Bihar Vishnupad Temple: ମନ୍ଦିରରେ ପଶିଗଲେ ଅଣହିନ୍ଦୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧି
Advertisement
Article Detail0/zeeodisha/odisha1316040

Bihar Vishnupad Temple: ମନ୍ଦିରରେ ପଶିଗଲେ ଅଣହିନ୍ଦୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧି

Bihar Vishnupad Temple:  ଏହି ମନ୍ଦିରର ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଏକ ପଥର ଫଳକ ଅଛି। ଯେଉଁଥିରେ ଲେଖା ଅଛି ଯେ ଏହି ମନ୍ଦିରରେ ଅଣ ହିନ୍ଦୁ ଭକ୍ତଙ୍କ ପ୍ରବେଶ ନିଷେଧ।

Bihar Vishnupad Temple: ମନ୍ଦିରରେ ପଶିଗଲେ ଅଣହିନ୍ଦୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିରୋଧି

Bihar Vishnupad Temple: ବିହାରରେ ମହାମେଣ୍ଟ ସରକାର କ୍ଷମତାସୀନ ହେବା ପର ଠାରୁ ପ୍ରତିଦିନ କୌଣସି ନା କୌଣସି ମନ୍ତ୍ରୀଙ୍କୁ ନେଇ ନୂଆ ବିବାଦ ସାମ୍ନାକୁ ଆସୁଛି। ସଦ୍ୟ ରାଜ୍ୟର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମହମ୍ମଦ ଇସରାଇଲ ମନସୁରୀ ରାଜ୍ୟରେ ଅବସ୍ଥିତ ବିଷ୍ଣୁପଦ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ନେଇ ବିବାଦ ଉପୁଜିଛି। ଅଣ ହିନ୍ଦୁ ମନ୍ତ୍ରୀ ମହମ୍ମଦ ଇସରାଇଲ ମନସୁରୀ ମନ୍ଦିରର ଗର୍ଭ ଗୃହରେ ପ୍ରବେଶ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବିହାର ରାଜନୀତିରେ ବିତର୍କର ବିଷୟ ପାଲଟିଛି। ଏହାକୁ ବିଜେପି ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛି।

ଗତ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar Chief Minister Nitish Kumar) ରାଜ୍ୟର ଗୟା (Gaya District) ଜିଲ୍ଲାରେ ଅବସ୍ଥିତ ବିଷ୍ଣୁପଦ ମନ୍ଦିରରେ (Vishnupad Temple) ପହଞ୍ଚିଥିଲେ। ଏଠାରେ ସେ ମନ୍ଦିରର ଗର୍ଭଗୃହକୁ ଯାଇ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ରାଜ୍ୟର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମହମ୍ମଦ ଇସରାଇଲ ମନସୁରୀଙ୍କ (Bihar IT Minister Mohammad Israil Mansuri) ସମେତ ଅନ୍ୟ ନେତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ଏହି ଘଟଣାକୁ ମନ୍ଦିର ପ୍ରଶାସନ (Vishnupad Temple Administration) ଅସନ୍ତୋଷ ବ୍ୟକ୍ତ କରିଛି।

ଏହି ମନ୍ଦିରର ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଏକ ପଥର ଫଳକ ଅଛି। ଯେଉଁଥିରେ ଲେଖା ଅଛି ଯେ ଏହି ମନ୍ଦିରରେ ଅଣ ହିନ୍ଦୁ ଭକ୍ତଙ୍କ (Non Hindu Devotee) ପ୍ରବେଶ ନିଷେଧ। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମନ୍ଦିରର ଗର୍ଭ ଗୃହରେ ପ୍ରବେଶ କରିବା ମାତ୍ରେ ମନ୍ଦିର ପରିଚାଳନା କମିଟି ଏବଂ ବିଜେପି ଏହାକୁ ନେଇ କ୍ରୋଧ ହୋଇ ଉଠିଛନ୍ତି।

Also Read: Bihar Politics: ଉପମୁଖ୍ୟମନ୍ତ୍ରୀଙ୍କ କଥା ଶୁଣୁନାହାଁନ୍ତି ମନ୍ତ୍ରୀ

 

