ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ
Advertisement
Article Detail0/zeeodisha/odisha1067594

ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ

ଯଦି କୌଣସି ରାଜନୈତିକ ଦଳ କୌଣସି ପ୍ରକାର ଅପରାଧିକ ମାମଲାରେ ଜଡିତ ରହିଥିବା ବ୍ୟକ୍ତିବିଶେଷଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ପ୍ରଦାନ କରନ୍ତି ତାହେଲେ ଏଭଳି ଲୋକଙ୍କୁ କ'ଣ ପାଇଁ ଦଳୀୟ ଟିକେଟ ପ୍ରଦାନ କରାଗଲା ତାହାର କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ। 

ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟର ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା କରାଯିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ରାଜନୈତିକ। ଦେଶରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଏଥର ଅନେକ କଟକଣା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। 

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଏକ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି ଭାରତୀୟ  ନିର୍ବାଚନ ଆୟୋଗ। ଏହି ବ୍ୟବସ୍ଥା ଅନୁସାରେ ଯଦି କୌଣସି ରାଜନୈତିକ ଦଳ କୌଣସି ପ୍ରକାର ଅପରାଧିକ ମାମଲାରେ ଜଡିତ ରହିଥିବା ବ୍ୟକ୍ତିବିଶେଷଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ପ୍ରଦାନ କରନ୍ତି ତାହେଲେ ଏଭଳି ଲୋକଙ୍କୁ କ'ଣ ପାଇଁ ଦଳୀୟ ଟିକେଟ ପ୍ରଦାନ କରାଗଲା ତାହାର କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ। ଏପରିକି ଦଳୀୟ ୱେବସାଇଟ ଜରିଆରେ ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ଅଥବା ନେତାଙ୍କ ବାବଦରେ ବାଧ୍ୟତାମୂଳକ ଭାବେ ତଥ୍ୟ ପ୍ରଦାନ କରିବେ।    

Also Read: Assembly Election 2022: କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି? ଜାଣନ୍ତୁ ଏହାର କାରଣ

 

ସମ୍ପୃକ୍ତ ରାଜନୈକ ଦଳକୁ ପ୍ରାର୍ଥୀ ଚୟନ କରିବାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗ ଠାରେ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ହେବ। ଏନେଇ ଆୟୋଗ କହିଛନ୍ତି ଯେ ଯଦି କୌଣସି ରାଜନୈତିକ ଦଳ ଏହି ରିପୋର୍ଟ ଦାଖଲ କରିବାରେ ବିଫଳ ହୁଅନ୍ତି ତାହେଲେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ସମ୍ପୃକ୍ତ ରାଜନୈତିକ ଦଳକୁ ଏନେଇ ନୋଟିସ ଜାରି କରିବେ ନିର୍ବାଚନ ଆୟୋଗ।

ଅପରାଧିକ ପୃଷ୍ଠଭୂମି ରହିଥିବା ନେତାଙ୍କ ବାବଦରେ ତଥ୍ୟ ପ୍ରଦାନ କରିବାକୁ ଗତ ୨୦୨୦ ମାର୍ଚ୍ଚରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳ ଲାଗି କାର୍ଯ୍ୟକାରୀ ହୋଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ଦଳୀୟ ୱେବସାଇଟ ଜରିଆରେ ଦଳର ଦାଗୀ ନେତାଙ୍କ ଅପରାଧିକ କାର୍ଯ୍ୟକଳାପ ବାବଦରେ ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରିବା ଲାଗି ସବୁ ରାଜନୈତିକ ଦଳ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଦାଗୀ ନେତାଙ୍କ ସେହି ଅପରାଧିକ କାର୍ଯ୍ୟକଲାପ ବାବଦରେ ତଥ୍ୟ ଦେବାକୁ ହେବ ଯେଉଁ ଘଟଣାରେ ସେମାନେ ସମ୍ପୃକ୍ତ ରହିଥିବା ନେଇ ପ୍ରମାଣିତ ହୋଇସାରିଛି। 

Also Read: କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?

