ଆମକୁ ଅଲ କାଏଦା ସମର୍ଥନ ଦରକାର ନାହିଁ ହେଲେ...
Advertisement
Article Detail0/zeeodisha/odisha1219883

ଆମକୁ ଅଲ କାଏଦା ସମର୍ଥନ ଦରକାର ନାହିଁ ହେଲେ...

ଆମେ ସବୁ କିଛି ସହ୍ୟ କରିପାରୁ ମାତ୍ର ଆମର ଭବିଷ୍ୟ‌ବକ୍ତାଙ୍କ ବାବଦରେ କୌଣସି ଭୁଲ ମନ୍ତବ୍ୟ ବରଦାସ୍ତ କରିପାରିବୁ ନାହିଁ। 

ଆମକୁ ଅଲ କାଏଦା ସମର୍ଥନ ଦରକାର ନାହିଁ ହେଲେ...

Muslim Leader on threatens of Al Qaeda:ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦ ବିବାଦରେ ମୁସଲିମ ଦେଶ ଭାରତ ଉଦ୍ଦେଶ୍ୟରେ ଧମକ ଦେଉଥିବା ବେଳେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କଟ୍ଟରପନ୍ଥୀ। ଏପରିକି ସେମାନେ ଭାରତ ସହ ହିନ୍ଦୁଙ୍କୁ ଧମକାଇବାରେ ଲାଗିଛନ୍ତି। ଅଲକାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଧମକ ଦେବାକୁ ପଛାଇନାହିଁ।  

ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦ ବିବାଦରେ ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଧମକ ଦିଆଯିବା ଘଟଣାକୁ ଗୁଇନ୍ଦା ଏଜେନ୍ସି କାମ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏବଂ ପିଡ଼ିପି ମୁଖ୍ୟ ମେହବୁବା ମୁଫତି। ଏହି ବିବାଦ ମାମଲାରେ ଉଭୟେ ସରକାରଙ୍କୁ ଚେତାଇଛନ୍ତି। 

ଏନେଇ ଟ୍ୱିଟ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଟ୍ୱିଟ୍ କରି କହିଛନ୍ତି ଆମର ଭବିଷ୍ୟବକ୍ତା ମହମ୍ମଦଙ୍କ ନାମ ବହୁତ ଉଚ୍ଚରେ ରହିଛି। ତାଙ୍କର ସୁରକ୍ଷା ଲାଗି ଅଲ କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ବିଶୃଙ୍ଖଳା ବିସ୍ତାର କରନ୍ତି ଏବଂ ଇସଲାମ ନାମକୁ ବଦନାମ କରନ୍ତି ସେମାନଙ୍କ ଠାରୁ ଦେଶକୁ ସୁରକ୍ଷିତ ରଖନ୍ତୁ ଆହ୍ଲା। ହିନ୍ଦୁତ୍ୱବାଦୀ ଜାଣିବା ଆବଶ୍ୟକ ଯେ ଇସଲାମ ଆତଙ୍କବାଦକୁ ନାପସନ୍ଦ କରେ। ହିନ୍ଦୁସ୍ତାନୀ ମୁସଲମାନ ସର୍ବଦା ମୌଳବାଦୀଙ୍କ ବିରୋଧରେ ଅଛନ୍ତି। 

Also Read: ନୂପୂର ଶର୍ମାଙ୍କୁ ଗିରଫଦାରୀ ଦୋହରାଇ ବିଜେପି ବିରୋଧରେ ଗର୍ଜିଲେ ଅସାଦୁଦ୍ଦିନ ଓୱେସି

ଅନ୍ୟପଟେ ପିଡ଼ିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଅଲ କାଏଦା କିମ୍ବା ଅନ୍ୟ କୌଣସି ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାର ଧମକକୁ ମୁଁ ନିନ୍ଦା କରୁଛି। ହେଲେ ଏହା ସତ୍ୟ ଯେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟ ଲାଗି ସମଗ୍ର ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ରହିଛି। ଇସାରା ମାଧ୍ୟମରେ ଧମକ ଦେଇ ସେ କହିଛନ୍ତି ମୁସଲମାନ ଆହତ ହୋଇଛନ୍ତି। ଆମେ ସବୁ କିଛି ସହ୍ୟ କରିପାରୁ ମାତ୍ର ଆମର ଭବିଷ୍ୟ‌ବକ୍ତାଙ୍କ ବାବଦରେ କୌଣସି ଭୁଲ ମନ୍ତବ୍ୟ ବରଦାସ୍ତ କରିପାରିବୁ ନାହିଁ। 

ପୈଗମ୍ବର ବିବାଦରେ ଅଲ କାଏଦା ପକ୍ଷରୁ ଦିଆଯାଇଥିବା ଧମକ ଉପରେ ପ୍ରତିକ୍ରିୟା ରଖି ପିଡ଼ିପି ମୁଖ୍ୟ କହିଛନ୍ତି ମୋତେ ଡର ଲାଗୁଛି ଯେ ବିଜେପି ଅଲ କାଏଦା ଧମକକୁ ଏକ ବାହାନ ବ୍ୟବହାର କରି ଏହା କହିପାରେ ଯେ ହିନ୍ଦୁ ବିପଦରେ ଅଛନ୍ତି।  ଅଲ କାଏଦା ପକ୍ଷରୁ ଦିଆଯାଇଥିବା ଧମକକୁ ସମାଲୋଚନା କରାଯିବା ଆବଶ୍ୟକ। 

Also Read: ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଯୋଗୀ ସରକାର: ମେହବୁବା ମୁଫତି

ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଜ୍ଞାନବ୍ୟାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗ ଉପରେ ଉଠିଥିବା ପ୍ରଶ୍ନର ଉତ୍ତରରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଇସଲାମ ସଂସ୍ଥାପକ ପୈଗମ୍ବରଙ୍କ ସହ ଜଡିତ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ହେଲେ ଏହାକୁ ଇସଲାମୀୟ ମୌଳିବାଦୀ ପସନ୍ଦ କର ନ ଥିଲେ। ଇସଲାମ ପୈଗମ୍ବରଙ୍କ ବାବଦରେ ବିଜେପି ମୁଖପାତ୍ର ରଖିଥିବା ବୟାନକୁ ନେଇ ଅନେକ ମୁସଲିମ ଦେଶ ଭାରତ ଉପରେ ନାରାଜ ହୋଇଉଠିଛନ୍ତି। ନିଜର ବୟାନକୁ ନେଇ ବିବାଦ ତେଜିବାରୁ ବିଜେପି ଏହାର ମୁଖପାତ୍ର ନୁପୁର ଶର୍ମା ଏବଂ ଦଳର ଅନ୍ୟତମ ନେତା ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରିଛି। ଏହା ସତ୍ତ୍ୱେ ଇସଲାମୀୟ ମୌଳବାଦୀ ସନ୍ତୁଷ୍ଟ ହୋଇନାହାଁନ୍ତି। ବର୍ତ୍ତମାନ ସେମାନେ ଉଭୟଙ୍କୁ ଜେଲ ପଠାଇବାକୁ ଦାବି କରୁଛନ୍ତି।