'ଆସାମର ପୂର୍ବତନ ସିଏମ୍ ବହୁତ ମାରିଥିଲେ ...' ଯେତେବେଳେ ଗୁଆହାଟୀରେ ଅମିତ ଶାହ ମନେ ପକାଇଲେ ପୁରୁଣା କଥା
Advertisement
Article Detail0/zeeodisha/odisha1388099

'ଆସାମର ପୂର୍ବତନ ସିଏମ୍ ବହୁତ ମାରିଥିଲେ ...' ଯେତେବେଳେ ଗୁଆହାଟୀରେ ଅମିତ ଶାହ ମନେ ପକାଇଲେ ପୁରୁଣା କଥା

Amit Shah Assam Visits: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଠାରୁ ଆସାମ ଗସ୍ତରେ ଅଛନ୍ତି । ଶନିବାର ସେ ଗୁଆହାଟୀରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି । ଅମିତ ଶାହ (Amit Shah) ତାଙ୍କ ସମ୍ବୋଧନରେ ରାଜନୀତିରେ ନିଜର ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇଛନ୍ତି ଯେତେବେଳେ ସେ ଛାତ୍ର ସଂଗଠନର ନେତା ଭାବରେ ଆସାମ ଗସ୍ତ (Assam Visits) କର

'ଆସାମର ପୂର୍ବତନ ସିଏମ୍ ବହୁତ ମାରିଥିଲେ ...' ଯେତେବେଳେ ଗୁଆହାଟୀରେ ଅମିତ ଶାହ ମନେ ପକାଇଲେ ପୁରୁଣା କଥା

ଗୁଆହାଟୀ: Amit Shah Assam Visits: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଠାରୁ ଆସାମ ଗସ୍ତରେ ଅଛନ୍ତି । ଶନିବାର ସେ ଗୁଆହାଟୀରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି । ଅମିତ ଶାହ (Amit Shah) ତାଙ୍କ ସମ୍ବୋଧନରେ ରାଜନୀତିରେ ନିଜର ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇଛନ୍ତି ଯେତେବେଳେ ସେ ଛାତ୍ର ସଂଗଠନର ନେତା ଭାବରେ ଆସାମ ଗସ୍ତ (Assam Visits) କରିଥିଲେ । ଏହି ସମୟରେ ସେ ପୁରୁଣା କଥାକୁ କହିବାବେଳେ ଆସାମରେ ତାଙ୍କୁ ଥରେ ମାଡ଼ ଖାଇବାକୁ ପଡ଼ିଥିଲା ବୋଲି କହିଛନ୍ତି । ଗୁଆହାଟୀରେ ଦଳର ନୂତନ କାର୍ଯ୍ୟାଳୟର ଉଦଘାଟନ ସମୟରେ ଅମିତ ଶାହ କହିଛନ୍ତି ଯେ, ମୁଁ ବିଦ୍ୟାର୍ଥୀ ପରିଷଦ (ABVP) ର କାର୍ଯ୍ୟକ୍ରମ ପାଇଁ ଏଠାକୁ ଆସିଥିଲି, ସେତେବେଳେ ହିତେଶ୍ୱର ସାଇକିଆ (Hiteswar Saikia) (ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ) ଆମକୁ ବହୁତ ମାଡ଼ ମାରିଥିଲେ ।

ଶାହ (Amit Shah) ଆଗକୁ କହିଛନ୍ତି ଯେ, ଆମେ ନାରା ଲଗାଉଥିଲୁ ଆସାମର ରାସ୍ତା ଶୁନଶାନ୍ ରହିଛି ଇନ୍ଦିରା ଗାନ୍ଧୀ ଜଣେ ହତ୍ୟାକାରୀ । ସେତେବେଳେ କଳ୍ପନା କରାଯାଇ ନଥିଲା ଯେ ଭାରତୀୟ ଜନତା ପାର୍ଟି (BJP) ନିଜ ଦମରେ ଦୁଇଥର ଜିତି ଏଠାରେ ସରକାର ଗଠନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ବିଗତ ଆଠ ବର୍ଷ ମଧ୍ୟରେ ବିଜେପି ଶାସନ (BJP Rule) ରେ ଆସାମ ଓ ଉତ୍ତର-ପୂର୍ବ ଅଞ୍ଚଳ ଶାନ୍ତି ଏବଂ ବିକାଶ ପଥରେ ଅଗ୍ରଗତି କରିଛି ବୋଲି ସେ ଜୋର ଦେଇ କହିଛନ୍ତି । 

ବନ୍ୟା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ଶାହା ଆସାମବାସୀଙ୍କଠାରୁ ପାଞ୍ଚ ବର୍ଷ ସମୟ ମାଗିଛନ୍ତି । ସେ କହିଛନ୍ତି ଯେ, ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ଇତିହାସର ଏକ ଅଂଶ କରିବାକୁ ଚେଷ୍ଟା କରୁଛନ୍ତି । ଶାହା କହିଛନ୍ତି ଯେ, ବର୍ତ୍ତମାନ ବନ୍ୟା ପରିସ୍ଥିତିରୁ ମୁକ୍ତି ପାଇଁ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ପ୍ରସ୍ତୁତ ହେଉଛି । ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ହିତାଧିକାରୀଙ୍କ ସହ ଏହି ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଉତ୍ତର ପୂର୍ବାଞ୍ଚଳ ପରିଷଦ ଅଧୀନରେ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ।

ଅଧିକ ପଢ଼ନ୍ତୁ:-'ମୁଁ ତାଙ୍କୁ କିପରି ଭୁଲିଯିବି', ଇମୋସନାଲ ପୋଷ୍ଟ କଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ- ଋଷଭ ଭାଇଙ୍କୁ ମନେଇ ନେବା

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ଆଉ ଏକ ଭଲ ଖବର, ଖୁବ୍ ଶୀଘ୍ର ଘୋଷଣା ହେବ DA ବକେୟା ରାଶି! ଜାଣନ୍ତୁ କେତେ ମିଳିବ ଟଙ୍କା

ଅଧିକ ପଢ଼ନ୍ତୁ:-ଆମେରିକା ଓ ଦକ୍ଷିଣ କୋରିଆକୁ କିମ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ! ଜାପାନ ଉପରୁ ପୁଣି ମାଡ଼ କଲେ ୨ଟି ମିସାଇଲ

 

ଉଲ୍ଲେଖଯୋଗ୍ୟ ଯେ, ଆସାମରେ ପ୍ରାୟ ପ୍ରତିବର୍ଷ ୩-୪ ଥର ବନ୍ୟା ପରିସ୍ଥିତି (Assam Flood) ଦେଖାଦେଇଥାଏ । ଏହି ବନ୍ୟା ଯୋଗୁଁ ଧନ ଜୀବନ ନଷ୍ଟ ହୋଇଥାଏ । ୨୦୨୧-୨୨ ପାଇଁ ଆସାମର ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଏହି ବିପର୍ଯ୍ୟୟ ଯୋଗୁଁ ବାର୍ଷିକ ହାରାହାରି ୨୦୦ କୋଟି ଟଙ୍କା କ୍ଷତି ହେଉଛି । ୧୯୯୮ରେ ଏହି କ୍ଷତି ୫୦୦ କୋଟି ଓ ୨୦୦୪ରେ ୭୭୧ କୋଟି ଟଙ୍କା ଥିଲା ।