UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP
Advertisement
Article Detail0/zeeodisha/odisha1022330

UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP

ଯଦି ଆମକୁ ପୁରା ସମ୍ମାନ ଦିଆଯାଏ ତାହେଲେ ସମାଜବାଦୀ ପାର୍ଟି ସହ ପ୍ରଗତିଶୀଶଳ ସମାଜବାଦୀ ପାର୍ଟିକୁ ବିଲୟ କରିବାକୁ ଆମେ ରାଜି ଅଛୁ। 

UP Poll 2022: ନିର୍ବାଚନ ଲଢିବେ ନାହିଁ Akhilesh Yadav, PSP ସହ ମେଣ୍ଟ କରିବ SP

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ଏନେଇ ସେ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ଦଳ ପ୍ରଗତିଶୀଶଳ ସମାଜବାଦୀ ପାର୍ଟି ଗଠବନ୍ଧନ କରିବ। ମୋର ନିର୍ବାଚନ ଲଢିବା ପ୍ରସଙ୍ଗରେ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯିବ।

ଦୀପାବଳି ପାଳିବାକୁ ନିଜ ପୈତୃକ ଗ୍ରାମ ସୈଫଇ ଠାରେ ପହଞ୍ଚିଥିବା ସୁପ୍ରିମୋ ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ନିଜ ଚାଚା ଶିବପାଲ ଯାଦବଙ୍କୁ (Shivpal Yadav) ପୁରା ସମ୍ମାନ ଦେବେ। ଆଗାମୀ ୨୦୨୨ ବିଧାନସଭା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ଚାଚାଙ୍କ ଦ୍ୱାରା ଗଠିତ ହୋଇଥିବା ପ୍ରଗତିଶୀଶଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ସହ ମେଣ୍ଟ କରିବ। ନେତାଜୀ (Netaji) ଅର୍ଥାତ ନିଜ ପିତା ମୁଲାୟମ ସିଂହ ଯାଦବଙ୍କ  (Mulayam Singh Yadav) ଜନ୍ମଦିନ ଅବସରରେ ଚାଚାଙ୍କୁ ସାଥିରେ ଲାଗି ପ୍ରୟାସ କରାଯିବ ବୋଲି କହିଛନ୍ତି ସେ।   

Also Read: UP Election 2022: କାହା ସହ କିଏ କରିବ ନିର୍ବାଚନ ମେଣ୍ଟ ଗଠନ?

ଆସନ୍ତା ନିର୍ବାଚନ ପାଇଁ ଆମେ ଆଞ୍ଚଳିକ ଦଳ ସହିତ ମେଣ୍ଟ ଗଠନ କରିବା ସହ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳକୁ ଏକାଠି କରିବା ପାଇଁ କାର୍ଯ୍ୟ କରିବୁ। ଆମ ମେଣ୍ଟରେ କିଛି ଦଳ ଆମ ସହିତ ଯୋଗ ଦେଇସାରିଛନ୍ତି।  ସ୍ୱାଭାବିକ ଭାବେ ମୋ ଚାଚାଙ୍କର ମଧ୍ୟ ଏକ ପାର୍ଟି ରହିଛି ଏବଂ ତାଙ୍କୁ ମଧ୍ୟ ପୂର୍ଣ୍ଣ ସମ୍ମାନ ଦିଆଯିବ। ତାଙ୍କ ଦଳ ସହିତ ଆମର ମେଣ୍ଟ ହେବ।

ଚାଚାଙ୍କ ଦଳ ସହ ଆମ ଦଳ ମେଣ୍ଟ କରିବ। ହେଲେ ସମାଜବାଦୀ ପାର୍ଟି ସହ ପ୍ରଗତିଶୀଶଳ ସମାଜବାଦୀ ପାର୍ଟି ବିଲୟ ହେବାର କୌଣସି ସମ୍ଭାବନା ନାହିଁ। ଗତ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ବିବାଦ ପରେ ଚାାଚା ଶିବପାଲ ଯାଦବ ପୁତୁରା ଅଖିଲେଶ ଯାଦବଙ୍କ ଠାରୁ ଅଲଗା ହୋଇ ନିଜର ଏକ ନୂଆ ଦଳ ଗଠନ କରିଥିଲେ। ଚାଚାଙ୍କ ସହ କାମ କରିବାରେ ମୋର କୌଣସି ଅସୁବିଧା ନାହିଁ। ତାଙ୍କୁ ଏବଂ ତାଙ୍କ ଦଳର କର୍ମକର୍ତ୍ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବ। 

