ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ
Advertisement

ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୧୭.୦୨ ପ୍ରତିଶତ ଭୋଟ ହାତେଇବା ସହ ୨ ସଂସଦୀୟ ଆସନରେ ବାଜିମାତ କରିଥିଲା।

ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

କୋଲକାତା: ପଶ୍ଚିମ ବିଧାନସଭା ନିର୍ବାଚନ ଲଗି ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରି ସାରିଛନ୍ତ ପିଏମ ମୋଦି। ଏହି କ୍ରମରେ ସେ ମାର୍ଚ୍ଚ ୭ ତାରିଖ ରବିବାର କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଦଳୀୟ ରାଲିକୁ ସମ୍ବୋଧିତ କରିଛନ୍ତି ସେ। ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ନିର୍ବାଚନ ଲାଗି ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରାଲି। ଏପରି ଭାବେ ସେ ୨୦ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ। 

ରବିବାର କୋଲକାତା ଠାରେ ଆୟୋଜିତ ହୋଇଥିବା ଏହି ରାଲିକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। କାରଣ ଏହି ରାଲିର ପ୍ରଭାବ ଏବେ ପଶ୍ଚିମବଙ୍ଗର ୧୦୮ ବିଧାନସଭା ଆସନ ଉପରେ ରହିଛି। ଯାହା ମଧ୍ୟରେ ରହିଛି ଉତ୍ତର କୋଲକାତାର ୭, ଦକ୍ଷିଣ କୋଲକାତାର ୪, ଉତ୍ତର ୨୪ ପ୍ରଗଣାର ୩୨, ଦକ୍ଷିଣ ୨୪ ପ୍ରଗଣାର ୩୧, ହୁଗୁଳିର ୧୮, ହାୱଡାର ୧୬ ଆସନ ପିଏମ ମୋଦିଙ୍କ ରାଲି ଦ୍ୱାରା ପ୍ରଭାବିତ ହୋଇପାରେ।       

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

ଦଳ ଲାଗି ଟ୍ରମ୍ପ କାର୍ଡ (Trump Card) କୁହାଯାଉଥିବା ମୋଦି ପ୍ରଭାବ (Modi Factor) ବ୍ୟବହାର କରି ପଶ୍ଚିମବଙ୍ଗର ସମସ୍ତ ବିଧାନସଭା ଆସନକୁ ଦଖଲକୁ ନେବା ପାଇଁ ଯୋଜନା କରିଛି ବିଜେପି। ମାର୍ଚ୍ଚ ୭ ତାରିଖ ରବିବାର କୋଲକାତା ଠାରେ ଅନୁଷ୍ଠିତ ହୋଇଥିବା ରାଲି ପଛରେ ରାଜନୈତିକ କାରଣ ରହିଛି। ତାହା ହେଉଛି ଜାତିଗତ ଭୋଟ ବ୍ୟାଙ୍କ। 

Also Read: 'ହମ ଫିଲ୍ମ କଳାକାର, ପିକଚର ଅଭି ବାକି'

ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରେ ମୋଟ ୧୧ ବିଧାନସଭା ଆସନ ରହିଛି। ପ୍ରାୟ ୪୪ ଲକ୍ଷ ୯୬ ହଜାର ମତଦାତା ଏହି ଆସନ ଲାଗି ମତଦାନ କରିବେ। ସେମାନଙ୍କ ମଧ୍ୟରୁ ୭୬.୫୧ ପ୍ରତିଶତ ହିନ୍ଦୁ ଏବଂ ୨୦.୦୬ ପ୍ରତିଶତ ହେଉଛନ୍ତି ମୁସଲିମ ସମ୍ପ୍ରଦାୟର ଭୋଟର। ହିନ୍ଦୁ ଭୋଟ ବ୍ୟାଙ୍କ ଉପରେ ବିଜେପି ଏବଂ ମୁସଲିମ ବର୍ଗର ମତାଦାତଙ୍କ ଉପରେ ଟିଏମସିର ଭଲ ପ୍ରଭାବ ରହିଛି। ଏହାକୁ ମାଧ୍ୟମ ବନାଇ ନିଜ ସ୍ଥିତି ସଦୃଢ କରିବାକୁ ଚାହୁଁଛି ବିଜେପି। 

Also Read: West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty

ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୈତିକ ଦୃଶ୍ୟପଟରେ ବିଜେପିର ସେପରି କୌଣସି ସ୍ଥିତି ନଥିଲା। ହେଲେ ଏହି ନିର୍ବାଚନରେ ରାଜ୍ୟର ମୋଟ ୪୨ ଲୋକସଭା ଆସନ ମଧ୍ୟରୁ ୪୦.୬୪ ପ୍ରତିଶତ ଭୋଟ ସହ ବିଜେପି ୧୮, ଏବଂ ୪୩.୬୯ ପ୍ରତିଶତ ଭୋଟ ସହ ଟିଏମସି ୨୨ ଆସନ ହାତେଇଥିଲା। ବାକି ୨ ଆସନ କଂଗ୍ରେସକୁ ମିଳିଥିଲା। ବିଜେପି-ଟିଏମସି ମଧ୍ୟରେ ଭୋଟ ବ୍ୟବଧାନ କେବଳ ୩ ପ୍ରତିଶତ ରହିଥିଲା।  

Also Read: Assembly Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି

 

ହେଲେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୧୭.୦୨ ପ୍ରତିଶତ ଭୋଟ ହାତେଇବା ସହ ୨ ସଂସଦୀୟ ଆସନରେ ବାଜିମାତ କରିଥିଲା। ହେଲେ  ୨୦୧୯ ସାଧାରଣ ନିର୍ବାଚନରେ ଦଳର ଭୋଟ ପ୍ରତିଶତ ସଂଖ୍ୟା  ପୂର୍ବାପେକ୍ଷା ୧୩୮.୭୭  ପ୍ରତିଶତ ବଢିଥିଲା। ପଶ୍ଚିମବଙ୍ଗ ମାଟିରେ ବିଜେପିର ଏପରି ଆଶ୍ଚର୍ଯ୍ୟଜନକ ଶକ୍ତି ବୃଦ୍ଧି ଟିଏମସି ଲାଗି କୌଣସି ସତର୍କ ଘଣ୍ଟି ଠାରୁ କମ ନୁହେଁ। ଦଲର ଶକ୍ତି ବୃଦ୍ଧି ହେବାର ଶ୍ରେୟ ପିଏ ମୋଦିଙ୍କୁ ଦିଆଯାଉଛି।  ଏହାକୁ ପୁନର୍ବାର ବ୍ୟବହାର କରି ଶକ୍ତି ବଢାଇବାକୁ ଚାହୁଁଛି ଦଳ।