ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ
Advertisement

ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ

ସୀମା ବିବାଦ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିସ୍ଫୋରକ ବୟାନ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେପଟେ ବିଜେପି ବି ପାଲଟା ଜବାବ ଦେଇଛି।

ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ

ଭୁବନେଶ୍ୱର: ଗୋଟିଏ ପଟେ ସୀମା ବିବାଦ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ଏ ପ୍ରସଙ୍ଗକୁ ନେଇ ରାଜ୍ୟର ଶାସକ ବିଜେଡି (BJD) ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିସ୍ଫୋରକ ବୟାନ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେପଟେ ବିଜେପି ବି ପାଲଟା ଜବାବ ଦେଇଛି।

ସୀମା ବିବାଦ (Border dispute)ପଛରେ ବିଜେପିର ରାଜନୈତିକ ଏଜେଣ୍ଡା (Political Agenda) ରହିଛି। ଏଥିପାଇଁ ବିଜେପି (BJP), ପଡୋଶୀ ରାଜ୍ୟକୁ ଉସକାଉଛି। ପଶ୍ଚିମବଙ୍ଗ ପରେ ଓଡିଶାରେ ଏମିତି ଅସ୍ଥିରତା ସୃଷ୍ଟି କରିବାକୁ ବିଜେପି ଉଦ୍ୟମ ଚଳାଇଛି। କିନ୍ତୁ ଆମେ ଇଞ୍ଚେ ବି ସୀମା ଛାଡ଼ିବୁନି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ (Sushant Singh) କହିଛନ୍ତି। 

Also Read: ମହାରାଷ୍ଟ୍ରରେ ରାଜନୈତିକ ଝଡ଼! ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନିଲ ଦେଶମୁଖ

ସେପଟେ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ପାଇଁ ବିଜେପି ନିବେଦନ କରିଛି। ବିଜେପିର ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟି ରାଜ୍ୟ ସୀମାର ଦୟନୀୟ ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଓଡିଶା ସୀମା (Odisha Border) ରେ ସବୁଠି ବିବାଦ ଲାଗିରହିଛି। ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର ଓ ଝାରବନ୍ଧ ଅଂଚଳର କିଛି ଗ୍ରାମବାସୀ ଅଭିମାନରେ ଛତିଶଗଡ଼ ସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ଵୋଲି ସେ ନିବେଦନ କରିଛନ୍ତି। 

ସୀମାବର୍ତ୍ତୀ ଗାଁ ଗୁଡିକୁ ସରକାର ନ୍ୟୁନତମ ସୁବିଧା ଯୋଗାଇ ଦିଅନ୍ତୁ। ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ପିଇବା ପାଣି, ଗମନାଗମନ କ୍ଷେତ୍ରରେ ବିଜେଡି ସରକାର ଏତେ ବର୍ଷ ଶାସନରେ ରହିବା ପରେ ମଧ୍ୟ ଏ ଅଂଚଳ ପଛୁଆ ବୋଲି କୁହାଯାଇଛି। ଏପରିକି ମନ୍ତ୍ରୀ ସୁଶାନ୍ତ ସିଂ କଣ କୁହନ୍ତି ନିଜେ ବୁଝନ୍ତି ନାହିଁ ବୋଲି ସୁରେଶ ପୂଜାରୀ (Suresh Pujari) କହିଛନ୍ତି। ଏପରିକି ସୀମାନ୍ତଞ୍ଚଳକୁ ତାଙ୍କ ସହ ଥରେ ଯିବାକୁ ମନ୍ତ୍ରୀଙ୍କୁ ଆହ୍ୱାନ ସୁରେଶ କରିଛନ୍ତି। 

Also Read: ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କୁ ମଧ୍ୟ ନିଜେ ଯାଆନ୍ତୁ କିମ୍ବା ସର୍ବଦଳୀୟ ଟିମ କରି ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ। ସରକାର ନିଜ ମୁହଁ ଦର୍ପଣରେ ଦେଖିବା ଦରକାର ବୋଲି ସୁରେଶ ପୂଜାରୀ କହିଛନ୍ତି। ଏପରିକି କୋରୋନା ସ୍ଥିତି ପରେ ଥରେ ରାଜ୍ୟପାଳ (Odisha Governor) ସୀମାକୁ ଯାଇ ସ୍ଥିତି ଦେଖିବାକୁ ଅନୁରୋଧ କରାଯିବ ବୋଲି ବିଜେପିର ବରଗଡ ସାଂସଦ କହିଛନ୍ତି। 

ସେପଟେ କଂଗ୍ରେସ (Congress)  ମଧ୍ୟ ଏ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛି। ପୂର୍ବରୁ କୋଟିଆରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର (Andhra Pradesh) ଏବେ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଯାଉଛି। ଏଭଳି ସ୍ଥିତିରେ ସରକାର କିଛି ନ କରି ଅନ୍ୟକୁ ଦୋଷ ଦେଇ ଖସିବା ନୀତି ଆପଣେଇଛନ୍ତି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ (Sura Rautray) କହିଛନ୍ତି।