Chiarag Paswan targets Nitish Kumar: ବିହାରର ବିକାଶ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କେବଳ ବ୍ୟକ୍ତିଗତ ଅଭିଳାଷ ହେତୁ ବିହାରରେ ସରକାରୀ ଦଳ ପରିବର୍ତ୍ତନ ହେଉଛି।
Trending Photos
Chiarag Paswan on Nitish Kumar: ବିହାରରେ କ୍ଷମତାସୀନ ମହାମେଣ୍ଟର ନେୃତୃତ୍ୱ ନେଉଥିବା ଜେଡିୟୁ-ଆରଜେଡି ବିରୋଧରେ ବର୍ଷିଛନ୍ତି ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ତଥା ରାଜ୍ୟର ଜମୁଇ ଲୋକସଭା ଆସନର ସାଂସଦ ଚିରାଗ ପାସୱାନ। ଜେଡିୟୁ-ଆରଜେଡି ବିରୋଧରେ ବର୍ଷି ସେ କହିଛନ୍ତି ଯେ ବର୍ତ୍ତମାନର ସରକାରରେ ସମାନ ଲୋକ ଅଛନ୍ତି ଯେଉଁମାନେ ରାଜ୍ୟକୁ ବିଗତ ୩୦-୩୨ ବର୍ଷ ଧରି ଶାସନ କରୁଛନ୍ତି। ବେଶ ଲମ୍ବା ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ ସେମାନଙ୍କ ଦ୍ୱାରା ରାଜ୍ୟର କୌଣସି ପରିବର୍ତ୍ତନ ହୋଇପାରିନାହିଁ। ଭବିଷ୍ୟତରେ ସେମାନେ ରାଜ୍ୟର ସ୍ଥିତିରେ କିପରି ପରିବର୍ତ୍ତନ ଆଣିପାରିବେ? ସେମାନଙ୍କ ପାଖରୁ କେବଳ ନିରାଶା ମିଳିବ।
ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଲୋକ ଜନଶକ୍ତି ପାର୍ଟି ରାମବିଳାସ (Lok Janshakti Party Ram Vilas-LJP RV) ମୁଖ୍ୟ ତଥା ବିହାର (Bihar) ଜମୁଇ ଲୋକସଭା ଆସନର (Jamui Lok Sabha Constituency) ସାଂସଦ ଚିରାଗ ପାସୱାନ (Chirag Paswan) କହିଛନ୍ତି ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରଣ ହୋଇଛି। ଆମେ ଯାହା ହାସଲ କରିଛୁ ତାହା କ'ଣ ଆମେ ହାସଲ କରିପାରିଥାନ୍ତେ? ଆମେ ଏହି ବିଷୟରେ ଚିନ୍ତା କରିବା ଆବଶ୍ୟକ। ସେହି ଭୁଲକୁ ପୁଣି ଥରେ ନ ଦୋହରାଇବା ପାଇଁ ସଂକଳ୍ପ ନିଆଯିବା ଆବଶ୍ୟକ।
Also Read: 'ପିଏମ ମୋଦିଙ୍କ ସାହାରାରେ ଗାଦି ବଞ୍ଚାଇବାକୁ ଚାହୁଁଛନ୍ତି ନୀତିଶ'
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ବିରୋଧରେ ବର୍ଷି ଜମୁଇ ସାଂସଦ ଚିରାଗ ପାସୱାନ କହିଛନ୍ତି ଯେ ସେ କେବଳ ବ୍ୟକ୍ତିଗତ ଅଭିଳାଷ ପାଇଁ ଏଠାରୁ ସେଠାକୁ ଯାଇଥାନ୍ତି। ବିହାରର ବିକାଶ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କେବଳ ବ୍ୟକ୍ତିଗତ ଅଭିଳାଷ ହେତୁ ବିହାରରେ ସରକାରୀ ଦଳ ପରିବର୍ତ୍ତନ ହେଉଛି। ଯେତେବେଳେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି, ସେତେବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରକୃତ ଅର୍ଥରେ ଘଟିଥାଏ। ନୀତୀଶ କୁମାର ପ୍ରତ୍ୟେକ ଥର ବିହାର ମୁଖ୍ୟମନ୍ତ୍ରୀ ପଦ ହାତେଇଥାନ୍ତି ମାତ୍ର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପଦ ବାରମ୍ବାର ବଦଳି ଯାଇଥାଏ। ନୀତୀଶ କୁମାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର କୌଣସି ପରିବର୍ତ୍ତନ କରିନାହାଁହିଁ। ତାଙ୍କର ନୀତି ଏବଂ ଉଦ୍ଦେଶ୍ୟ ପୂର୍ବ ପରି ସମାନ ରହିଛି।
Also Read: ଚିରାଗଙ୍କ ବଡ ବୟାନ; 'ପୁଣି ଆରଜେଡି ସହ ନୀତିଶ ଗଢିପାରନ୍ତି ସରକାର'
ଗତ ୨୦୧୫ ବର୍ଷରେ ଯେତେବେଳେ ବିହାରରେ ସରକାର ପରିବର୍ତ୍ତନ ହୋଇଇଥିଲା ଯଦି ଆପଣ ଭାବୁଥାନ୍ତି ଏହା ଦ୍ୱାରା ରାଜ୍ୟର ବିକାଶ ହୋଇଛି ତାହେଲେ ଆପଣ ଭୁଲ। କାରଣ ସରକାର ବଦଳିବା ଦ୍ୱାରା ରାଜ୍ୟର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେ କେବଳ ନିଜ ପାଇଁ ଏପରି କାମ କରିଥିଲେ। ଗତ ୨୦୧୭ ବର୍ଷରେ ସମାନ ଘଟଣା ଘଟିଥିଲା। ବର୍ତ୍ତମାନ ମଧ୍ୟ ସମାନ କାରଣ ପାଇଁ ସରକାର ପରିବର୍ତ୍ତନ କରାଯାଇଛି। ବିହାରରେ ବାରମ୍ବାର ସରକାର ବଦଳି ଯାଇଥିଲେ ରାଜ୍ୟର କୌଣସି ବିକାଶମୂଳକ କାର୍ଯ୍ୟ ଅଗ୍ରଗତି କରିନାହିଁ। ସରକାର ବଦଳିବା ପଛରେ ରାଜନୈତିକ ଅଭିଳାଷ ରହିଛି। ଗତ ୨୦୧୫ରେ ସରକାରଙ୍କ ଏଜେଣ୍ଡା ସ୍ପଷ୍ଟ ହୋଇଥିଲା। ସମାନ ଏଜେଣ୍ଡା ୨୦୧୭ ଏବଂ ୨୦୨୨ ବର୍ଷରେ ଲାଗୁ ହୋଇଛି। ନା ସରକାର ବଦଳିଲା ନା ମୁଖ୍ୟମନ୍ତ୍ରୀ ବଦଳିଲେ, ନା ସେମାନଙ୍କ ନୀତି ବଦଳିଲା। ସରକାର ସେତେବେଳେ ମଧ୍ୟ ଭୁଲ ନୀତିରେ ପରିଚାଳିତ ହେଉଥିଲେ ବର୍ତ୍ତମାନ ମଧ୍ୟ ଭୁଲ ନୀତି ଆଧାରରେ କାର୍ଯ୍ୟ କରାଯାଉଛି।