• କାଲିଠୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପ୍ରସଙ୍ଗ
  • ଯେଉଁ ପିଲା ସ୍କୁଲ ଆସିବେନି, ସେମାନେ ଅନ୍‌ଲାଇନ କ୍ଲାସ୍‌ କରିବେ‘: ସମୀର ଦାଶ
  • ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ
  • କାଲି କାର୍‌ଗିଲ ବିଜୟ ଦିବସ ଅବସରରେ ମୋଦିଙ୍କ ଉଦ୍‌ବୋଧନ
  • ଓଡ଼ିଶାର ଇସାକ ମୁଣ୍ଡାଙ୍କୁ ପ୍ରେରଣାର ଉତ୍ସ କହିଲେ ପ୍ରଧାନମନ୍ତ୍ରୀ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୩୯, ୭୪୨ଟି ନୂଆ ମାମଲା ଚିହ୍ନଟ, ୫୩୫ ମୃତ
  • ଶ୍ବ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ
  • ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତର ପ୍ରିୟା ମଲ୍ଲିକ
  • ମହାରାଷ୍ଟ୍ର ବନ୍ୟାରେ ସରକାରୀ ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ ବେଳେ 5T ସଚିବ

Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

 ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ବିଧାନସଭା ଆସନରେ ପ୍ରବେଶ କରି ବସବାସ କରିବା ସହ ସ୍ଥାନୀୟ ଲୋକଙ୍କ ଭଳି ପ୍ରମାଣପତ୍ର ମଧ୍ୟ ବନାଇସାରିଲେଣି ବେଆଇନ ଶରଣାର୍ଥୀ। 

Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ନିକଟ ଅତୀତରେ ଘଟିଥବା ଏକ ଘଟଣା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏପରିକି ରାଜ୍ୟ ରାଜନୀତିରେ ଏହା ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭାହୋଇଛି। ଏପରିକି ବିଗତ କିଛି ବର୍ଷ ଧରି ଏହି ଘଟଣାକୁ ନେଇ ଦେଶ ତଥା ବିଶ୍ୱ ରାଜନୀତିରେ ସୃଷ୍ଟି ହୋଇଥିଲା ହଟଚମଟ।   

ବିଗତ ୫ ବର୍ଷ ଧରି ବିଭିନ୍ନ ସମୟରେ ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି ରୋହିଙ୍ଗ୍ୟା ଅନୁପ୍ରବେଶକାରୀ (Rohingya Infiltrator)। ଏପରିକି ଦେଶରେ ସେମାନଙ୍କର ବେଆଇନ ଅନୁପ୍ରବେଶକୁ ନେଇ ଅନେକ ସମୟରେ ସୃଷ୍ଟି ହୋଇଛି ବିବାଦ। ପ୍ରଥମେ କାଶ୍ମୀର ଘାଟି (Kashmir Valley) ଆଉ ଏବେ ଉତ୍ତର ପ୍ରଦେଶ-ୟୁପି (Uttar Pradesh-UP) ଭଳି ରାଜ୍ୟ ଏବେ ସୋମନଙ୍କର ନୂଆ ଠିକଣା ହେବାକୁ ଯାଉଛି। 

ଅନେକ ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସେମାନେ ଜଡିତ ରହୁଥିବାର ଅଭିଯୋଗ ସେମାନଙ୍କ ବିରୁଦ୍ଧରେ ଦେଶର ବିଭିନ୍ନ ସ୍ଥାନରୁ ଆସିସାରିଛି। ଯାହାକୁ ନେଇ ସତର୍କ ହୋଇଉଠିଛି ୟୁପି (UP) ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squad-ATS)। କେବଳ ୟୁପି ଏଟିଏସ (UP ATS) ନୁହେଁ ଉତ୍ତର ପ୍ରଦେଶ ଗୁଇନ୍ଦା ବିଭାଗ ମଧ୍ୟ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବେଆଇନ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି। 

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଏହି ବେଆଇନ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୧୧ ରୋହିଙ୍ଗ୍ୟା ଅପରାଧିଙ୍କୁ ବାନ୍ଧି ସାରିଛି ୟୁପି ଏଟିଏସ। ସେମାନଙ୍କ ନିକଟରୁ ନକଲି ଦସ୍ତାବିଜ ଆଧାରରେ ପ୍ରସ୍ତୁତ ହୋଇଥିବା ପାସପୋର୍ଟ (Passport), ରାସନ କାର୍ଡ (Ration Card), ଭୋଟର ପରିଚୟ ପତ୍ର (Voter Identity Card), ପ୍ୟାନ କାର୍ଡ (Pan Card), ଡ୍ରାଇଭିଂ ଲାଇସେନ୍ସ (Driving License) ପ୍ରମୁଖ ଜବତ କରାଯାଇଛି। 

