Gujarat Election 2022: AAP ଲାଗି କ୍ଷତି ସହିପାରେ Congress, ଫାଇଦା ଉଠାଇପାରେ BJP
Advertisement
Article Detail0/zeeodisha/odisha1226030

Gujarat Election 2022: AAP ଲାଗି କ୍ଷତି ସହିପାରେ Congress, ଫାଇଦା ଉଠାଇପାରେ BJP

ଗୁଜୁରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଭଳି ଦଳର ପ୍ରବେଶ କାରଣରୁ ବିରୋଧି ଭୋଟ ବିଭାଜିତ ହେବ ଏବଂ ଏହାର ଫାଇଦା ବିଜେପି ଉଠାଇପାରେ ବୋଲି ଅନୁମାନ କରୁଛି କଂଗ୍ରେସ। 

Gujarat Election 2022: AAP ଲାଗି କ୍ଷତି ସହିପାରେ Congress, ଫାଇଦା ଉଠାଇପାରେ BJP

Gujarat Election 2022: ଚଳିତ ବର୍ଷ ଶେଷ ଆଡ଼଼କୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜକୁ ବିଜେପି ଲାଗି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପିତ କରୁଛି। ହେଲେ ଗୁଜୁରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଭଳି ଦଳର ପ୍ରବେଶ କାରଣରୁ ବିରୋଧି ଭୋଟ ବିଭାଜିତ ହେବ ଏବଂ ଏହାର ଫାଇଦା ବିଜେପି ଉଠାଇପାରେ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ। 

ଏପରିକି ରାଜ୍ୟ ରାଜନୀତିରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା କଂଗ୍ରେସ ମଧ୍ୟ ଏପରି ଅନୁଭବ କରୁଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି ବିଜେପି ବି ଟିମ ବୋଲି କହିବାକୁ ପଛାଇନାହିଁ ଦଳ।           

ଅନ୍ୟପଟେ ଆମ ଆଦମୀ ପାର୍ଟି ଗୁଜୁରାଟ ପ୍ରଭାରୀ ସନ୍ଦୀପ ପାଠକ କହିଛନ୍ତି ଆମେ ବୈଜ୍ଞାନିକ ପଦ୍ଧତିରେ ନିର୍ବାଚନ ଲଢୁ। ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ଏହି ରଣନୀତି ଆପଣାଇବ। ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳ ପକ୍ଷରୁ ଏକ ବୈଜ୍ଞାନିକ ସର୍ଭେ କରାଯାଇଛି। ଯେଉଁଥିରୁ ଜଣାପଡ଼ିଛି ଦଳ ୫୮ ଆସନ ଦଖଲ କରିବ। ରାଜ୍ୟର ଗ୍ରାମାଞ୍ଚଳ ବସବାସ କରୁଥିବା ଲୋକଙ୍କୁ ନେଇ ହୋଇଥିବା ସର୍ଭେ ଅନୁସାରେ କଂଗ୍ରେସ ବିଜେପିର ମୁକାବିଲା କରିବାକୁ ସକ୍ଷମ ନୁହେଁ। ଗ୍ରାମାଞ୍ଚଳରେ ବସବାସ କରୁଥିବା କଂଗ୍ରେସ ମତଦାତା ଆମ ଦଳକୁ ସମର୍ଥନ କରୁଛନ୍ତି। ରାଜ୍ୟର ମଧ୍ୟମ ବର୍ଗ ପରିବର୍ତ୍ତନ ଚାହୁଁଛନ୍ତି।  

ଆମ ଆଦମୀ ପାର୍ଟି ରାଜ୍ୟ ପ୍ରବକ୍ତା ଯୋଗେଶ ଜଡ଼ୱାନୀ ବିରୋଧ କଂଗ୍ରେସ ପାଖରେ କୌଣସି କୌଣସି ଲକ୍ଷ୍ୟ ନାହିଁ। କଂଗ୍ରେସ ୫-୬  ଜଣ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି। ଦଳରେ ଗୋଷ୍ଠୀ ବିବାଦ ରହିଛି। କଂଗ୍ରେସ ନେତା ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି। ସେମାନେ ଦଳର କୌଣସି ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ଦେଉନାହାଁନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନରେ ଲୋକେ ଆମକୁ ବିଜେପି ବିକଳ୍ପ ଭାବେ ସମର୍ଥନ କରିବେ। 

ରାଜନୈତିଜ୍ଞ ବିଶେଷଜ୍ଞ ହରି ଦେଶାଇଙ୍କ କହିବା କଥା ଯଦି ଆମ ଆଦମୀ ପାର୍ଟି ଗୁଜୁରାଟ ବିଧାନସଭା ନିର୍ବାଚନ ଲଢେ ତାହାଲେ ଏହା ଦ୍ୱାରା ବିରୋଧି ଭୋଟ ବିଭାଜିତ ହେବ। ଯାହାର ଫାଇଦା ବିଜେପି ଉଠାଇବ। ଅନ୍ୟତମ ରାଜନୈତିକ ବିଶେଷଜ୍ଞ ଦିଲୀପ ଗୋହିଲ କହିଛନ୍ତି  ଆମ ଆଦମୀ ପାର୍ଟି ହେଉଛି ଏକ ବିକଳ୍ପ। ଯାହାର ଉଦାହରଣ ଗାନ୍ଧୀ ନଗର ଏବଂ ସୁରତ ନଗର ପାଳିକାରେ  ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଦେଖିବାକୁ ମିଳିଛି। ଯେଉଁଠି ଦଳକୁ ୧୮-୨୦% ଭୋଟ ମିଳିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ନିଜକୁ ଏକ ବିକଳ୍ପ ଭାବେ ଉପସ୍ଥାପିତ କରିବା ଲାଗି ଦଳ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। 

ଗୁଜୁରାଟ କଂଗ୍ରେସ ପ୍ରବକ୍ତା ମନୀଶ ଦୋଷୀ ଦାବି କରି କହିଛନ୍ତି ଆମ ଆଦମୀ ପାର୍ଟି ହେଉଛି ବିଜେପି ବି ଟିମ। ଗୁଜୁରାଟ ଲୋକ କେତେବେଳେ ତୃତୀୟ ବିକଳ୍ପକୁ ମଞ୍ଜୁରୀ ଦେଇନାହାଁନ୍ତି। ଯାହାର ଉଦାହାରଣ ହେଉଛି ଚିମନ ଭାଇ ପଟେଲଙ୍କ କିସାନ ମଜଦୂର ଲୋକ ପକ୍ଷ,  ବିଦ୍ରୋହୀ ବିଜେପି ନେତା ଶଙ୍କର ସିଂହ ବାଘେଲାଙ୍କ ରାଷ୍ଟ୍ରୀୟ ଜନତା ପାର୍ଟି କିମ୍ବା କେଶୁଭାଇ ପଟେଲଙ୍କ ଗୁଜୁରାଟ ପରିବର୍ତ୍ତନ ପାର୍ଟି। ଆମ ଆଦମୀ ପାର୍ଟି ଭଳି ଦଳକୁ ଗୁଜୁରାଟ ଲୋକ ପ୍ରତ୍ୟାଖ୍ୟାନ କରିବେ। 

Also Read: Gujarat Assembly Election 2022: ମୋଦି ମ୍ୟାଜିକ ସହୟତାରେ ଗଡ଼ ଦଖଲ କରିବ ବିଜେପି 

Also Read: ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