Gujarat Election 2022: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି ରଣନୀତି ପ୍ରସ୍ତୁତ କଲା କଂଗ୍ରେସ
Advertisement
Article Detail0/zeeodisha/odisha1245448

Gujarat Election 2022: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

Gujarat Election 2022: ଏହି ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଥିବା ରଣନୀତିର ଏକ ଅଂଶ ଭାବେ କଂଗ୍ରେସ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାରଙ୍କ କୋଭିଡ ସମୟରେ ହୋଇଥିବା ବିଫଳତାକୁ ସାମ୍ନାକୁ ଆଣିବ।

Gujarat Election 2022: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏପରି ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

Gujarat Election 2022: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହାକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ନ କରିବାକୁ କଂଗ୍ରେସ ନେତୃତ୍ୱ ଏହାର ଗୁଜୁରାଟ ଶାଖାକୁ କହିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ସେମାନେ ଲୋକଙ୍କ ପ୍ରସଙ୍ଗ ଉଠାଇ ବିଜେପି ନୀତିକୁ ଟାର୍ଗେଟ କରିବାକୁ କୁହାଯାଇଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ଲାଗି ସୋମବାର ପ୍ରାୟ ୫ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା କଂଗ୍ରେସ ଟାସ୍କଫୋର୍ସ ବୈଠକ। ​​ଯେଉଁଥିରେ ଗୁଜୁରାଟ କଂଗ୍ରେସ ନେତାମାନଙ୍କୁ ଡକାଯାଇ ବିଗତ ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପି ବିରୋଧରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ମିଳିତ ଭାବେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା।

ଏହି ନିର୍ବାଚନ ଲାଗି ପ୍ରସ୍ତୁତ ହୋଇଥିବା ରଣନୀତିର ଏକ ଅଂଶ ଭାବେ କଂଗ୍ରେସ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାରଙ୍କ କୋଭିଡ ସମୟରେ ହୋଇଥିବା ବିଫଳତାକୁ ସାମ୍ନାକୁ ଆଣିବ। ଗତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ସ୍ଥାନୀୟ ପୌରସଂସ୍ଥା ନିର୍ବାଚନରେ ​ଦଳ ଶୋଚନୀୟ ପରାଜୟ ବରଣ କରିଥିଲା। ସୋମବାର ଅନୁଷ୍ଠିତ ହୋଇଥିବା କଂଗ୍ରେସ ଟାସ୍କଫୋର୍ସ ବୈଠକରେ ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଲ, ରଣଦୀପ ସୁର୍ଜେୱାଲା, ଅଜୟ ମାକେନ୍, ଚିଦାମ୍ବରମ ଏବଂ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନଙ୍ଗୁଲୁ ଉପସ୍ଥିତ ରହିଥିଲେ।

ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ ଆସନ ପାଇଥିଲା। ହେଲେ ପରେ ଅନେକ କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପି ହାତ ଧରି ସାରିଛନ୍ତି। ଗତ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୫୫.୫୫% ପ୍ରତିଶତ ଭୋଟ ପାଇଥିଲା। ଦଳକୁ ଏହି ନିର୍ବାଚନରେ ୧୪୯ ସିଟ ମିଳିଥିଲା। ଅନ୍ୟପଟେ ବିଜେପି ୧୪.୯୬% ଭୋଟ ପାଇବା ସହ ୧୧ ସିଟ ପାଇଥିଲା।

ଗତ ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଭୋଟ୍ ସେୟାର ୩୮.୯୩ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ବିଜେପି ଭୋଟ ସେୟାର ୪୭.୮୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦିଲ୍ଲୀ, ପଞ୍ଜାବ ପରେ  ଗୁଜୁରାଟ ରାଜନୀତିରେ ଆମ୍ ଆଦମୀ ପାର୍ଟି ମଧ୍ୟ କ୍ଷମତା ଦଖଲ କରିବାର ସ୍ୱପ୍ନ ଦେଖୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀରେ ତାଙ୍କ ସରକାର ଏବଂ ଗୁଜରାଟ ଶାସନ ବାବଦରେ କହିଥିଲେ।

Also Read: Gujarat Election 2022: AAP ଲାଗି କ୍ଷତି ସହିପାରେ Congress, ଫାଇଦା ଉଠାଇପାରେ BJP

Also Read: Gujarat Assembly Election 2022: ମୋଦି ମ୍ୟାଜିକ ସହୟତାରେ ଗଡ଼ ଦଖଲ କରିବ ବିଜେପି

Also Read: ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