ଏହି ଘଟଣାରେ ପ୍ରତିକ୍ରିୟା ରଖି ବିହାର ବିଜେପି ସଭାପତି ସଞ୍ଜୟ ଜୈସ୍ୱାଲ (Bihar BJP President Sanjay Jaiswal) କହିଛନ୍ତି ଯେ ବିଷ୍ଣୁପଦ ମନ୍ଦିରରେ କୌଣସି ଅଣ-ହିନ୍ଦୁଙ୍କ ପ୍ରବେଶ ନିଷେଧ। ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏପରି କାର୍ଯ୍ୟ କରିଛନ୍ତି। ଏହି ଘଟଣାକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି କାମ ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଏହି ପ୍ରସଙ୍ଗରେ ଦଳ ବିଧାନସଭା ଠାରୁ ଆରମ୍ଭ ରାସ୍ତା ପର୍ଯ୍ୟନ୍ତ ସବୁଠାରେ ବିରୋଧ ପ୍ରଦର୍ଶନ କରିବ।

ଏନେଇ ବିଷ୍ଣୁପଦ ମନ୍ଦିର ପ୍ରଶାସନ କାର୍ଯ୍ୟକାରୀ ଅଧ୍ୟକ୍ଷ ଶମ୍ଭୁ ଲାଲ ବିଠଲ କହିଛନ୍ତି ଯେ ସେତେବେଳେ ଆମେ ଏହା ବିଷୟରେ ମଧ୍ୟ ଜାଣି ନ ଥିଲୁ। ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ ମନ୍ତ୍ରୀଙ୍କୁ ଅଟକାଇବାର ଥିଲା। ଏହା ସନାତନ ଧର୍ମ ଏବଂ ପଣ୍ଡା ସମାଜକୁ ଆଘାତ ଦେଇଛି। ବର୍ଷ ବର୍ଷ ଧରି ଏହା ଏକ ପରମ୍ପରା ଭାବେ ଚାଲି ଆସିଛି।

ସେହିପରି ରାଜ୍ୟର ବିଜେପି ବିଧାୟକ ହରିଭୂଷଣ ଠାକୁର (BJP MLA Hari Bhushan Thakur) ଅଣ ହିନ୍ଦୁ ମନ୍ତ୍ରୀଙ୍କ ମନ୍ଦିରରେ ପ୍ରବେଶ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିଧର୍ମୀ ମନ୍ଦିରକୁ ଅପମାନିତ କରିଛନ୍ତି। ଯେତେବେଳେ ମନ୍ଦିରରେ ଲେଖା ହୋଇଛି ଯେ ଅଣ-ହିନ୍ଦୁଙ୍କ ପ୍ରବେଶ ନିଷେଧ ତଥାପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି।

Also Read: Bihar Politics: ମନ୍ତ୍ରୀପଦ ହାତେଇବା ପରେ ବିବାଦୀୟ ହୋଇପଡିଲେ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବ

ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ନିଖିଲ ଆନନ୍ଦ (Bihar BJP Spokesperson Nikhil Anand) କହିଛନ୍ତି ଯେ ନୀତୀଶ କୁମାର ହିନ୍ଦୁ ଧାର୍ମିକ ପରମ୍ପରାରେ ବିଶ୍ୱାସ କରନ୍ତି ନାହିଁ। ଯଦି ବିହାର ମୁଖ୍ୟମନ୍ତ୍ରୀ ଧର୍ମନିରପେକ୍ଷ ରୋଗରେ ପୀଡିତ ତାହେଲେ ସେ ମକ୍କା ମଦିନା ଯାଇ ସେଠାରେ ନମାଜ ପଢନ୍ତୁ। ନୀତୀଶ କୁମାର ଜାଣିଶୁଣି ପ୍ରାଚୀନ ସନାତନ ହିନ୍ଦୁ ଧାର୍ମିକ ନୀତି ଭଙ୍ଗ କରି ମନ୍ଦିର ପରିସରକୁ ପ୍ରଦୂଷିତ କରିବାକୁ ଚେଷ୍ଟା କରିଛନ୍ତି ଏବଂ ସେହି ସମୟରେ ସ୍ଥାନୀୟ ପୁରୋହିତଙ୍କ ନିୟମକୁ ଉଲ୍ଲଂଘନ କରିଛନ୍ତି। ସେ ବିଶ୍ୱ ସ୍ତରରେ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କୁ କ୍ଷମା ମାଗିବା ଆବଶ୍ୟକ।