 ଦେଶର ବିଭିନ୍ନ ସ୍ଥାନରେ ରହୁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ (Bangladeshi Infiltrators) ନେଇ ସତର୍କ ହୋଇଉଠିଛି ଭାରତୀୟ ସୁରକ୍ଷା ଏଜେନ୍ସି (Indian Security Agency)। ଗିରଫ ହୋଇଥିବା ରୋହିଙ୍ଗ୍ୟା ଅପରାଧିଙ୍କ ନିକଟରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ସେମାନଙ୍କୁ କରାଯାଇଥିବା ଜେରାରୁ ଜଣାପଡିଛି ଯେ ଦିଲ୍ଲୀ ଖଜୁରୀ ଖାସ (Delhi Khazoori Khas) ଅଞ୍ଚଳରେ ଆମିର ହୁସେନ ନାମକ ଜଣେ ବ୍ୟକ୍ତି ରହିଛି ଯିଏକି ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଭାରତକୁ ବେଆଇନ ଆଣିଥାଏ।   

ରୋହିଙ୍ଗ୍ୟାଙ୍କ ସହ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୟୁପିରେ ନୂଆ ଠିକଣା ବନାଇବା ଲାଗି ପ୍ରେରିତ କରାଯିବା ସହ ସେମାନଙ୍କୁ ବେଶ ମୋଟା ଅଙ୍କର ଅର୍ଥ ମଧ୍ୟ ଦିଆଯାଉଛି। ଏହା ପଛରେ ରହିଥିବା କାରଣ ହେଉଛି ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Elelction 2022) । କାରଣ ଏହି ନିର୍ବାଚନରେ ଭାଗ ନେବା ଲାଗି ବିଦେଶୀ ଅନୁପ୍ରବେଶକାରୀଙ୍କୁ ମତତାତା ଭାବେ ବ୍ୟବହାର କରି ଏକ ଆଖିଦୃଶିଆ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ତିଆରି କରିବା। 

Also Read: ଦେଶ ଭାଙ୍ଗିବାକୁ ତୁର୍କୀର ଭୟାନକ ଷଡଯନ୍ତ୍ର!

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ପାଖରେ ଦେଶର ନାଗରିକଙ୍କ ଭଳି ବିଭିନ୍ନ ପ୍ରମାଣପତ୍ର ରହିଛି। ଏବେ ୟୁପି ଏଟିଏସ ପାଇଁ ସବୁଠୁ ବଡ ଆହ୍ୱାନ ହେଉଛି ରାଜ୍ୟର ବିଭିନ୍ନ ସ୍ଥାନରେ ରହୁଥିବା ଏପରି ବହୁରୂପିଆ ଅନୁପ୍ରବେଶକାରୀକୁ ରାଜ୍ୟବାସୀଙ୍କ ଠାରୁ ଅଲଗା କରିବା।  

 ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ରାଜ୍ୟର ସନ୍ତ କବୀର ଜିଲ୍ଲା (Sant Kabir Nagar) ଅଧିନସ୍ଥ ସମର୍ଥନ ନାମକ ଗ୍ରାମରୁ ଅଜୀଜୁଲ୍ଲାହ ନାମକ ଜଣେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଗିରଫ ହୋଇଥିଲା। ଏହା ପରେ ଫେବୃଆରୀ ୨୮ ତାରିଖରେ ଆଲିଗଡ଼ (Aligarh) ଜିଲ୍ଲାର କମଲା ରୋଡ ଠାରୁ ମହମ୍ମଦ ଫାରୁଖ ଏବଂ ହସନ, ମାର୍ଚ୍ଚ ୧ ତାରିଖରେ ଶାହିଦ ସମେତ ଅନ୍ୟ ୨ ଅନୁପ୍ରବେଶକାରୀ ୟୁପି ଏଟିଏସ ଜାଲରେ ଧରାପଡିଥିଲେ। ସମସ୍ତ 
ଅନୁପ୍ରବେଶକାରୀ ବାଂଲାଦେଶ (Bangladesh), ମିଆଁମାର (Myanmar) ଭଳି ଦେଶରୁ ଆସିଥିବା ଜଣାପଡି଼ଥିଲା। 

