BJP-NCW ଟାର୍ଗେଟରେ Congress CM; ହଟାଇବାକୁ ହେଲା ଦାବି
Advertisement

BJP-NCW ଟାର୍ଗେଟରେ Congress CM; ହଟାଇବାକୁ ହେଲା ଦାବି

 ମହିଳା ସୁରକ୍ଷା ପ୍ରସଙ୍ଗରେ ନବନିଯୁକ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। 

BJP-NCW ଟାର୍ଗେଟରେ Congress CM; ହଟାଇବାକୁ ହେଲା ଦାବି

ଚଣ୍ଡିଗଡ: ବହୁ ଛକାପଞ୍ଝା ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଚରଣଜିତ ସିଂହ ଚନ୍ନୀ। ମାତ୍ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ସେ ଟାଣ ହୋଇଯାଇଛନ୍ତି। ମହିଳା ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଚାର୍ଗେଟ କରିଛି ବିରୋଧି ବିଜେପି ଏବଂ ଜାତୀୟ ମହିଳା ଆୟୋଗ। 

ଚରଣଜିତ ସିଂହ ଚନ୍ନୀଙ୍କୁ (Charanjit Singh Channi) ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯିବା ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀକୁ (Congress Leader Rahul Gandhi) ଟାର୍ଗେଟ କରି ବିଜେପି ନେତା ଅମିତ ମାଲବୀୟ (BJP Leader Amit Malviya) ଟ୍ୱିଟ କରି କହିଛନ୍ତି ମହିଳାଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ସାମ୍ନା କରିଥିବା ନେତାଙ୍କୁ ସେମାନଙ୍କ ଦଳ ମୁଖ୍ୟମନ୍ତ୍ରୀ ଭଳି ଆସନରେ ବସାଇଛି। 

ଗତ ୨୦୧୮ ବର୍ଷରେ ସେ ଜଣେ ମହିଳା ଅଧିକାରୀଙ୍କୁ ବିବାଦୀୟ ମେସେଜ ପଠାଇ ବିବାଦଘେରକୁ ଟଣାହୋଇଥିଲେ ସେ। ସେତେବେଳେ ଏ ଘଟଣାରେ ରାଜ୍ୟ ମହିଳା ଆୟୋଗ ନିଜ ଆଡୁ ତଦନ୍ତ କରିଥିଲେ। ଏଭଳି ଘଟଣା ବାବଦରେ ଜାଣିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନିଜ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚରଣଜିତ ସିଂହ ଚନ୍ନୀଙ୍କୁ ମହିଳା ଅଧିକାରୀଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ। 

ପୁଣି ସେହି ବର୍ଷ ସେ ଅନ୍ୟ ଏକ କାରଣରୁ ବିବାଦୀୟ ହୋଇପଡିଥିଲେ। ରାଜ୍ୟର ଏକ ରାଜନୈକ ସଂସ୍ଥାନରେ ଅଧ୍ୟାପକ ନିଯୁକ୍ତି କରିବାକୁ ନେଇ ସେ ୨ ଜଣ ଆବେନକାରୀଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ପାଇଁ କ୍ରିକେଟ ମ୍ୟାଚ ଭଳି ଟସ୍ ପକାଉଥିବା ବେଳେ କ୍ୟାମେରାରେ କଏଦ ହୋଇଯାଇଥିଲେ। ଏହି ଘଟଣାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧିନ ସରକାରଙ୍କୁ ଅନେକ ସମାଲୋଚନା ସହିବାକୁ ପଡି଼ଥିଲା।   

Also Read: Punjab Politics: Charanjit Singh Channi ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୨ ଉପମୁଖ୍ୟମନ୍ତ୍ରୀ

ଚରଣଜିତ ସିଂହ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛି ଜାତୀୟ ମହିଳା ଆୟୋଗ (National Commission for Women) ଏନସିଡବ୍ଲ୍ୟୁ (NCW)। ଏନେଇ ପ୍ରତିକ୍ରିୟା ରଖି ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା (NCW Chairman Rekha Sharma) କହିଛନ୍ତି ମହିଳା ଅଧିକାରୀଙ୍କୁ ବିବାଦୀୟ ମେସେଜ ପଠାଇବା ମାମଲାରେ ରାଜ୍ୟ ମହିଳା ଆୟୋଗ ନିଜ ଆଡୁ ତଦନ୍ତ କରିଥିଲେ। ଏପରିକି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବା ଲାଗି ଧାରଣା ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।  

ଏ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ରେଖା ଶର୍ମା କହିଛନ୍ତି ଯେଉଁ ଦଳର ଅଧ୍ୟକ୍ଷ ଜଣେ ମହିଳା ଅଛନ୍ତି ସେ ଏଭଳି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ଯିଏ ମହିଳା ବିରୋଧି କାର୍ଯ୍ୟରେ ଜଡି଼ତ ଅଛନ୍ତି। ତାଙ୍କ ବିରୁଦ୍ଧରେ ତଦନ୍ତ ହେବା ଦରକାର। ଏଭଳି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଯୋଗ୍ୟ ନୁହଁନ୍ତି। ତାଙ୍କୁ ଏହି ପଦରୁ ହଟାଇବା ଲାଗି ଆମେ କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟରେ ଦାବି କରୁଛୁ।