ରାହୁଲ ଗାନ୍ଧୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସମ ମୁଖ୍ୟମନ୍ତ୍ରୀ; ତାତି ଉଠିଲା କଂଗ୍ରେସ
Advertisement
Article Detail0/zeeodisha/odisha1096190

ରାହୁଲ ଗାନ୍ଧୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସମ ମୁଖ୍ୟମନ୍ତ୍ରୀ; ତାତି ଉଠିଲା କଂଗ୍ରେସ

ଚାର ଅଭିଯାନରେ ଅନ୍ୟ ଅପେକ୍ଷା ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ନେତାଙ୍କ ମଧ୍ୟରେ ଜାରି ରହିଛି ଶବ୍ଦ ଯୁଦ୍ଧ।

ରାହୁଲ ଗାନ୍ଧୀଙ୍କ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଆସମ ମୁଖ୍ୟମନ୍ତ୍ରୀ; ତାତି ଉଠିଲା କଂଗ୍ରେସ

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଜାରି ରହିଥିବା ପ୍ରଚାର ଅଭିଯାନରେ ଅନ୍ୟ ଅପେକ୍ଷା ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ନେତାଙ୍କ ମଧ୍ୟରେ ଜାରି ରହିଛି  ଶବ୍ଦ ଯୁଦ୍ଧ। ଏହି ଯୁଦ୍ଧରେ ସାମିଲ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶରମା ଏପରି କିଛି କହିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। 

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ (Uttarakhand Assembly Election 2022) ଲାଗି ଶାସକ ବିଜେପି (BJP) ପକ୍ଷରୁ ପ୍ରଚାର କରିବାକୁ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶରମା (Hemanta Biswa Sarma) ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। 

ଏହି ସମୟରେ ସେ କଂଗ୍ରେସ (Congress) ଏବଂ ରାହୁଲ ଗାନ୍ଧୀଙ୍କ (Rahul Gandhi) ବାବଦରେ ଏକ ବିବାଦୀୟ ବୟାନ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଆମେ କେବେ ହେଲେ ଆପଣଙ୍କୁ ରାଜୀବ ଗାନ୍ଧୀଙ୍କ (Rajiv Gandhi) ପୁଅ ବୋଲି ପ୍ରମାଣ ମାଗିଛୁ? 

Also Read: ମନ୍ଦିର ନିର୍ମାଣ ଲାଗି ଜମିଦାନ କରିଥିଲେ ଆଉରଙ୍ଗଜେବ; AIUDF ବିଧାୟକଙ୍କ ବୟାନ ଉପରେ ଜବାବ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, "ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକ ପ୍ରମାଣ ମାଗିଥିଲେ, ତାଙ୍କ ମାନସିକତା ଦେଖନ୍ତୁ। ଜେନେରାଲ ବିପିନ୍ ରାୱତ ଆମ ଦେଶର ଗର୍ବ। ତାଙ୍କ ନେତୃତ୍ୱରେ ଭାରତ ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ହେଲେ ରାହୁଲ ଗାନ୍ଧୀ ଗାନ୍ଧୀ ଏହାର ପ୍ରମାଣ ମାଗିଥିଲେ। ଆମେ କେବେ ହେଲେ ରାହୁଲ ଗାନ୍ଧୀ ରାଜୀବ ଗାନ୍ଧୀଙ୍କ (Rajiv Gandhi) ପୁଅ ବୋଲି ପ୍ରମାଣ ମାଗିଛୁ? 

ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ସେନା ଠାରୁ ପ୍ରମାଣ ମାଗିବା ଆପଣଙ୍କୁ ଅଧିକାର କିଏ ଦେଲା? ଯଦି ସେନା କହୁଛି ପାକିସ୍ତାନ ମାଟିରେ ଏକ ବୋମା ବିସ୍ଫୋରଣ ହୋଇଛି ତାହେଲେ ଏହି ଘଟଣା ନିଶ୍ଚିତ ଘଟି ଥାଇପାରେ। ଠିକ ସେହି ଭଳି ଯଦି ଭାରତୀୟ ସେନା  ପାକିସ୍ତାନ ମାଟିରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା କଥା କହୁଛି ତାହେଲେ ଏହା ନିଶ୍ଚିତ ହୋଇଥିବେ। ଆପଣ ବିପିନ ରାୱତଙ୍କୁ ବିଶ୍ୱାସ କରୁନାହାଁନ୍ତି? 

Also Read: କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'

କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତ, ଆମେରିକା ଏବଂ ଋଷିଆ ଭଳି ବନ୍ଧୁ ରାଷ୍ଟ୍ର ସହ ମିଶି କୋରୋନା ଟିକା ନିର୍ମାଣ କରୁଛି। ହେଲେ କଂଗ୍ରେସ ଏହାର ପ୍ରମାଣ ମାଗୁଛି। ସେମାନେ କାହିଁକି ଆମେରିକା ଠାରୁ ପ୍ରମାଣ ମାଗୁନାହାଁନ୍ତି? ଯଦି ଭାରତ କିଛି କରୁଛି ତାହେଲେ ସେମାନଙ୍କୁ ପ୍ରମାଣ ପ୍ରମାଣ ଦରକାର। ହେଲେ ଯଦି ପାକିସ୍ତାନ କିମ୍ବା ଚୀନ୍ କିଛି କରୁନ୍ତି ତାହେଲେ ସେମାନେ ଏହାକୁ ପ୍ରଶଂସା କରୁଛନ୍ତି। ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ ଚୀନ୍ ସେନା ଆଗକୁ ବଢୁଛି। ହେଲେ ଆପଣ ଚୀନ ଭଳି ଦେଶକୁ କାହିଁକି ପ୍ରୋତ୍ସାହିତ କରୁଛନ୍ତି? ରାହୁଲ ଗାନ୍ଧୀ କହିବା ଆବଶ୍ୟକ ଯେ ଭାରତୀୟ ସେନା ଆଗକୁ ବଢୁଛି। 

Also Read: ସରକାରୀ ଅର୍ଥରେ ପଢାଯିବନି କୁରାନ, ନଭେମ୍ବରରୁ ଆସାମରେ ବନ୍ଦ ହେବ ସରକାରୀ ମଦ୍ରାସା!

fallback

ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଏହାର ଜବାବ ରଖି କଂଗ୍ରେସ ମୁଖପାତ୍ର (Congress Spoke Person) ରଣଦୀପ ସୁରଜେୱାଲା (Randeep Singh Surjewala) କହିଛନ୍ତି ଯେ ଏହା ହେଉଛି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶରମାଙ୍କ ଖରାପ ଚିନ୍ତାଧାରାର ପ୍ରମାଣ। ଦଳୀୟ ପରାଜୟକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ପ୍ରଧାନମନ୍ତ୍ର ମୋଦିଙ୍କ ଅନୁଗତତା ପାଇବାକୁ ହେଲେ ପୁରୁଣା ଦଳ ବିରୋଧରେ ଗାଳି ଗୁଲଜ କରିବା ଆବଶ୍ୟକ। ଏହା ତାଙ୍କର ଖରାପ ଚିନ୍ତାଧାରାର ପ୍ରମାଣ |