Also Read: India ଛାଡିବେ Rohingya; ପୁଣି ଫେରିଯିବେ Myanmar

ସେହିପରି ଚଳିତ ମାସ ୧୨ ତାରିଖରେ ଗାଜିଆବାଦ ଜିଲ୍ଲାରୁ ନୂର ଆଲମ ଏବଂ ଆମିର ହୁସେନ ନାମକ ୨ ଅନୁପ୍ରବେଶକାରୀଙ୍କୁ ଗିରଫ କରିବା ସହ ୫ ଦିନ ପାଇଁ ରିମାଣ୍ଡରେ ନେଇଥିଲା ୟୁପି ପୋଲିସ। ଉଭୟେ ବାଂଲାଦେଶ ରାସ୍ତାରେ ସେମାନେ ରୋହିଙ୍ଗ୍ୟାଙ୍କୁ ଆଣି ଭାରତର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି। ସେମାନଙ୍କର ଆସିବା ସମ୍ପର୍କରେ ବିଭିନ୍ନ ମସଜିଦକୁ ଖବର ଦିଆଯାଇଥାଏ।

 ଏ ଘଟଣାରେ ପ୍ରତିକ୍ରିୟା ରଖି ୟୁପି ପୋଲିସ ଆଇନ ଶୃଙ୍ଖଳା ଡିଜି (UP Police Law & Order DG) ପ୍ରଶାନ୍ତ କୁମାର କହିଛନ୍ତି ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ରାଜ୍ୟର ସମସ୍ତ ବିଧାନସଭା ଆସନରେ ପ୍ରବେଶ କରି ବସବାସ କରିବା ସହ ସ୍ଥାନୀୟ ଲୋକଙ୍କ ଭଳି ପ୍ରମାଣପତ୍ର ମଧ୍ୟ ବନାଇସାରିଲେଣି ଏହି ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀ। 

ସେମାନେ ସ୍ଥାନୀୟ ସମ୍ପର୍କୀୟଙ୍କ ସହାୟତାରେ ନିଜ ଦେଶ ଛାଡି ଭାରତରେ ନିଜର ନୂଆ ଠିକଣା ବନାଇବା ଯୋଜନାରେ ରହିଥିଲେ। ଏପରି ବହୁ ସଂଖ୍ୟାରେ ରୋହିଙ୍ଗ୍ୟା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜେରା ସମୟରେ ଜଣାପଡ଼ିଛି। ଏଠାକୁ ଆସିବା ପରେ ସେମାନଙ୍କୁ ଆଲିଗଡ, ଆଗ୍ରା (Agra), ଉନାଁଓ (Unnao) ପ୍ରଭୃତି ଜିଲ୍ଲାରେ ରହିଥିବା କଂସେଇ ଖାନାରେ (Slaughter House) କାମ ଦିଆଯାଏ।  ସେମାନଙ୍କୁ ଏଠାକୁ ଆଣୁଥିବା ଦଲାଲଙ୍କୁ କମିଶନ ମଧ୍ୟ ଦେଇଥାନ୍ତି। ଏହି କାମ ପାଇଁ ଦଲାଲ ବାଂଲାଦେଶ କିମ୍ବା ମିଆଁମାରରୁ ଏପରି ଅନୁପ୍ରବେଶକାରୀଙ୍କୁ ଅଣାଯାଇଥାଏ। 

Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

ଆଜକୁ ୨ ବର୍ଷ ପୂର୍ବେ ସଂଶୋଧିତ ନାଗରିକତା ଆଇନ-ସିଏଏ (Citizen Amendment Act-CAA) ବିରୁଦ୍ଧରେ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଥିଲା। ଏ ଘଟଣାରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଭୂମିକା ସାମ୍ନାକୁ ଆସିବା ପରେ ୟୁପି ଏଟିଏସ ଜାଗ୍ରତ ହୋଇଉଠିଥିଲା। ଏପରିକି ସେମାନଙ୍କ ଗତିବିଧି ଉପରେ ସେବେ ଠାରୁ  ସତର୍କ ନଜର ରଖିବା ଆରମ୍ଭ ହୋଇଥିଲା।