 

ଚଳିତ ବର୍ଷ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଠାରେ ଯଦି କୌଣସି ଦଳ ଅପରାଧିକ ପୃଷ୍ଠଭୂମି ରହିଥିବା ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଦଳୀୟ ପ୍ରାର୍ଥୀ ଟିକେଟ ପ୍ରଦାନ କରନ୍ତି ତାହାଲେ କ'ଣ ପାଇଁ ଏଭଳି ଲୋକଙ୍କୁ ଟିକେଟ ପ୍ରଦାନ କରାଗଲା ତାହାର କାରଣ ସମ୍ପୃକ୍ତ ରାଜନୈତିକ ଦଳକୁ ସାର୍ବଜନୀନ କରିବାକୁ ହେବ। ତାଙ୍କ ବଦଳରେ ବିନା କୌଣସି ଅପରାଧର ଜଡି଼ତ ଥିବା ନେତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ନାହିଁ ତାହାର ଜବାବ ନିର୍ବାଚନ ଆୟୋଗ ପାଖରେ ରଖିବେ ରାଜନୈତିକ ଦଳ। ଏହି ସମସ୍ତ ତଥ୍ୟ ଆାଞ୍ଚଳିକ ତଥା ଜାତୀୟ ଗଣମାଧ୍ୟମ, ଦଳୀୟ ସାମାଜିକ ଗଣମାଧ୍ୟମ ଯୋଗେ ପ୍ରଦାନ କରାଯିବ।    

ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ମଧ୍ୟରେ ଏବଂ ନାମାଙ୍କନପତ୍ର ଦାଖଲ କରିବାର ପ୍ରଥମ ତାରିଖ ଠାରୁ ୨ ସପ୍ତାହ ପୂର୍ବରୁ ନୁହେଁ ରାଜନୈତିକ ଦଳକୁ ଏକ ଦଳୀୟ ବିବରଣୀ ପ୍ରକାଶ କରିବାକୁ ପଡିବ। ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରଚାର ସମୟରେ ୩ ଥର ଗଣମାଧ୍ୟମରେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ବାବଦରେ ତଥ୍ୟ ପ୍ରଦାନ କରିବାକୁ ହେବ। ଯାହା ଦ୍ୱାରା ମତଦାତା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ବାବଦରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ।

ଏହା ସହିତ ଇଲେକ୍ଟ୍ରୋରାଲ ଭୋଟିଂ ମେସିନ (Electoral Voting Machine) ଇଭିଏମ (EVM) କୁ ନିର୍ବାଚନରେ ବ୍ୟବହାର କରିବାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଛି। ହେଲେ ବର୍ତ୍ତମାନ ଏଭଳି ପ୍ରସଙ୍ଗର କୌଣସି ଗୁରୁତ୍ୱ ନାହିଁ ବୋଲି କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତ (CEC) ସିଇସି ସୁଶୀଲ ଚନ୍ଦ୍ରା (Sushil Chandra) କହିଛନ୍ତି।  

Also Read: Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ

 

ଏହା ଗର୍ବର ବିଷୟ ବିଶ୍ୱରପ ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଇଭିଏମ ଭଳି ଏପରି ଏକ ମେସିନ୍ ବିକଶିତ କରିଛି ଯାହା ସଠିକ୍ ଏବଂ ଦ୍ରୁତ ନିର୍ବାଚନ ଫଳାଫଳ ପ୍ରଦାନ କରିଥାଏ। ନିର୍ବାଚନ ହାରିଯାଉଥିବା ଦଳ ଇଭିଏମର ଭଳି ଏକ ବୈଦ୍ୟୁତିକ ଉପକରଣର ବିଶ୍ୱସନୀୟତା ଉପରେ ଉଠାଉଛନ୍ତି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ରଖି ନିର୍ବାଚନ ଆୟୋଗ ପକ୍ଷରୁ ଏହା ବର୍ତ୍ତମାନର ନିର୍ବାଚନରେ ଏକ ପ୍ରସଙ୍ଗ ହୋଇନାହିଁ। ଗତ ୨୦୦୪ ଲୋକସଭା ନିର୍ବାଚନରୁ ଇଭିଏମ୍ ବ୍ୟବହାର ହୋଇଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୧୫ କୋଟିରୁ ଅଧିକ ମତଦାତା ଏହାକୁ ବ୍ୟବହାର କରିସାରିଛନ୍ତି।