ଏବେ ନାହିଁ ପରିବାରବାଦ୍! ପଶ୍ଚିମବଙ୍ଗରେ BJPର ମଙ୍ଗ ଧରିବ 'Roy Family'
Advertisement
Article Detail0/zeeodisha/odisha868860

ଏବେ ନାହିଁ ପରିବାରବାଦ୍! ପଶ୍ଚିମବଙ୍ଗରେ BJPର ମଙ୍ଗ ଧରିବ 'Roy Family'

ଏକଦା ମମତା ବାନାର୍ଜୀଙ୍କ ନିକଟତମ ତଥା ଦୀର୍ଘ ଦିନ ଧରି ରାଜ୍ୟସଭା ସଦସ୍ୟ ଥିବା ମୁକୁଲ ଏବେ ବିଧାନସଭା ନିର୍ବାଚନ ଲଢିବେ। କୃଷ୍ଣନଗର (ଉତ୍ତର) ଆସନରୁ ମୁକୁଲ ରୟ BJP ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ଶୁଭ୍ରାନ୍ସୁ ବିଜପୁରରୁ ନିର୍ବାଚନ ଲଢୁଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ଜନତା ପାର୍ଟି (BJP) ପଶ୍ଚିମବଙ୍ଗ ପାଇଁ ୧୪୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ​​ସେମାନଙ୍କ ମଧ୍ୟରେ ସବୁଠାରୁ ବଡ ନାମ ହେଉଛି ମୁକୁଲ ରୟ। ଏକଦା ମମତା ବାନାର୍ଜୀଙ୍କ ନିକଟତମ ତଥା ଦୀର୍ଘ ଦିନ ଧରି ରାଜ୍ୟସଭା ସଦସ୍ୟ ଥିବା ମୁକୁଲ ଏବେ ବିଧାନସଭା ନିର୍ବାଚନ ଲଢିବେ। କୃଷ୍ଣନଗର (ଉତ୍ତର) ଆସନରୁ ମୁକୁଲ ରୟ BJP ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ଶୁଭ୍ରାନ୍ସୁ ବିଜପୁରରୁ ନିର୍ବାଚନ ଲଢୁଛନ୍ତି।

ଦିନେ ମୁକୁଲ ରୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିଲେ। ବହୁ ବର୍ଷ ଧରି ସେ TMCର ଜାତୀୟ ସାଧାରଣ ସମ୍ପାଦକ ଦାୟୀତ୍ୱ ମଧ୍ୟ ତୁଲାଇଥିଲେ। ଦଳ ତାଙ୍କୁ ରାଜ୍ୟସଭାକୁ ମଧ୍ୟ ପଠାଇଥିଲା। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଆନ୍ନା ହାଜାରେ (Anna Hazare) ଙ୍କ ଅସଫଳ ସହଯୋଗ ଏବଂ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲା ମୁକୁଲ ରୟ ଏବଂ ମମତା ଦିଦି ଅଲଗା ହେବାର କାରଣ ପାଲଟିଥିଲା। ଦଳ ବିରୋଧି କାର୍ଯ୍ୟପାଇଁ ମୁକୁଲଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ କରାଯାଇଥିଲା। ସେ ସେପ୍ଟେମ୍ବର ୨୦୧୭ ରେ TMCରୁ ଓ ପରେ ରାଜ୍ୟସଭା ସଦସ୍ୟତାରୁ ବି ଇସ୍ତଫା ଦେଇଥିଲେ।

Also Read: West Bengal Assembly Election 2021: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ମୁକୁଲ ରୟ ୧୭ ଏପ୍ରିଲ ୧୯୫୪ରେ ପଶ୍ଚିମବଙ୍ଗର ବାରାକପୁରର କାଞ୍ଚନପାରା ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଛାତ୍ର ଜୀବନ କୋଲକାତାରେ କଟିଛି। ମୁକୁଲଙ୍କ ରାଜନୈତିକ ଯାତ୍ରା ଯୁବ କଂଗ୍ରେସ (Youth Congress) ରୁ ଆରମ୍ଭ ହୋଇଥିଲା। ସେହି ସମୟ ମଧ୍ୟରେ ସେ ମମତା ବାନାର୍ଜୀଙ୍କ ଅତି ନିକଟତର ହୋଇଥିଲେ। ୧୯୯୮ରେ, କଂଗ୍ରେସଠୁ ଅଲଗା ହୋଇ TMC ଗଠନ ହେଲା ସେତେବେଳେ ସେ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଏହା ପରେ ସେ ନୂଆଦିଲ୍ଲୀରେ ଦଳର ଚେହେରା ପାଲଟିଗଲେ ଏବଂ ୨୦୦୬ରେ ତାଙ୍କୁ TMCର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା।

