ନ ହୋଇଥାନ୍ତା।

ନିର୍ବାଚନ ଆୟୋଗ ବିରୋଧରେ ଗୁରୁତର ଅଭିଯୋଗ ଆଣି ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ ନିର୍ବାଚନ ଆୟୋଗ (Election Commission) ଅସାଧୁତା କାରଣରୁ ଦଳ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ସହ ରାମପୁର (Rampur) ଏବଂ ଆଜମଗଡ଼ (Azamgarh) ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ (Lok Sabha Bye Election 2022) ପରାସ୍ତ ହୋଇଛି। ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ଅତ୍ୟନ୍ତ ଅସାଧୁ, ବହୁ ସଂଖ୍ୟାରେ ମତଦାତାଙ୍କ ନାଁ ମତଦାନ ତାଲିକାରୁ କାଟି ଦେଇଛନ୍ତି। ରାମପୁର ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କୁ (Samajwadi Party Worker) ମତଦାନ କରିବାକୁ ଅନୁମତି ଦିଆଯାଇ ନଥିଲା। ଅନ୍ୟପଟେ ଆଜମଗଡ ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କୁ ରେଡ କାର୍ଡ ଦିଆଯାଇଥିଲା। ନିର୍ବାଚନ ଆୟୋଗ ସେହି ସମୟରେ ଶୋଇପଡ଼ିଥିଲେ। କାରଣ ଏହି ନିର୍ବାଚନ ବେଳେ ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି କହିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ।  

Also Read: Uttar Pradesh Politics: ପୁଣି ସମାଜବାଦୀ ପାର୍ଟି ଲାଗି ଚିନ୍ତା ବଢାଇଲେ ଅସାଦୁଦ୍ଦିନ ଓୱେସୀ

ନିର୍ବାଚନ ଆୟୋଗ ବେଇମାନି କାରଣରୁ ନିର୍ବାଚନ ହାରିଥିବା ନେଇ ଅଖିଳେଶ ଯାଦବଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର (Om Prakash Rajbhar) କହିଛନ୍ତି ଯେ ଅଖିଳେଶ ଯାଦବ ନିଜେ ନିଜକୁ ଏକଥା ପଚାରିବା ଆବଶ୍ୟକ ଯେ ସେ ନିର୍ବାଚନ ସମୟରେ କେତେ ପରିଶ୍ରମ କରିଛନ୍ତି ଏବଂ ଏହା ପରେ ଯାଇ ସେ ନିର୍ବାଚନ ଆୟୋଗ ବିରୋଧରେ ଅଭିଯୋଗ କରିପାରନ୍ତି। ପୁରା ସମୟ ଏସି ରୁମ ମଧ୍ୟରେ ବସି ସେ 'ଲୁଡୋ ଏବଂ କରାଟେ ଖେଳିବା ସହ ନିର୍ବାଚନର ମାସେ ପୂର୍ବରୁ ପ୍ରଚାର କରିବାକୁ ଯାଇଥିଲେ। ସେ ତାଙ୍କର ନବରତ୍ନଙ୍କ ନିର୍ଦ୍ଦେଶ ଦ୍ୱାରା ମନଇଚ୍ଛା ଟିକେଟ୍ ବାଣ୍ଟିଥିଲେ। ବର୍ତ୍ତମାନ ସେମାନଙ୍କର କୌଣସି ବ୍ୟବହାର ନାହିଁ। ଭବିଷ୍ୟତ ମଧ୍ୟ ଜଣା ନାହିଁ। ନିରାଶରେ ନିର୍ବାଚନ ଆୟୋଗ ବିରୋଧରେ କେବଳ ଅଭିଯୋଗ କରାଯାଉଛି।

ନିର୍ବାଚନ ଆୟୋଗ ବିରୋଧରେ ଅଖିଳେଶ ଯାଦବ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Uttar Pradesh Deputy Chief Minister Keshav Prasad Maurya) କହିଛନ୍ତି ୨୦୧୪ ଏବଂ ୨୦୧୯ ଲୋକସଭା, ୨୦୧୭ ଏବଂ ୨୦୨୨ ବିଧାନସଭା ନିର୍ବାଚନ ​​ହାରିବା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ହତୋତ୍ସାହିତ ହୋଇପଡ଼ିଛନ୍ତି। ଗତ ୨୦୧୨ ବର୍ଷରେ ଯେତେବେଳେ ରାଜ୍ୟରେ ସମାଜବାଦୀ ସରକାର ଗଠିତ ହୋଇଥିଲା ସେତେବେଳେ ନିର୍ବାଚନ ଆୟୋଗ ଠିକ୍ ଥିଲେ। ମାତ୍ର ଯେତେବେଳେ ଜନସାଧାରଣ ସେମାନଙ୍କ ଶୋଷଣ ଦେଖି ସେମାନଙ୍କୁ କ୍ଷୀରରୁ ମାଛି ବାହାର କରିବା ଭଳି କ୍ଷମତାରୁ ବାହାର କରିଦେଲେ ସେତେବେଳେ ନିର୍ବାଚନ ଆୟୋଗ ଭୁଲ ହୋଇଗଲେ। ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।