ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୈଳାସ ବିଜୟବର୍ଗିୟ (Kailash Vijayvargiya) ଙ୍କ ଗାଡିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଜଣେ କର୍ମୀ ବି ଏଥିରେ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି।
Trending Photos
କୋଲକାତା: ପୁଣି କ୍ୟାମେରାରେ କଏଦ ହୋଇଛି ପଶ୍ଟିମବଙ୍ଗର ଅସାମଜିକ ତତ୍ୱଙ୍କ ଦବଙ୍ଗଗିରି। ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାଫିଲା ଉପରେ ପଥର ମାଡ ହୋଇଛି। ଏହି ଆକ୍ରମଣରେ କେନ୍ଦ୍ରୀୟ ମହାସଚିବ କୈଳାସ ବିଜୟବର୍ଗିୟଙ୍କ ଗାଡିର କାଚ ଚୁରମାର ହୋଇଯାଇଛି। ତେବେ ଏହି ଆକ୍ରମଣ ପଛରେ TMCର ହାତ ଥିବା ବିଜେପି ଅଭିଯୋଗ କରିଛି।
ଗତକାଲିଠୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) । ଆଜି ଡାଇମଣ୍ଡ ହର୍ବର (Diamond Harbour) ଗଲା ବେଳେ ତାଙ୍କ କାଫିଲା ଉପରେ ପଥର ମାଡ ହୋଇଛି। ଏଥିରେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୈଳାସ ବିଜୟବର୍ଗିୟ (Kailash Vijayvargiya) ଙ୍କ ଗାଡିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଜଣେ କର୍ମୀ ବି ଏଥିରେ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି।
#WATCH Protestors pelt stones at the vehicle of BJP leader Kailash Vijayvargiya in Diamond Harbour
He is on his way to South 24 Paraganas. Protestors also attempted to block the road from where BJP President JP Nadda's convoy was passing
(Video source: Kailash Vijayvargiya) pic.twitter.com/TWHqW8Qv5t
— ANI (@ANI) December 10, 2020
Also Read: ଜନସାଧାରଣଙ୍କ ଲାଗି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ ନବୀନ ସରକାର:ଜେପି ନଡ୍ଡା
କୁହାଯାଉଛି ଯେ, କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ କୋଲକତା (Kolkata) ରେ TMC କର୍ମୀମାନେ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସେହି ବାଟ ଦେଇ ଜେପି ନଡ୍ଡାଙ୍କ ଗାଡି ଡାଇମଣ୍ଡ ହର୍ବର ଅଭିମୁଖେ ଯାଉଥିଲା। ସେତେବେଳେ କିଛି ଲୋକ ଗାଡି ଉପରେ ଆକ୍ରମଣ କରିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ବି ଜୋର ଧରିଲାଣି। TMC ଜାଣି ଶୁଣି ଜେପି ନାଡ୍ଡାଙ୍କ ଉପରେ ଆକ୍ରମଣର ଷଡଯନ୍ତ୍ର ରଚିଥିବା ବିଜେପି ଅଭିଯୋଗ କରିଛି।
ସେପଟେ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ (West Bengal) ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲିପ ଘୋଷ ଅବଗତ କରାଯାଇଛି। ଯାହାକୁ ଭିତ୍ତିକରି ମମତା ସରକାର (Mamata Banerjee) ଙ୍କୁ ଗୃହମନ୍ତ୍ରାଳୟ ଏହାର ରିପୋର୍ଟ ମାଗାଛି। କୋଲକାତା ବିଜେପି ଅଫିସ ଆଗରେ ବି ଶତାଧିକ TMC କର୍ମକର୍ତ୍ତା ନାରାବାଜି କରିବା ସହ କଳା ପତାକା ଦେଖାଇ ପ୍ରଦର୍ଶନ କରିଛନ୍ତି। ତେବେ ସେମାନେ ଢାଙ୍ଗାବାଡି ନେଇ ଆସିଥିବା ଦିଲ୍ଲୀପ କହିଛନ୍ତି।