ଆଜି କାହିଁକି ରାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା?
Advertisement
Article Detail0/zeeodisha/odisha1151124

ଆଜି କାହିଁକି ରାଗିଲେ ଭୁବନେଶ୍ୱର ସାଂସଦ ଅପରାଜିତା?

କୋରୋନା କଟକଣା ହେଉ ଅବା ଅନ୍ୟକୌଣସି କାରଣ ପାଇଁ ଅନେକ ବର୍ଷ ଧରି ଭୁବନେଶ୍ୱର ଦିବସକୁ ପାଳନ କରାଯାଇନଥିଲା। କିନ୍ତୁ ଆଜି ଏହି ଦିନକୁ ପାଳନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ପ୍ରୟାସକୁ ନେଇ ସରକାରୀ ଦଳ ବାଃ ବାଃ ନେଉଥିବା ବେଳେ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ ଦିଆନଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଫାଇଲ ଫଟୋ

 

ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡା ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା। ଆଜି ରାଜଧାନୀ ଭୁବନେଶ୍ୱର ୭୪ ବର୍ଷରେ ପ୍ରଦାର୍ପଣ କରିଛି। ଏଥିପାଇଁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଖୋଦ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ନିଜେ ସାଂସଦ ଅପରାଜିତା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। 

ଗତ ୭୪ ବର୍ଷରେ ରାଜଧାନୀରେ ଲୋକଙ୍କ ସଂଖ୍ୟା ୧୪ ହଜାରରୁ ୧୪ ଲଷରେ ପହଞ୍ଚିଛି। ରାଜଧାନୀର ପରିସୀମା ମଧ୍ୟ ବଢିଛି। କୋରୋନା କଟକଣା ହେଉ ଅବା ଅନ୍ୟକୌଣସି କାରଣ ପାଇଁ ଅନେକ ବର୍ଷ ଧରି ଭୁବନେଶ୍ୱର ଦିବସକୁ ପାଳନ କରାଯାଇନଥିଲା। କିନ୍ତୁ ଆଜି ଏହି ଦିନକୁ ପାଳନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ପ୍ରୟାସକୁ ନେଇ ସରକାରୀ ଦଳ ବାଃ ବାଃ ନେଉଥିବା ବେଳେ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ନିମନ୍ତ୍ରଣ ଦିଆନଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି। 

Also Read: ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି

ସାଂସଦ ଅପରାଜିତା ଷଡଙ୍ଗୀ ଟୁଇଟ କରି ତାଙ୍କୁ ଭୁବନେଶ୍ୱର ଦିବସ କାର୍ଯ୍ୟକ୍ରମକୁ ଡକା ନଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ରାଜଧାନୀ ପ୍ରତଷ୍ଠା ଦିବସରେ ତାଙ୍କୁ କାହିଁକି ଡକାଯାଇନଥିଲା। କାହିଁକି ସେ ଅଲୋଡ଼ା ହେଲେ ବୋଲି ସେ  ପ୍ରଶ୍ନ କରିଛନ୍ତି। ବିକାଶ ନାଁରେ ରାଜନୀତି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ସାଂସଦ ଲେଖିଛନ୍ତି, 'ଆଜି ୧୩ ଏପ୍ରିଲ, ଏହି ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ବଡ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ମୋ ବ୍ୟତୀତ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ କାହିଁକି? ମୋର କିଛି ଭୁଲ ଅଛି କି?' 

 

ସାଂସଦଙ୍କ ପ୍ରଶ୍ନରେ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, 'ଏଠି ବିନାଶର ରାଜନୀତି ହେଉନାହିଁ, ବିକାଶ  ରାଜନୀତି ଆରମ୍ଭ ହୋଇଛି। ଯାହା ନିୟମ ଅଛି ସେ ଅନୁସାରେ ଏ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏଥିରେ କୌଣସି ପ୍ରକାର ରାଜନୀତି ହୋଇ ନାହିଁ। ମୁଁ ଯଦି କହିବି ତେବେ ଅନେକ ରାଜନୀତି ବାହାରିବ। ଯାହା ନୂଆ ମେୟର କରୁଛନ୍ତି ତାହା ସାଂସଦଙ୍କ ଆଖିରେ ଯାଉ ନାହିଁ। ଏଠାରେ ସିଟି ବସ୍, ହକି ବିଶ୍ୱକପ ହୋଇଛି। ମୁଖ୍ୟମନ୍ତ୍ରୀ ଏ ସହରକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।' 

Also Read: ସରକାରୀ ଯୋଜନାର ନଗ୍ନ ଚିତ୍ର, ଗଛ ଉପରେ ଜୀବନ ବିତାଉଛନ୍ତି ଯୋଗେଶଙ୍କ ପରିବାର

ଭୁବନେଶ୍ୱର ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ନିମନ୍ତ୍ରଣ ଦିଆନଯିବା ଘଟଣାରେ ବାଚସ୍ପତିଙ୍କ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, 'ନିମନ୍ତ୍ରଣ ସମସ୍ତଙ୍କୁ ଡାକିବା ଆବଶ୍ୟକତା ରହିଛି। ହେଲେ ଅତିଥି ଭାବେ ରାଜ୍ଯପାଳ ଓ ବାଚସ୍ପତିଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ ପାଇଁ ନିଷ୍ପତ୍ତି କରାଯାଇଛି। ଆୟୋଜକ ମଧ୍ଯ ଏହାକୁ ହାତ ଟେକି ଦେଇଛନ୍ତି। ମୁଁ ସାଂସଦ ଅପରାଜିତାଙ୍କୁ ଡକା ନଯିବା ବିଷୟରେ ଜାଣିନାହିଁ, ଏହା ଦୁର୍ଭାଗ୍ୟଜନକ। ଯଦି ଡକା ଯାଇ ନଥିବ ତେବେ ଆମେ ଅନୁସନ୍ଧାନ କରିବୁ। କୋଉଠି ତ୍ରୁଟି ରହିଛି ତାହା ମଧ୍ୟ ଖୋଜା ହବ।' 

ସୂଚନାଯୋଗ୍ୟ, ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଅବସରରେ ବିଧାନସୌଧ ସମ୍ମୁଖ ଓ ଉତ୍କଳ ମଣ୍ଡପରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ ସାଢେ ସାତଟାରେ ବିଧାନସୌଧ ସମ୍ମୁଖରେ କାର୍ଯ୍ୟକ୍ରମ ଆରମ୍ଭ ଓ ପୂର୍ବାହ୍ନ ୯ଟାରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ସ୍ଥିର ହୋଇଥିଲା। ସେହିପରି ଉତ୍କଳ ମଣ୍ଡପରେ ଅପରାହ୍ଣ ୪ଟାରେ ଆରମ୍ଭ ହେବ ଓ ସନ୍ଧ୍ୟା ସାତଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏହି କ୍ରାଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ମିଳିତ ଭାବେ ଆୟୋଜନ କରାଯାଇଛି।