କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଲେ RJD ବିଧାୟକ Tej Pratap
Advertisement
Article Detail0/zeeodisha/odisha951043

କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଲେ RJD ବିଧାୟକ Tej Pratap

ଲମ୍ବା କେଶର ସୁରକ୍ଷା ପାଇଁ ସେ ଏକ ସ୍ୱତନ୍ତ୍ର ସାମ୍ପୁ ବ୍ୟବହାର କରିଥାନ୍ତି। ଯାହା ଅତ୍ୟନ୍ତ ମହଙ୍ଗା।  

କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଲେ RJD ବିଧାୟକ Tej Pratap

ପାଟନା: ପ୍ରଥମେ ରାଜନୀତି, ପରେ ବ୍ୟବସାୟ ଆଉ ଏବେ କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଇଛନ୍ତି ବିହାରର ଜଣେ ଚର୍ଚ୍ଚିତ ରାଜନେତା। ଅଜବ ଧରଣର ବୟାନବାଜି କରିବା ବିବାଦୀୟ ତଥା ମଜାଳିଆ ମନ୍ତବ୍ୟ ଦେବାକୁ ନେଇ ସବୁ ବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାନ୍ତି ବିହାରର ଏହି ରାଜନେତା। ପୂର୍ବରୁ ଟିକ ଟିକ ବ୍ୟାନ ହେବା ପ୍ରସଙ୍ଗରେ ସେ ରଖିଥିବ ବୟାନ ସାମାଜିକ ଗଣାମାଧ୍ୟମରେ ବେଶ ଭାଇରାଲ ହୋଇଥିଲା।

କେତେବେଳେ ସେ ଦୃଶ୍ୟମାନ ହୋଇଥାନ୍ତି ଭଗବାନ କୃଷ୍ଣଙ୍କ ବେଶରେ ତ ଆଉକେତେ ବେଳେ ସେ ଭଗବାନ ଶିବଙ୍କ ଭଳି ପାହାଡ ଉପରେ ତପସ୍ୟା କରୁଥିବାର ନଜର ଆସିଥାନ୍ତି। ଭଗବାନ ଶିବ ପରିଧାନ କରୁଥିବା ବସ୍ତ୍ର ଭଳି ବେଶ ପୋଷାକ ପିନ୍ଧି ଡମ୍ବରୁ ବଜାଇବା କିମ୍ବା ଶଙ୍ଖ ବାଦନ କରୁଥିବାର ତାଙ୍କର ଅନେକ ଫଟୋ ଭିଡିଓ ଭାଇରାଲ ହୋଇସାରିଛି। କେବଳ ଏତିକି ନୁହେଁ ଭଗବାନ କୃଷ୍ଣଙ୍କ ଭଳି ବଂଶୀ ବାଦନ କରୁଥିବାର ଭିଡିଓ ଆଉ ଫଟୋ ଚର୍ଚ୍ଚାର ପରିସର ମଧ୍ୟରେ ରହିଥିଲା। 

Also Read: ଓଲଟିଗଲା ଭାଗ୍ୟ; ରାଜନେତା ଏବେ ବିକ୍ରି କରୁଛନ୍ତି ଧୂପକାଠି

ରାଜନୀତି ପରେ ଏବେ ସୁବାସିତ ଧୂପକାଠି ବ୍ୟବସାୟ ଆରମ୍ଭ କରିଥିଲେ (Fragrance Incense Sticks) ଆରଜେଡି ବିଧାୟକ (RJD MLA) ତେଜ ପ୍ରତାପ ଯାଦବ (Tej Pratap Yadav)। ରାଜଧାନୀ ପାଟନା ଠାରେ ନିଜର ବ୍ୟବସାୟୀକ ଯାତ୍ରା ଆରମ୍ଭ କରିଛନ୍ତି। ସେ ବିକ୍ରୟ କରୁଥିବା କରୁଥିବା ଧୂପକାଠିର ନାଁ ହେଉଛି "Largest Reach"। ରାଜନୀତି ଆଉ ବ୍ୟବସାୟ ପରେ ଏବେ କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଇଛନ୍ତି ବିହାରର ଏହି ଚର୍ଚ୍ଚିତ ରାଜନେତା।

ବିଭିନ୍ନ ଧରଣର ହେୟାର ଷ୍ଟାଇଲ (Hair Style) ରଖି ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ଆରଜେଡି ବିଧାୟକ। ସଦ୍ୟ ନିଜ ରଖିଥିବା ଲମ୍ବା ଚୁଟିର ରହସ୍ୟ କଣ ରହିଛି ତାହାର ଖୁଲାସା କରିଛନ୍ତି ତେଜ ପ୍ରତାପ ଯାଦବ। ନିକଟରେ ସେ ଏକ ଏଫଏମ ରେଡି଼ଓ ଟକ୍ ଶୋ (FM Radio Talk Show) କାର୍ଯ୍ୟକ୍ରମରେ ଯୋଗେ ଦେଇଥିଲ। ଏହି କାର୍ଯ୍ୟକ୍ରମରେ ରେଡି଼ଓ ଜକି (Radio Jockey) ତାଙ୍କୁ ବିଭିନ୍ନ ପ୍ରଶ୍ନ ସହ ତାଙ୍କ ଲମ୍ବା କେଶ ବାବଦରେ  ପଚାରିଥିଲେ।         

ଏହାର ଜବାବ ରଖି ଲମ୍ବା କେଶ କିପରି ରଖିବ ସେ ବାବଦରେ ଟିପ୍ସ ଦେଇଥିଲେ ତେଜ ପ୍ରତାପ। ଏନେଇ ସେ କହିଥିଲେ ନିଜେ ରଖିଥିବା ଲମ୍ବା କେଶର ସୁରକ୍ଷା ପାଇଁ ସେ ଏକ ସ୍ୱତନ୍ତ୍ର ସାମ୍ପୁ (Special Shampoo for Hair) ବ୍ୟବହାର କରିଥାନ୍ତି। ଯାହାର ନାଁ ହେଉଛି ଫୋର୍ସେସ୍ ସେନ୍ସ ସାମ୍ପୂ (Force Senses Shampoo)। ଏହା ଅତ୍ୟନ୍ତ ମହଙ୍ଗା ଏବଂ ମୁଁ ଏହାକୁ ବ୍ୟବହାର କରିଥାଏ। ଯାହା ଦ୍ୱାରା ମୋର ଲମ୍ବା କେଶ ମଜବୁତ ହୋଇଥାଏ।