Also Read: ଯଦି ରାଜ୍ୟରେ ସରକାର ଗଠନ ହୁଏ ତାହେଲେ ପ୍ରତ୍ୟେକ ପରିବାରକୁ ମିଳିବ ଚାକିରି: Shivpal Singh Yadav

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ତାଙ୍କର ପ୍ରାଥମିକତା ହେଉଛି ସମାଜବାଦୀ ପାର୍ଟି। ଯଦି ମୋର ସାଥିଙ୍କୁ ଅଖିଲେଶ ଯାଦବଙ୍କୁ ପୁରା ସମ୍ମାନ ଦିଆଯାଏ ତାହେଲେ ସମାଜବାଦୀ ପାର୍ଟି ସହ ପ୍ରଗତିଶୀଶଳ ସମାଜବାଦୀ ପାର୍ଟିକୁ ବିଲୟ କରିବା ପାଇଁ ମୁଁ ରାଜି ଅଛି। ଯଦି ସମାଜବାଦୀ ପାର୍ଟି ସହ ମେଣ୍ଟ ନହୁଏ ତାହେଲେ ନେତାଜୀ ପ୍ରଗତିଶୀଶଳ ସମାଜବାଦୀ ପାର୍ଟି ଲାଗି ପ୍ରଚାର କରିବେ ବୋଲି କହିଥିଲେ ଶିବପାଲ ଯାଦବ। ହେଲେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ମୋତେ ଆଶ୍ୱସନା ଦେଇଛନ୍ତି ନେତାଜୀ।  

ସମାଜବାଦୀ ପାର୍ଟିକୁ ଫେରିବାକୁ ନେଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ଚାଚା ଶିବପାଲ ଯାଦବ। ସମାଜବାଦୀ ପାର୍ଟିକୁ ଗଠନ କରିବା ଲାଗି କଠିନ ପରିଶ୍ରମ କରାଯାଇଛି। ମୁଁ ନେତାଜୀଙ୍କ ସହ ୪୦-୫୦ ବର୍ଷ ଧରି କାମ କରିଛି। ଯଦି ସମାଜବାଦୀ ପାର୍ଟି ଆଗକୁ ନେବାରେ ନେତାଜୀଙ୍କ ଅବଦାନ ୭୫ ପ୍ରତିଶତ ରହିଛି ତାହେଲେ ମୋର ଅବଦାନ ହେଉଛି ୨୫ ପ୍ରତିଶତ। ଯଦି ମୋର ୨୫ ପ୍ରତିଶତ ଭାଗକୁ ଫେରସ୍ତ କରାଯାଏ ତାହଲେ ଆମେ ସମାଜବାଦୀ ପାର୍ଟି ସହ ଯୋଗଦେବାକୁ ପ୍ରସ୍ତୁତ ଅଛୁ।

Also Read: UP Election 2022 ପୂର୍ବରୁ ବଳ ଗୋଟାଉଛି SP; ଦଳରେ ସାମିଲ ହେଲେ ୬ BSP ଜଣେ BJP ବିଧାୟକ

ଏହା ସହିତ ଆାଗମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଛନ୍ତି ଅଖିଲେଶ ଯାଦବ। ମୋର ନିର୍ବାଚନ ଲଢିବା ପ୍ରସଙ୍ଗରେ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯିବ। ବିଧାୟକ ହେବା ପରିବର୍ତ୍ତେ ରାଜ୍ୟ ବିଧାନ ପରିଷଦ ସଦସ୍ୟ ହେବାକୁ ଯୋଜନା କରିଛନ୍ତି ସେ। ଏହା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ଏନେଇ କୁହାଯାଉଛି କୌଣସି ଏକ ନିର୍ଦ୍ଦିଷ୍ଟ ଆସନରେ  ନିର୍ବାଚନ ଲଢିବା ପରିବର୍ତ୍ତେ ଦଳ ଲାଗି ପ୍ରଚାର କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି।