Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି
Advertisement

Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି

ମାର୍ଚ୍ଚ ୭ ତାରିଖ ରବିବାର କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ପିଏମ ମୋଦିଙ୍କ ରାଲିରେ ବିଜେପିରେ ଯୋଗ ଦେଇଥିଲେ ସେ।

Assembly Election 2021: ବିଜେପି ପକ୍ଷରୁ ଦଳୀୟ Star Campaigner ତାଲିକା ଜାରି

ନୂଆଦିଲୀ: ଚଳିତ ବର୍ଷ ଦେଶର ବିଭିନ୍ନ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା  ନିର୍ବାଚନ ଲାଗି ବିଜେପି ପକ୍ଷରୁ ଦଳୀୟ ତାରକା ପ୍ରଚାରକ ତାଲିକା ଜାରି କରାଯାଇଛି। ଏଥର ଦଳ ପଶ୍ଚିମବଙ୍ଗ ସହ ଆସାମ ଠାରେ ଦଳୀୟ ପ୍ରଚାରକୁ ଜୋରଦାର କରିବା ସହ ନିର୍ବାଚନରେ ବାଜିମାତ କରିବାକୁ କଳ ବଳ କୌଶଳ ଲଗାଇଦେଇଛି।    

ବିଜେପି ପକ୍ଷରୁ ଜାରି ହୋଇଥିବା ତାରକା ପ୍ରଚାରକ (BJP Star Campaigner) ତାଲିକାରେ ସଦ୍ୟ ଦଳରେ ସାମିଲ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ (Actor Mithun Chakraborty) ସ୍ଥାନ ମିଳିଛି। ମାର୍ଚ୍ଚ ୭ ତାରିଖ ରବିବାର କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ପିଏମ ମୋଦିଙ୍କ ରାଲିରେ ବିଜେପିରେ ଯୋଗ ଦେଇଥିଲେ।

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

 

ଦଳର ସବୁଠାରୁ ମଜବୁତ ବିରୋଧି କୁହାଯାଉଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟକ୍କର ଦେବା ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସାହାରା ନେଇଛି ବିଜେପି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ୪୦ ଜଣିଆ ତାରକା ପ୍ରଚାରକଙ୍କ ସୂଚୀ ଜାରି କରିଛି ବିଜେପି। ଏହି ତାଲିକାରେ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ, ମିଥୁନ ଚକ୍ରବର୍ତ୍ତୀ, ୟୁପି ସିଏମ ଯୋଗୀ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରମୁଖ ସାମିଲ ଅଛନ୍ତି।     

Also Read: 'ହମ ଫିଲ୍ମ କଳାକାର, ପିକଚର ଅଭି ବାକି'

 

ସେହିପର ବିଧାନସଭା ନିର୍ବାଚନ ୨୦୨୧ ଲାଗି ଜାରି ହୋଇଥିବା ୨୦ ଜଣିଆ ତାରକା ପ୍ରଚାରକ ତାଲିକାରେ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ନରେନ୍ଦ୍ର ସିଂହ ତୋମାର, ସ୍ମୃତି ଇରାନୀ, ମୁଖତାର ଆବ୍ବାସ ନକଭୀ, ଅର୍ଜୁନ ମୁଣ୍ଡା, ୟୁପି ସିଏମ ଯୋଗୀ, ଦଳୀୟ ସାଂସଦ ମନୋଜ ତିୱାରୀ, ରବି କିଶନ, ଦଳର ଜାତୀୟ ମୁଖପାତ୍ର   ଶାହାନୱାଜ ହୁସେନ ପ୍ରମୁଖ ସାମିଲ ଅଛନ୍ତି।