ମେଦୀନପୁର ରାଲିରେ ଟିଏମସି ଛାଡି ବିଜେପି ହାତ ଧରିଛନ୍ତି ଶିଶିର ଅଧିକାରୀ।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ପୂର୍ବ ମେଦୀନପୁର ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମେଦୀନପୁର ବ୍ୟତୀତ ଏଗରା, ମଚେଦା ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରାଲିକୁ ମଧ୍ୟକୁ ସମ୍ବୋଧିତ କରିବେ। ଅନ୍ୟପଟେ ଚଳିତ ବିଧାନସଭା ନିର୍ବାଚନ ଲାଗି ରବିବାର ଅପରାହ୍ନ ୫ଟାରେ ଦଳୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ।
ମେଦୀନପୁର ରାଲିରେ ଟିଏମସି ଛାଡି ବିଜେପି ହାତ ଧରିଛନ୍ତି ଶିଶିର ଅଧିକାରୀ। ଏଥରର ନିର୍ବାଚନରେ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ଉଭା ହୋଇଥିବା ନନ୍ଦ୍ରିଗ୍ରାମ ସିଟରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପିରେ ସାମିଲ ହେବା ପରେ ଶିଶିର ଅଧିକାରୀ କହିଛନ୍ତି ରାଜ୍ୟର ତେଜପୁର ବନ୍ଦରକୁ ବିକଶିତ କରିବା ଲାଗି ପ୍ରୟାସ କରିଥିଲି। ହେଲେ ରାଜ୍ୟରେ କ୍ଷମତାସୀନ ଟିଏମସି ସରକାର ପକ୍ଷରୁ ମୋତେ କୌଣସି ସହଯୋଗ ମିଳିନଥିଲା।
Also Read: ଘୋଷଣା ହେବ ଦଳୀୟ ନିର୍ବାଚନୀ ଇସ୍ତାହାର; କିଏ ପାଇବ କ'ଣ?
ଦଳ ଛାଡିବା ପରେ ଟିଏମସି ସୁପ୍ରିମୋଙ୍କୁ ଟାର୍ଗେଟ କରି ଶିଶିର ଅଧିକାରୀ କହିଛନ୍ତି ମମତା ବାନାର୍ଜୀଙ୍କ ହାତ ଧରି ଆମେ ତାଙ୍କୁ ନନ୍ଦିଗ୍ରାମ ଆଣିଥିଲା। ହେଲେ ସେ ମୋତେ ଆଉ ମୋ ପୁଅକୁ ଗଦ୍ଦାର ବୋଲି କହୁଛନ୍ତି। ଏଥର ମମତା ବାନାର୍ଜୀ ନନ୍ଦିଗ୍ରାମ କିମ୍ବା ମେଦୀନପୁର ଆସିଲେ ଅଧିକାରୀ ପରିବାରର ଅନୁମତି ନେବେ। ମୋ ପୁଅ ନନ୍ଦିଗ୍ରାମ ଆସନରୁ ବାଜିମାତ କରିବ। ପ୍ରାୟ ୬୨ ବର୍ଷ ଧରି ରାଜନୀତି କରି ଆସୁଛି। କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ପଶ୍ଚିମବଙ୍ଗରବିକାଶ ଅସମ୍ଭବ। ମୁଁ ହିନ୍ଦୁ ଆଉ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖି ଆସିଛି।
ପୂର୍ବ ମେଦୀନପୁର ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ଆସନ୍ତା ମେ ୨ ତାରିଖ ପରେ ଟିଏମସି ସମର୍ଥିତ ଗୁଣ୍ଡାଙ୍କୁ କେହି ରକ୍ଷା କରିପାରିବେ ନାହିଁ। ପାତଳରେ ଲୁଚି ଥିଲେ ମଧ୍ୟ ସେମାନଙ୍କୁ ଖୋଜି ସଜ୍ଜା ଦିଆଯିବ। ରାଜନୈତିକ ହିଂସାକାଣ୍ଡରେ ୧୩୦ ଦଳୀୟ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଟିଏମସି ଗୁଣ୍ଡା ଏହା ଭାବନ୍ତୁ ନାହିଁ ଯେ ସେମାନେ ବଞ୍ଚିଯିବେ। ହେଲେ ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read: Campaigning Sunday: ପ୍ରଚାର ମୈଦାନରେ ମୁହାଁମୁହଁ ହେବେ ମୋଦି-ମମତା
ମେଦୀନପୁର ମାଟିରୁ ମୁଁ ପଶ୍ଚିମବଙ୍ଗବାସୀଙ୍କ ଉଦ୍ଦେଶ୍ୟରେ କହି ରଖିବାକୁ ଚାହେଁ ଆପଣ ୩୭ ବର୍ଷ ଧରି ବାମଦଳ ଏବଂ ଏହା ପରେ ଟିଏମସିକୁ ରାଜ୍ୟର ଶାସନ କ୍ଷମତା ପ୍ରଦାନ କଲେ ହେଲେ ସେମାନଙ୍କ ଦ୍ୱାରା ରାଜ୍ୟର କ'ଣ ପରିବର୍ତ୍ତନ ହୋଇଛି। ବଙ୍ଗଳା ମାଟିରେ ସରସ୍ୱତୀ, ଦୁର୍ଗା ପୂଜା ପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡୁଛି। ହେଲେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାସୀନ ହେଲେ ପର୍ବପର୍ବାଣୀ ପାଳନ ଲାଗି କୌଣସି ଅନୁମତି ନେବାକୁ ପଡିବ ନାହିଁ।
ପଶ୍ଚିମବଙ୍ଗର ବିକାଶ ଲାଗି ଡବଲ ଇଞ୍ଜିନ ସରକାର ଆବଶ୍ୟକ। ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ମିଳିତ ଭାବେ ବିଜେପି ସରକାର କ୍ଷମତାସୀନ ରହିଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି କରିବ। ରାଜ୍ୟରେ ଆମ ସରକାର କ୍ଷମତାକୁ ଆସିଲେ ସପ୍ତମ ବେତନ ଆୟୋଗ ଲାଗୁ ହେବ। ରାଜ୍ୟରେ ବିଜେପି ଏପରି ସରକାର ଗଠନ କରିବ ଯେଉଁଠି ରୋଜଗାର ପାଇଁ ଯୁବବର୍ଗ ବାହାରକୁ ଯିବାକୁ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ
ଶାହ।
Also Read: #ModiinKharagpur: '୫ ବର୍ଷ ଦିଅ ୭୦ ବର୍ଷର ବର୍ବାଦୀ ଲିଭାଇଦେବୁ'
ମେଦୀନପୁର ରାଲିରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ରାଜ୍ୟରେ ପରିବର୍ତ୍ତନ ଆଣିବା ଲାଗି ପ୍ରତିଶୃତି ଦେଇଥିଲେ। ମା, ମାଟି, ମଣିଷ ନାରା ଦେଇଥିଲେ। ହେଲେ ବିଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗ ମାଟିରେ କ'ଣ ପରିବର୍ତ୍ତନ ହୋଇଛି? ପଶ୍ଚିମବଙ୍ଗ ମାଟି ବେଆଇନ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ ହୋଇଛି ନା ନାହିଁ ସେ ନେଇ ଜବାବ ମାଗିଛନ୍ତି ଗୃହମନ୍ତ୍ରୀ ଶାହ।