୨୦୦୧ରେ ସେ ପ୍ରଥମ ଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Election) ରେ ​​ଜଗତଦଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ସେ ୫୬ ଭୋଟ୍ ସହିତ ଦ୍ୱିତୀୟ ସ୍ଥାନରେ ଥିଲେ। ଏହି ପରାଜୟ ପ୍ରତ୍ୟେକ୍ଷ ନିର୍ବାଚନ ଠାରୁ ଦୂରେଇ ଗଲେ। ଆଉ ଦୀର୍ଘ ଦୁଇ ଦଶନ୍ଧି ପରେ ମୁକୁଲ ରୟ ପୁଣି ପଶ୍ଚିମବଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। TMC ଟିକଟରେ ହାରିଥିବା ମୁକୁଲ BJP କଣ କମାଲ କରିବେ ତାହା ନିର୍ବାଚନ ଫଳାଫଳ ଆସିଲେ ଜଣା ପଡିବ।

Also Read: ରାଜ୍ୟ ସ୍ୱାର୍ଥ ବନାମ ରାଜନୀତି; ବାସ୍ତବରେ ଲାଭ କାହାର ?

୨୦୦୬ ମସିହାରେ ମୁକୁଲ ରୟ (Mukul Roy)ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମନମୋହନ ସିଂ (Manmohan Singh) ଙ୍କ ଦ୍ୱିତୀୟ ପାଳିରେ ସେ ପରିବହନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ହୋଇଥିଲେ। ମମତା ବାନାର୍ଜୀ (Mamata Benerjee) ଙ୍କ ଇସ୍ତଫା ପରେ ସେ ଦେଶର ୩୨ତମ ରେଳ ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ କ୍ୟାବିନେଟରୁ ତାଙ୍କୁ ରେଳ ମନ୍ତ୍ରୀ ପଦରୁ ହଟାଇ ଦିଆଗଲା। 

୨୦୧୭ ସାରଦା ଚିଟଫଣ୍ଡ ଦୁର୍ନୀତି (Saradha chit fund case) ମାମଲାରେ ମୁକୁଲ ରୟଙ୍କ ନାମ ଆସିଥିଲା। ଯାହା ପରେ ତାଙ୍କୁ TMCରୁ ନିଲମ୍ବିତ କରାଯାଇଥିଲା। ଦଳରୁ ନିଲମ୍ବିତ ହେବା ପରେ ସେ BJP ନେତା ସ୍ୱର୍ଗତ ଅରୁଣ ଜେଟଲୀ ଏବଂ ଦଳର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିଅଙ୍କୁ ଭେଟିଥିଲେ। ଏହା ପରେ ସେ ଅକ୍ଟୋବରରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ଏବଂ ନଭେମ୍ବରରେ BJPରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ BJPର ବିଜୟରେ ମୁକୁଲ ରୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Also Read: ବାଟକୁ ଆସୁଛି ପାକିସ୍ତାନ; ବାଇଡେନଙ୍କ ଭରସାରେ ବାଜୱା

ଏଥର ପଶ୍ଚିମବଙ୍ଗ ନିର୍ବାଚନ ବାପା-ପୁଅଙ୍କ ଯୋଡିକୁ ଦେଖିବାକୁ ମିଳିବ। ଦୁଇ ଥର ବିଜେପୁରରୁ ବିଧାୟକ ହୋଇଥିବା ଶୁଭ୍ରାନ୍ସୁ ରୟ (Subhranshu Roy) ତୃତୀୟ ଥର ପାଇଁ ସମାନ ଆସନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ସେ TMC ଟିକଟରେ ବିଜୟ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇ ବାପା ମୁକୁଲ ରୟଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ ସେ ଦଳରେ ଥଲେ। ପରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ମଧ୍ୟ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା। ପରେ ସେ TMCରୁ ଇସ୍ତଫା ଦେଇ ୨୦୧୯ରେ BJPରେ ଯୋଗ ଦେଇଥିବାଛନ୍ତି।