ଆସ୍କା ନିର୍ବାଚନ ମଣ୍ଡଳୀରେ ଅମିତ ଶାହ: ୧୦ ପ୍ରମୁଖ ପ୍ରସଙ୍ଗ ଯେଉଁଥିରୁ ବଢ଼ିଥିଲା ସଭାରେ ଉତ୍ସାହ
Advertisement
Article Detail0/zeeodisha/odisha2249467

ଆସ୍କା ନିର୍ବାଚନ ମଣ୍ଡଳୀରେ ଅମିତ ଶାହ: ୧୦ ପ୍ରମୁଖ ପ୍ରସଙ୍ଗ ଯେଉଁଥିରୁ ବଢ଼ିଥିଲା ସଭାରେ ଉତ୍ସାହ

Amit Shah in Odisha: ଗୃହମନ୍ତ୍ରୀ ଅମିତ ଶାହ ଆଜି ଆସ୍କା ନିର୍ବାଚନ ମଣ୍ଡଳୀର ସୋରଡ଼ା ଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ଶାହ ବିଜେପି ଓଡ଼ିଶାର ବିଭିନ୍ନ ଯୋଜନାକୁ ଉଲ୍ଲେଖ କରିବା ସହ ମୋଦୀଙ୍କ ଯୋଜନାକୁ ରାଜ୍ଯ ସରକାର କିପରି ହଡ଼ପ କରି ନିଜ ନାଁରେ ପ୍ରଚାର କରୁଛନ୍ତି ତାହା କହିଛନ୍ତି।

 

Amit Shah in Odisha
ଭୁବେନଶ୍ୱର: ଗୃହମନ୍ତ୍ରୀ ଅମିତ ଶାହ ଆଜି ଆସ୍କା ନିର୍ବାଚନ ମଣ୍ଡଳୀର ସୋରଡ଼ା ଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ଶାହ ବିଜେପି ଓଡ଼ିଶାର ବିଭିନ୍ନ ଯୋଜନାକୁ ଉଲ୍ଲେଖ କରିବା ସହ ମୋଦୀଙ୍କ ଯୋଜନାକୁ ରାଜ୍ୟ ସରକାର କିପରି ହଡ଼ପ କରି ନିଜ ନାଁରେ ପ୍ରଚାର କରୁଛନ୍ତି ତାହା କହିଛନ୍ତି। ନଜର ପକାନ୍ତୁ ଶ୍ରୀ ଶାହଙ୍କ ଭାଷଣର ୧୦ ପ୍ରମୁଖ ବିନ୍ଦୁ ଉପରେ। 
 
ମାତ୍ର ପାଞ୍ଚ ବର୍ଷରେ ମୋଦୀ ଦ୍ୱିତୀୟ ସରକାର ସମୟରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଶେଷ କରିଛନ୍ତି। ଯେତେବେଳେ ପୂରା ଦେଶ ରାମ ମନ୍ଦିର ନିର୍ମାଣ ପର୍ବକୁ ପାଳନ କରୁଥିଲା, ସେତେଳେବେ ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମହୋତ୍ସବରେ ସାମିଲ ହେବାକୁ ବିଭିନ୍ନ ବାହାନା ଦେଖାଇ ବାରଣ କରିଥିଲେ। ନବୀନ ବାବୁ ଯିଏ ରାମ ଉତ୍ସବକୁ ଯିବାକୁ ରୋକିଛନ୍ତି ତାଙ୍କୁ ଓଡ଼ିଶାର  ଲୋକେ କେବେ କ୍ଷମା ଦେବେ ନାହିଁ। 
 
ମୋଦୀ ଗରିବ ଲୋକଙ୍କ ପାଇଁ ଚାଉଳ ଦେଉଛନ୍ତି କିନ୍ତୁ ନବୀନକୁ ବ୍ୟାଗରେ ପୂରାଇ ନିଜ ନାଁର ଷ୍ଟିର ଲଗାଉଛନ୍ତି। ଯଦି ଗରିବ ଲୋକଙ୍କୁ ଚାଉଳ ଦେବାରେ ଅଛି ଆଉ ଅଢ଼େଇ କିଲୋ ଚାଉଳ ଦିଅନ୍ତୁ ବୋଲି କହିଛନ୍ତି ଶାହ। 
 
