WB Assembly Election 2021: ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଚାଣକ୍ୟ-ଦିଦି
Advertisement

WB Assembly Election 2021: ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଚାଣକ୍ୟ-ଦିଦି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଉଭା ହୋଇଛି ସିଙ୍ଗୁର ଏବଂ ନନ୍ଦିଗ୍ରାମ ଆସନ।

 

WB Assembly Election 2021: ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ଚାଣକ୍ୟ-ଦିଦି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଆସନ୍ତା ଅପ୍ରେଲ ୧୦ ତାରିଖ ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନରେ ହେବାକୁ ଯାଉଛି ମତଦାନ। ଚଳିତ ଥରର ନିର୍ବାଚନରେ ଜନ ସମର୍ଥନ ହାତେଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ମାର୍ଚ୍ଚ ୭ ତାରିଖ ବୁଧବାର ଦଳ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।                       
 
ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜିମାତ କରିବା ଲାଗି ଆପ୍ରାଣେ ଚେଷ୍ଟା ଚଳାଇଛି ବିଜେପି। ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରର ଆପାରଗତା ବାବଦରେ ମତାଦାତାଙ୍କୁ ଅବଗତ କରି ଜନସମର୍ଥନ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ। ଏହାକୁ ନଜରରେ ରଖି ବୁଧବାର ପଶ୍ଚିମବଙ୍ଗର ୪ଟି ସ୍ଥାନରେ ନିର୍ବାଚନୀ ରାଲି କରିବାକୁ ଯାଉଛନ୍ତି ଦଳୀୟ ତାରକା ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

Also Read: 'ବଞ୍ଚି ପାରିବେ ନାହିଁ ଟିଏମସି ଗୁଣ୍ଡା, ପାତଳରୁ ଖୋଜି ଦିଆଯିବ ସଜ୍ଜା'

ଆଜି ଦୁଲେପାରା ମୋଡ ଠାରୁ ସିଙ୍ଗୁର ପୋଲିସ ଷ୍ଟେସନ, ଜଗଦୀଶପୁର ହାଟରୁ କୋନା ମୋଡା, ଅଲୋକା ସିନେମା ହଲ ଠାରୁ ମଲିକ ଫାଟକ, ବେହେଲା ଚୋରସ୍ତା ଠାରୁ ଅଞ୍ଜତା ସିନେମା ପର୍ଯ୍ୟନ୍ତ ରୋଡ ସୋ କରିବେ ଗୃହମନ୍ତ୍ରୀ ଶାହ। ଅନ୍ୟପଟେ ତାଙ୍କ ବ୍ୟତୀତ ଦଳର ଅନ୍ୟ ତାରକା ପ୍ରଚାରକ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।                     

ଅନ୍ୟପଟେ ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ଟିଏମସି ପକ୍ଷରୁ ଦଳୀୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ଏହି କ୍ରମରେ ଦଳୀୟ ସୁପ୍ରିମୋ ମମତା ବାନାର୍ଜୀ କୁଚବିହାର, ଶୀତଲକୁଚି, ଯାଦବପୁର, ଟାଲିଗଞ୍ଜ ଓୱାୟରଲେସ ପାର୍କ ଠାରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବେ। ଏଥର ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତାଙ୍କ ସମର୍ଥନ ହାତେଇବା ଲାଗି କଳ ବଳ କୌଶଳ ଲଗାଇ ଦେଇଛି ଦଳ।   

Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଉଭା ହୋଇଛି ସିଙ୍ଗୁର ଏବଂ ନନ୍ଦିଗ୍ରାମ ବିଧାନସଭା ଆସନ। ଏହି ଦୁଇ ଆସନକୁ ଦଖଲ କରିବା ଲାଗି ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି-ବିଜେପି। ଯଦି ଏଥରର ନିର୍ବାଚନରେ ଟିଏମସି ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏ ସିଟରେ ହାରିଯାଏ ତାହେଲେ ଏହା ପଶ୍ଚିମବଙ୍ଗ ରାଜନୀତିର ଗତି ବଦଳାଇଦେବ।

Also Read: ନନ୍ଦିଗ୍ରାମ ପରେ କେଉଁ ଆସନରୁ ଲଢିବେ Mamata Banerjee?

 

ମୋଟ ୨୯୪ ବିଧାନସଭା ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ୨୭ ମାର୍ଚ୍ଚ  ପ୍ରଥମ ଏବଂ ୧ ଅପ୍ରେଲ ୨ୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ୩ୟ ପର୍ଯ୍ୟାୟରେ ୩୧ ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହୋଇସାରିଛି। ଅନ୍ୟପଟେ ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ୫ମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୨୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ମେ ୨ ତାରିଖରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।