Advertisement
Article Detail0/zeeodisha/odisha868886
Zee OdishaOdisha PoliticsAntilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

ଅଭିଯୁକ୍ତ ସଚିନ ୱାଜେ ବିରୁଦ୍ଧରେ ଚାଲିଥିବା ତଦନ୍ତ ଏବେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଚୌକି ପର୍ଯ୍ୟନ୍ତ ଯାଇ ପହଞ୍ଚିଛି। ଏଥିପାଇଁ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମଧ୍ୟ ପଦରୁ ହଟାଯାଇପାରେ।

Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି
Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ବଙ୍ଗଳା Antilia ସମ୍ମୁଖରୁ ବିସ୍ଫୋରକ ଭର୍ତ୍ତି ଗାଡି ରିଖିବା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ମୁମ୍ବାଇ ପୋଲିସ ସହ ଏବେ ମହାରାଷ୍ଟ୍ର ସରକାର ମଧ୍ୟ ଟାର୍ଗେଟକୁ ଆସୁଛି। ଅଭିଯୁକ୍ତ ସଚିନ ୱାଜେ ବିରୁଦ୍ଧରେ ଚାଲିଥିବା ତଦନ୍ତ ଏବେ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଚୌକି ପର୍ଯ୍ୟନ୍ତ ଯାଇ ପହଞ୍ଚିଛି। ଏଥିପାଇଁ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମଧ୍ୟ ପଦରୁ ହଟାଯାଇପାରେ।

ସୂତ୍ରାନୁସାରେ Antilia Caseରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ (Anil Deshmukh) ଙ୍କ ଉପରେ ଲଗାତାର ଚାପ ପଡୁଛି। ସହଯୋଗୀ ଶିବସେନା (Shivsena) ମଧ୍ୟ ପୋଲିସ କମିଶନର ପରମବୀର ସିଂହ (Paramveer Singh) ଙ୍କୁ ହଟାଇଲା ପରେ ଗୃହମନ୍ତ୍ରୀଙ୍କୁ ମଧ୍ୟ ହଟାଇବାକୁ ଦାବି କରୁଛି। ସେପଟେ ସଚିନ ୱାଜେ ମାମଲାକୁ ନେଇ NCP ମଧ୍ୟ ନାରାଜ ଅଛି। ଅନିଲ ଦେଶମୁଖ ଯେଉଁ ଭଳି ଭାବେ କେସକୁ ପରିଚାଳନା କରିଛନ୍ତି ତାହାକୁ ନେଇ ଶରଦ ପାୱାର ଖପ୍ପା ଥିବା କୁହାଯାଉଛି। ଯାହା ଦେଶମୁଖଙ୍କ ଚୌକି ପାଇଁ ବିପଦର ସଙ୍କେତ।

Also Read: ଏବେ ନାହିଁ ପରିବାରବାଦ୍! ପଶ୍ଚିମବଙ୍ଗରେ BJPର ମଙ୍ଗ ଧରିବ 'Roy Family'

Add Zee News as a Preferred Source

ଶରଦ ପାୱାର (Sarad Pawer) ଙ୍କୁ ସାକ୍ଷାତ କରିବା ପରେ ଅନିଲ ଦେଶମୁଖ କହିଛନ୍ତି ଯେ, ଅମ୍ବାନୀ (Mukesh Ambani) ବିସ୍ଫୋରକ ମାମଲାର ତଦନ୍ତ NIA ଓ ATS କରୁଛନ୍ତି। ଏହି ତଦନ୍ତରେ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଶରଦ ପାୱାରଙ୍କ ସହ କଣ ଆଲୋଚନା ହେଲା ସେ ବାବଦରେ ଦେଶମୁଖ କୌଣସି ତଥ୍ୟ ଦେଇ ନାହାନ୍ତି।

ସଚିନ ୱାଜେ ଏବେ NIA ହେପାଜତରେ ଅଛନ୍ତି। ଯାଞ୍ଚ ବେଳେ ଆହୁରି ୨ଟି ଗାଡିକୁ ମଧ୍ୟ ଜବତ କରାଯାଇଛି। ସେପଟେ ମନସୁଖ ମାମଲାରେ ATS ତାଙ୍କୁ ରିମାଣ୍ଡରେ ନେବା ପାଇଁ ଠାଣେ କୋର୍ଟ (Thane Court) ରେ ଆବେଦନ କରିଛି। ମନସୁଖ ମାମଲାରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ପୋଲିସର ପ୍ରାୟ ୨୫ ଜଣ ଅଧିକାରୀଙ୍କୁ ଜେରା କରିଛି। ତେବେ ସେହି ମାମଲାରେ ସଚିନ ୱାଜେ (Sachin Vaze) ଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

 

 

 

 

About the Author