କଂଗ୍ରେସ ୧୦ ବର୍ଷରେ ୧ଲକ୍ଷ ୪୧ ହଜାର କୋଟି ଟଙ୍କା ପଠାଇଥିଲେ। ମୋଦୀ ସରକାର ୧୦ ବର୍ଷ ୬ ଲକ୍ଷ ୩୧ ହଜାର ଟଙ୍କା ପଠାଇଛନ୍ତି। ୫ଲକ୍ଷ ୪୭ ହଜାର ଘରେ ଶୋଚାଳୟ. ୪ଲକ୍ଷ ୫୩ ହଜାରରେ ପାଣି, ୨ଲକ୍ଷ କୃଷକଙ୍କୁ ୬ ହଜାରଟଙ୍କା ଦେଢ଼ ଲକ୍ଷ କୃଷକଙ୍କ କୃକ ବୀମା ଦିଆଯାଇଛି। ୧ ହଜାର କୋଟି ଗ୍ରାମୀଣ ସଡ଼କ ତିଆରି ହୋଇଛି। ୩ କୋଟି ଲକ୍ଷପତି ଦିଦି ବି ଭାରତୀୟ ଜନତାପାର୍ଟି କରିବ। 
 
ଚିଟ୍‍ଫଣ୍ଡକୁ ଯାଇଥିବା ଗରିବଙ୍କ ପଇସାକୁ ଫେରାଇ ଅଣାଯିବ। ୧୮ ମାସରେ ଯେଉଁମାନେ ଚିଟଫଣ୍ଡ ଖାଇଛନ୍ତି ତାଙ୍କୁ  ଓଲଟା ଲଟକାଇ ସିଧା କରିବା କାମ ବିଜେପି କରିବ। 
 
ଛତିଶଗଡ଼ ଭଳି ଓଡ଼ିଶାରେ କୃଷକଙ୍କ ଧାନକୁ ୩୧ଶହ ଟଙ୍କାରେ କିଣାଯିବ ଏବଂ ୪୮ ଘଣ୍ଟାରେ ତାଙ୍କ ପଇସା ପଠାଯିବ। ୫୦ ହଜାର ଟଙ୍କା ଭାଉଚର ମିଳିବ ଓଡ଼ିଶାର ମହିଳା ଓ ଭଉଣିଙ୍କୁ ମିଳିବ। ପ୍ରତି ମତ୍ସ୍ୟଜୀବୀଙ୍କୁ ୧୦ ହଜାର ଟଙ୍କା ବାର୍ଷିକ, କେନ୍ଦୁପତ୍ର ତୋଳାଳୀଙ୍କୁ ୩୫ ପ୍ରତିଶତ ବୋନସ। 
 
ଆସ୍କାରେ ଏକ ବୟନ ପାର୍କ ତିଆରି ହେବ। 
 
ଏକ ଲକ୍ଷ ଖାଲିପଦବୀରେ ଓଡ଼ିଆ ଯୁବାଙ୍କୁ ନିଯୁକ୍ତି ମିଳିବ। ରାଉରକେଲା, ସମ୍ବଲପୁର, ପାରାଦୀପରେ ହେବ ଶିଳ୍ପ କରିଡର। ଭୁବନେଶ୍ୱର -ରାଉରକେଲା-ବ୍ରହ୍ମପୁର- ବାଲେଶ୍ୱରରେ ଆଇଟି ପାର୍କ ତିଆରି ହେବ। ଗରିବଙ୍କ ଲାଗି ୧୫ ଲକ୍ଷ ନୂଆ ପକ୍କା ଘର ତିଆରି କରିବ ବିଜେପି ସରକାର। 
 
୧୦୦ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ।  ଚିକିତ୍ସା କ୍ଷେତ୍ରରେ ୨୪ ହଜାର ନୂଆ ବେଡ୍‍ ତିଆରି ହେବ। । 
 
ଓଡ଼ିଶାରେ ସରକାରକୁ ଆସିଲେ ୪ ଦ୍ୱାର ଖୋଲାଯିବ। ରତ୍ନ ଭଣ୍ଡାରର ପାରଦର୍ଶିତା ସହ ଗଣତି ହେବ। ସମସ୍ତ ସୂଚନା ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଆଯିବ।
 
ଓଡ଼ିଶାରେ ଦୁଇ ପଦ୍ମ ସରକାର ମା’ ଲକ୍ଷୀଙ୍କୁ ଆଣି ସମୃଦ୍ଧ କରିବ।  ଏଣୁ ଦୁଇ ମେସିନରେ ପଦ୍ମ ଫୁଲ ବଟନକୁ ଦବାଇବାକୁ ହେବ। 
 
ଓଡ଼ିଆ ଅସ୍ମିତାକୁ ମୋଦୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି। ଜି-୨୦ ଦିଲ୍ଲୀରେ ହେଲା। ସେତେବଳେ ଯେଉଁଠି ମୋଦୀ ବିଶ୍ୱର ମାନ୍ୟଗଣ୍ୟଙ୍କୁ  ସ୍ୱାଗତ କରୁଥିଲେ ତା ପଛପଟେ ରହିଥିଲା କୋଣାର୍କ ଚକ। ପାଇକ ସଂଗ୍ରାମକୁ ସ୍ମରଣୀୟ କରିବାକୁ ଡାକ ଟିକଟ କରିଛନ୍ତି।